ଶ୍ରୀକ୍ଷେତ୍ରରେ ବଢୁଛି କରୋନା କାୟା, ୧୫ ଦିନରେ ୫ ସେବାୟତ ଆଖି ବୁଜିଥିଲେ!

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ମହାମାରୀ କରୋନା କରାଳ ରୂପ ଧାରଣ କରିଛି। ଆଗକୁ ଏହି ସ୍ଥିତି ଜାରି ରହିଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନନ୍ଦିନ ରୀତିନୀତି କିଏ କରିବେ? ଦେଖିବାକୁ ଗଲେ ପ୍ରାୟ ୧୫ ଦିନରେ କୋଭିଡ୍ ନେଲାଣି ୫ ସେବାୟତଙ୍କ ଜୀବନ। ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଥିବା ସୂଚନା ଅନୁଯାୟୀ, ଏ ସଂଖ୍ୟା ୩। ଏପଟେ ସେବାୟତ ଓ ସେବାୟତ ପରିବାରରୁ ମିଶାଇ ୧୦୦ରୁ ଅଧିକ ଆକ୍ରାନ୍ତ ହୋଇ ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ […]

puji-jagannath-temple-will-open-in-night

Manoranjan Sial
  • Published: Wednesday, 09 September 2020
  • , Updated: 09 September 2020, 07:58 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀକ୍ଷେତ୍ରରେ ମହାମାରୀ କରୋନା କରାଳ ରୂପ ଧାରଣ କରିଛି। ଆଗକୁ ଏହି ସ୍ଥିତି ଜାରି ରହିଲେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୈନନ୍ଦିନ ରୀତିନୀତି କିଏ କରିବେ? ଦେଖିବାକୁ ଗଲେ ପ୍ରାୟ ୧୫ ଦିନରେ କୋଭିଡ୍ ନେଲାଣି ୫ ସେବାୟତଙ୍କ ଜୀବନ। ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଥିବା ସୂଚନା ଅନୁଯାୟୀ, ଏ ସଂଖ୍ୟା ୩। ଏପଟେ ସେବାୟତ ଓ ସେବାୟତ ପରିବାରରୁ ମିଶାଇ ୧୦୦ରୁ ଅଧିକ ଆକ୍ରାନ୍ତ ହୋଇ ଏବେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଗତ କିଛି ଦିନ ଧରି ଏ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି। ଆଗକୁ ଏଭଳି ସ୍ଥିତି ଜାରି ରହିଲେ ମହାପ୍ରଭୁଙ୍କ ଦୈନିନ୍ଦିନ ସେବାପୂଜା ଓ ନୀତିକାନ୍ତି ପ୍ରଭାବିତ ହେବାର ଆଶଙ୍କା ଦେଖାଦେବ ବୋଲି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି।

ସାରା ବିଶ୍ୱରେ କରୋନା ଆତଙ୍କ ଭିତରେ ପୁରୀରେ ଐତିହାସିକ ରଥଯାତ୍ରା ଆୟୋଜନ କରି ବାହାବା ନେଇଥିଲେ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ବାସିନ୍ଦା। ତେବେ ଦୁଇ ମାସ ଭିତରେ ସମ୍ପୂର୍ଣ୍ଣ ବଦଳି ଯାଇଛି ପୁରୀ ଜିଲ୍ଲାର ଚିତ୍ର। ଜୁଲାଇ ଆରମ୍ଭରୁ ଦୈନିକ ଏକ ଅଙ୍କରେ ସୀମିତ ରହୁଥିବା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ କିନ୍ତୁ ୩ ଅଙ୍କ ଛୁଉଁଛି। ଏପଟେ ଅନଲକ୍‌-୪ ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ଓ ପୁରୀକୁ ଜିଲ୍ଲା ବାହାରୁ ଲୋକଙ୍କ ଆଗମନ ବଢ଼ୁଛି। ଫଳରେ ସଂକ୍ରମଣ ଆୟତ୍ତକୁ ଆସିବା ବଦଳରେ ବେକାବୁ ହେଉଛି। ଏପରି ସ୍ଥିତିରେ ପୂର୍ବରୁ ଶ୍ରୀମନ୍ଦିର ଖୋଲିବା ନେଇ ଦାବି କରୁଥିବା ସେବାୟତ ଗୋଷ୍ଠୀ ଏବେ ଆଉ କିଛି ଦିନ ମନ୍ଦିର ବନ୍ଦ ସପକ୍ଷରେ ଯୁକ୍ତି ବାଢିଛନ୍ତି। ଏପଟେ ସେବାୟତଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ସବୁ ପଦକ୍ଷେପ ନିଆଯାଇଥିବା କହିଛି ଶ୍ରୀମନ୍ଦିର ପ୍ରଶାସନ।

Related story