କରୋନା ଯୋଦ୍ଧାଙ୍କୁ ମିଳୁଛି ଅଖାଦ୍ୟ; ଖାଦ୍ୟରୁ ବାହାରୁଛି ପୋକ, ଚୁଟି, ରବର

ପୁରୀ(ଓଡ଼ିଶା ରିପୋର୍ଟର): କୋଭିଡ୍‌ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଖାଦ୍ୟ ବଦଳରେ ଅଖାଦ୍ୟ। ଖାଦ୍ୟରୁ ବାହାରୁଛି ପୋକ, ଚୁଟି ଓ ରବର। ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ସହରରେ ଥିବା ଏକାଧିକ କୋଭିଡ୍‌ କେୟାର ସେଣ୍ଟରର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ। ସେଣ୍ଟରରେ ଦିଆଯାଉଥିବା ଭାତ, ଡାଲି ଓ ତରକାରୀରୁ ପୋକ ବାହାରୁଥିବା ବେଳେ ନିମ୍ନମାନର ଖାଦ୍ୟକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଜି […]

puri

Manoranjan Sial
  • Published: Saturday, 18 July 2020
  • , Updated: 18 July 2020, 11:19 PM IST

ପୁରୀ(ଓଡ଼ିଶା ରିପୋର୍ଟର): କୋଭିଡ୍‌ ସେଣ୍ଟରରେ କରୋନା ଯୋଦ୍ଧା ଓ ରୋଗୀଙ୍କୁ ମିଳୁଛି ଖାଦ୍ୟ ବଦଳରେ ଅଖାଦ୍ୟ। ଖାଦ୍ୟରୁ ବାହାରୁଛି ପୋକ, ଚୁଟି ଓ ରବର। ଏଭଳି ଅଭିଯୋଗ ଆଣିଛନ୍ତି ପୁରୀ ସହରରେ ଥିବା ଏକାଧିକ କୋଭିଡ୍‌ କେୟାର ସେଣ୍ଟରର ଡାକ୍ତର, ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟକର୍ମୀ।

ସେଣ୍ଟରରେ ଦିଆଯାଉଥିବା ଭାତ, ଡାଲି ଓ ତରକାରୀରୁ ପୋକ ବାହାରୁଥିବା ବେଳେ ନିମ୍ନମାନର ଖାଦ୍ୟକୁ ନେଇ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଆଜି ପୁରୀ ସିଡିଏମ୍‌ଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି। ପୁରୀର ଶ୍ରୀଜଗନ୍ନାଥ କୋଭିଡ୍‌ କେୟାର ସେଣ୍ଟର, ଗୋପବନ୍ଧୁ ଆୟୁର୍ବେଦ କୋଭିଡ୍‌ କେୟାର ସେଣ୍ଟର ଓ ଆଇଡିଏଚ୍‌ କୋଭିଡ୍‌ ସେଣ୍ଟରରେ କୋଭିଡ୍‌ ଯୋଦ୍ଧ ଓ ରୋଗୀମାନଙ୍କୁ ଏପରି ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି। ଏହାସହିତ କୋଭିଡ୍‌ କେୟାର ସେଣ୍ଟର ନାନାଦି ପ୍ରକାର ଅସୁବିଧା ନେଇ ମଧ୍ୟ ସିଡିଏମଙ୍କୁ ଅଭିଯୋଗ କରାଯାଇଛି।

ସେପଟେ ଏପରି ଅଭିଯୋଗ ନେଇ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରନି।

 

Related story