ରାଜ୍ୟରେ ଚିହ୍ନଟ ହେଲେ ୧୬୦୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୯ ଜିଲ୍ଲାରୁ  ନୂଆ ୧୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟାରେ ଏହା ସର୍ବାଧିକ। ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୯୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୬୦୯ ଟି ହେଉଛି ଲୋକାଲ୍ କେସ୍‌। ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାପରେ ଖୋର୍ଦ୍ଧା ଜିଲ୍ଲାରେ ୨୮୫,  ରାୟଗଡ଼ା […]

corona-3

Niharika Rout
  • Published: Saturday, 01 August 2020
  • , Updated: 01 August 2020, 10:28 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୯ ଜିଲ୍ଲାରୁ  ନୂଆ ୧୬୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟରେ ଦିନକରେ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟାରେ ଏହା ସର୍ବାଧିକ। ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୯୯୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୬୦୯ ଟି ହେଉଛି ଲୋକାଲ୍ କେସ୍‌।

ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୩୦୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହାପରେ ଖୋର୍ଦ୍ଧା ଜିଲ୍ଲାରେ ୨୮୫,  ରାୟଗଡ଼ା ଜିଲ୍ଲାରେ ୧୬୪, ଗଜପତି ଜିଲ୍ଲାରେ ୧୦୮, କଟକରେ ୫୪, ଢେଙ୍କାନାଳରେ ୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩, ୪୭୯ରେ ପହଞ୍ଚିଥିବା ବେଳେ ୨୦,୫୧୭ ଜଣ ସୁସ୍ଥ ହୋଇ ସାରିଲେଣି। ୧୨,୭୩୭ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Related story