‘ଅଗଷ୍ଟରେ ଶୀର୍ଷକୁ ଯାଇ ସ୍ଥିର ହେବ କରୋନା’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟରେ କରୋନା ସ୍ଥିତି ଶୀର୍ଷକୁ ଯାଇ ସ୍ଥିର ହେବ। କିନ୍ତୁ ଏହି ଭାଇରସର ରୂପେରଖ ଭିନ୍ନ ହେଉଥିବାରୁ ଏହାକୁ ନେଇ କିଛି ନିର୍ଦ୍ଦିଷ୍ଟ ରଣନୀତି ଆକଳନ କରାଯାଇପାରୁ ନାହିଁ। ଏପରି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା। ରାଜ୍ୟରେ ଏବେ କରୋନା ମହାମାରୀ  ଶୀର୍ଷରେ ଥିବା ସତ୍ତ୍ୱେ  ମୃତ୍ୟୁହାର କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି କିନ୍ତୁ ଭଲ ରହିଛି। କରୋନା ବ୍ୟତୀତ  ଅନ୍ୟ କିଛି ଜଟିଳ ରୋଗ ଥିବା କାରଣରୁ  ଅଧିକ […]

ajay-parida-1

Niharika Rout
  • Published: Tuesday, 04 August 2020
  • , Updated: 04 August 2020, 02:49 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଗଷ୍ଟରେ କରୋନା ସ୍ଥିତି ଶୀର୍ଷକୁ ଯାଇ ସ୍ଥିର ହେବ। କିନ୍ତୁ ଏହି ଭାଇରସର ରୂପେରଖ ଭିନ୍ନ ହେଉଥିବାରୁ ଏହାକୁ ନେଇ କିଛି ନିର୍ଦ୍ଦିଷ୍ଟ ରଣନୀତି ଆକଳନ କରାଯାଇପାରୁ ନାହିଁ। ଏପରି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା।

ରାଜ୍ୟରେ ଏବେ କରୋନା ମହାମାରୀ  ଶୀର୍ଷରେ ଥିବା ସତ୍ତ୍ୱେ  ମୃତ୍ୟୁହାର କ୍ଷେତ୍ରରେ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି କିନ୍ତୁ ଭଲ ରହିଛି। କରୋନା ବ୍ୟତୀତ  ଅନ୍ୟ କିଛି ଜଟିଳ ରୋଗ ଥିବା କାରଣରୁ  ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । ଏପର୍ଯ୍ୟନ୍ନ ଘରେ କାହାରି ମୃତ୍ୟୁ ଘଟିନି, କେବଳ  ଯେଉଁ ବ୍ୟକ୍ତି ମେଡିକାଲ ଆସୁଛନ୍ତି ସେମାନଙ୍କ ଅବସ୍ଥା ଗୁରୁତର ଥିଲେ ଆଖି ବୁଜୁଛନ୍ତି।

ଏବେ ଦିନକୁ ୨୦ ହଜାର ଟେଷ୍ଟ ହେଉଛି। ଯେଉଁମାନଙ୍କ ଲକ୍ଷଣ ଥିବ, ସଙ୍ଗେସଙ୍ଗେ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯିବା ଦରକାର। ଏହାଦ୍ୱାରା ମୃତ୍ୟୁ ହାର କମିବ। ସରକାରଙ୍କ ଟାର୍ଗେଟ ରହିଛି  ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତୁରନ୍ତ ଟେଷ୍ଟ ଆରମ୍ଭ କରାଯିବ। ଏହାବ୍ୟତୀତ ଅନ୍ୟ କେଉଁ କାରଣରୁ ମୃତ୍ୟୁ ହେଉଛି ତାହା ଉପରେ ମଧ୍ୟ ବିଶ୍ଳେଷଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ ।

ରାଜ୍ୟରେ ଏଯାଏ ୩୭,୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୩,୦୭୪ ଜଣ ସୁସ୍ଥ ହୋଇ ସାରିଲେଣି। ୧୪,୩୪୩ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ କରୋନା ଯୋଗୁ ରାଜ୍ୟରେ ୨୧୬ ଜଣ ଆଖି ବୁଜି ସାରିଲେଣି।

Related story