ପଚାରିଲା ବେଳକୁ କିଛି କହିଲେନି, ଆମେ ଭାବୁଥିଲୁ ବାପା ବଞ୍ଚିଛନ୍ତି

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):କୋଭିଡ୍ ମହାମାରୀ ପରଠୁ ଥରହର ଗଞ୍ଜାମ । ଏଭଳି ସ୍ଥିତିରେ ମେଡ଼ିକାଲ୍ ଗୁଡ଼ିକର ଗୋଟିଏ ପରେ ଗୋଟିଏ ଦାୟିତ୍ୱହୀନତା, ଭୟ ଆଉ ଆତଙ୍କ ସୃଷ୍ଟ କରୁଛିା ଯାହାର ଦୁଇଟି ଚିତ୍ର ସାମ୍ନାକୁ ଆସିଛି। ଗୋଟିଏ ରୋଗୀ ମୃତ୍ୟୁର ୪ ଦିନ ପରେ ପରିବାର ଲୋକଙ୍କୁ ଜଣାଯାଉଛି । ଅନ୍ୟଟି ଚିକିତ୍ସାରେ ଚରମ ଅବହେଳାରୁ ଚାଲିଯାଉଛି କରୋନା ରୋଗୀଙ୍କ ଜୀବନ। ଖୋଦ୍ ବ୍ରହ୍ମପୁର ସହରରୁ ଏଭଳି ଦୁଇଟି ସାଂଘାତିକ ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଖୋଳତାଡ଼। […]

9001

Tapas Behera
  • Published: Wednesday, 29 July 2020
  • , Updated: 29 July 2020, 08:20 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):କୋଭିଡ୍ ମହାମାରୀ ପରଠୁ ଥରହର ଗଞ୍ଜାମ । ଏଭଳି ସ୍ଥିତିରେ ମେଡ଼ିକାଲ୍ ଗୁଡ଼ିକର ଗୋଟିଏ ପରେ ଗୋଟିଏ ଦାୟିତ୍ୱହୀନତା, ଭୟ ଆଉ ଆତଙ୍କ ସୃଷ୍ଟ କରୁଛିା ଯାହାର ଦୁଇଟି ଚିତ୍ର ସାମ୍ନାକୁ ଆସିଛି। ଗୋଟିଏ ରୋଗୀ ମୃତ୍ୟୁର ୪ ଦିନ ପରେ ପରିବାର ଲୋକଙ୍କୁ ଜଣାଯାଉଛି । ଅନ୍ୟଟି ଚିକିତ୍ସାରେ ଚରମ ଅବହେଳାରୁ ଚାଲିଯାଉଛି କରୋନା ରୋଗୀଙ୍କ ଜୀବନ। ଖୋଦ୍ ବ୍ରହ୍ମପୁର ସହରରୁ ଏଭଳି ଦୁଇଟି ସାଂଘାତିକ ଅଭିଯୋଗ ଆସିବା ପରେ ଆରମ୍ଭ ହୋଇଛି ଖୋଳତାଡ଼।

ବ୍ରହ୍ମପୁର ବଡବଜାର ଗଣପତି ନଗରର କରୋନା ଆକ୍ରାନ୍ତ ବସନ୍ତ କୁମାର ସାହୁଙ୍କ ପତ୍ନୀ ଏବଂ ପୁଅଙ୍କ ଅଭିଯୋଗ ଯେ, ଜୁଲାଇ ୧୯ରେ ଶୀତଳାପଲ୍ଲୀ କୋଭିଡ୍ ସେଣ୍ଟରରେ ବସନ୍ତଙ୍କୁ ଭର୍ତ୍ତି କରାଯାଇଥିଲା ।

୨୪ ତାରିଖ ଯାଏଁ ମୋବାଇଲରେ ପରିବାର ସହ କଥାବାର୍ତ୍ତା କରୁଥିଲେ ବସନ୍ତ।  ହେଲେ ତାପରଠୁ ଫୋନ୍ ବନ୍ଦ ହୋଇଗଲା । ତେଣୁ ହସ୍ପିଟାଲରେ ହେଲ୍ପ ଲାଇନ୍ ନମ୍ବରରେ ଯୋଗାଯୋଗ କରିଥିଲେ  । ୨୪ରୁ ୨୭ ଯାଏଁ ଉତ୍ତର ଦିଆଯାଉଥିଲା ରୋଗୀ ଆଇସିୟୁରେ ଅଛନ୍ତି । ପରିବାର ଲୋକେ ଅନ୍ତତଃ ଭିଡ଼ିଓ କଲରେ ଦେଖାଇଦେବାକୁ କହିଥିଲେ । ହେଲେ ନା ନା ଆଳ କରି ଏଡାଇ ଦିଆଯାଇଥିଲା । ଶେଷରେ ଗତ ୨୭ ତାରିଖରେ ମେଡ଼ିକାଲ ପକ୍ଷରୁ କଲ୍ କରି ଜଣାଇ ଦିଆଗଲା ୨୪ ତାରିଖରୁ ବସନ୍ତଙ୍କ ମୃତ୍ୟୁ ହୋଇଯାଇଛି । ଏନେଇ ପୁଲିସ ନିକଟରେ ପରିବାର ଲୋକେ ଅଭିଯୋଗ କରିବା ପରେ ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

ଘଟଣା ସଂପର୍କରେ ଶୀତଳାପଲ୍ଲୀ କୋଭିଡ୍ ହସ୍ପିଟାଲ୍ କହିଛି ଯେ, ମୃତକଙ୍କ ସମ୍ପର୍କୀୟଙ୍କ ନମ୍ବରରେ ଯୋଗାଯୋଗ ହୋଇପାରିନଥିଲା। ତେବେ ଗଞ୍ଜାମରେ ଏଭଳି ଅବ୍ୟବସ୍ଥାର ନଗ୍ନଚିତ୍ର ଏତିକିରେ ସରିନି। ବ୍ରହ୍ମପୁର ବିଜିପୁରର ଟି.ଦିଲ୍ଲୀପ ପାତ୍ରଙ୍କୁ ଜ୍ୱର ପରେ କୋଭିଡ୍‌ରେ ଆକ୍ରାନ୍ତ ଦର୍ଶାଇ ୧୫ ତାରିଖରେ ଭର୍ତ୍ତି କରାଗଲା ପାରଳା ମହାରାଜା କୋଭିଡ୍ ସେଣ୍ଟରରେ । ୪ ଦିନ ପରେ ୧୮ ତାରିଖରେ ତାଙ୍କୁ ଡିସଚାର୍ଜ କରିଦିଆଗଲା । କିନ୍ତୁ ୨୧ରେ ପୁଣି ଅସୁସ୍ଥ ଅନୁଭବ କରିବା ପରେ ସିଟି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ନା ତୁରନ୍ତ ଚିକିତ୍ସା କରାଗଲା ନା ଅକ୍ସିଜେନ୍ ଲାଗିଲା । ଏନେଇ ଜିଲ୍ଲା ପ୍ରଶାସନ ଏବଂ ହେଲ୍ପ ଲାଇନ ନମ୍ବରରେ ଜଣାଇଥିଲେ ବି ସହାୟତା ମିଳିନଥିଲା । ଏପରିକି ଡାକ୍ତର, ନର୍ସ ନଆସିବାରୁ ଶେଷରେ ଦିଲୀପଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।  ତେବେ ଏନେଇ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Related story