କରୋନାରେ ଆକ୍ରାନ୍ତଙ୍କୁ ପରିବାର ଲୋକେ ନାନା କଥା କହିଲେ! ଆଉ ତା’ପରେ...

ଅନୁଗୋଳ (ବିରଜା ଦାସ): ମହାମାରୀ କରୋନାକୁ ଭୟ ନକରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏପରିକି କରୋନା ଆକ୍ରାନ୍ତଙ୍କୁ ହତୋତ୍ସାହିତ ନକରିବାକୁ ସେମାନଙ୍କ ପରିବାର ଲୋକଙ୍କୁ କୁହାଯାଉଛି। ଏହା ସତ୍ତ୍ୱେ ଅନୁଗୋଳ ଜିଲ୍ଲାରେ ଆଜି ଏକ ଛାତି ଥରାଇ ଦେଲା ପରି ଘଟଣା ଘଟିଛି। ଜଣେ କରୋନା ଆକ୍ରାନ୍ତଙ୍କୁ ପରିବାର ଲୋକେ ନାନା କଥା କରିଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଛେଣ୍ଡିପଦା ସାପୋଇନାଳି ଗାଁର ଜଗବନ୍ଧୁ ବାଘ(୭୦) କରୋନାରେ ଆକ୍ରାନ୍ତ ହୋଇଥିଲେ। […]

angul

Manoranjan Sial
  • Published: Tuesday, 04 May 2021
  • , Updated: 04 May 2021, 04:18 PM IST

ଅନୁଗୋଳ (ବିରଜା ଦାସ): ମହାମାରୀ କରୋନାକୁ ଭୟ ନକରିବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏପରିକି କରୋନା ଆକ୍ରାନ୍ତଙ୍କୁ ହତୋତ୍ସାହିତ ନକରିବାକୁ ସେମାନଙ୍କ ପରିବାର ଲୋକଙ୍କୁ କୁହାଯାଉଛି। ଏହା ସତ୍ତ୍ୱେ ଅନୁଗୋଳ ଜିଲ୍ଲାରେ ଆଜି ଏକ ଛାତି ଥରାଇ ଦେଲା ପରି ଘଟଣା ଘଟିଛି। ଜଣେ କରୋନା ଆକ୍ରାନ୍ତଙ୍କୁ ପରିବାର ଲୋକେ ନାନା କଥା କରିଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଛେଣ୍ଡିପଦା ସାପୋଇନାଳି ଗାଁର ଜଗବନ୍ଧୁ ବାଘ(୭୦) କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାକୁ ନେଇ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ପରିବାର ଲୋକେ ଜଗବନ୍ଧୁଙ୍କୁ ନାନା କଥା କହିଥିଲେ। ଯାହାକୁ ନେଇ ସେ ମାନସିକ ଚାପରେ ଥିଲେ। ଯେଉଁଥିପାଇଁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘରଠାରୁ ପ୍ରାୟ ୪ କିଲୋମିଟର ଦୂର ଏକ ଗଛରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଛେଣ୍ଡିପଦା ଥାନା ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଗବନ୍ଧୁ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏପରିକି ପରିବାର ଲୋକେ ତାଙ୍କୁ ନାନା କଥା କହୁଥିବା ଗାଁ ଲୋକଙ୍କଠାରୁ ଶୁଣିବାକୁ ମିଳିଛି ଛେଣ୍ଡିପଦା ଅତିରିକ୍ତ ତହସିଲଦାର କହିଛନ୍ତି। ଏବେ ଘଟଣାର ତଦନ୍ତ ଚାଲୁ ଅଛି।

Related story