ମୌସୁମୀ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ତା’ପୂର୍ବରୁ ବିଧାୟକମାନଙ୍କର କରୋନା ଟେଷ୍ଟ୍ କରାଯିବ। ୨୭ ଓ ୨୮ ତାରିଖରେ ସ୍ୱତନ୍ତ୍ର କ୍ୟାମ୍ପରେ ବିଧାୟକଙ୍କ କରୋନା ଟେଷ୍ଟ୍ କରାଯିବ। ବିଧାୟକଙ୍କ ସହିତ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର RT-PCR ଟେଷ୍ଟ୍ କରାଯିବ। ଏନେଇ ବିଏମ୍‌ସି କମିଶନର ଓ କ୍ୟାପିଟାଲ୍ ହସ୍‌ପିଟାଲ୍ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି। ଅକ୍ଟୋବର ୪ ତାରିଖରେ ମଧ୍ୟ ସବୁ ବିଧାୟକଙ୍କର କରୋନା ଟେଷ୍ଟ […]

Odisha Assembly

Jitendra Garnayak
  • Published: Wednesday, 16 September 2020
  • , Updated: 16 September 2020, 01:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଧାନସଭାର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ଭ ହେଉଥିବା ବେଳେ ତା’ପୂର୍ବରୁ ବିଧାୟକମାନଙ୍କର କରୋନା ଟେଷ୍ଟ୍ କରାଯିବ। ୨୭ ଓ ୨୮ ତାରିଖରେ ସ୍ୱତନ୍ତ୍ର କ୍ୟାମ୍ପରେ ବିଧାୟକଙ୍କ କରୋନା ଟେଷ୍ଟ୍ କରାଯିବ। ବିଧାୟକଙ୍କ ସହିତ ସେମାନଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର RT-PCR ଟେଷ୍ଟ୍ କରାଯିବ। ଏନେଇ ବିଏମ୍‌ସି କମିଶନର ଓ କ୍ୟାପିଟାଲ୍ ହସ୍‌ପିଟାଲ୍ ନିର୍ଦ୍ଦେଶକଙ୍କୁ ଚିଠି କରାଯାଇଛି।

ଅକ୍ଟୋବର ୪ ତାରିଖରେ ମଧ୍ୟ ସବୁ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ। ସେହିପରି ଅଧିବେଶନ ବେଳେ କାହାକୁ ଅସ୍ୱାଭାବିକ ଲାଗିଲେ ସେମାନେ ଆଣ୍ଟିଜେନ୍ ଟେଷ୍ଟ କରିପାରିବେ।

ଏହା ସହିତ ବିଧାନସଭା ସଚିବାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କର କରୋନା ଟେଷ୍ଟ ହେବ। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିରୋଧୀ ଦଳ ନେତାଙ୍କ ଅଫିସ୍‌ କର୍ମଚାରୀଙ୍କର ବି କରୋନା ଟେଷ୍ଟ ହେବ।

ସୂଚନାଯୋଗ୍ୟ, କିଛି ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Related story