ମୃତ୍ୟୁ ପରେ ଅଛୁଆଁ ହୋଇଗଲା କରୋନା ଯୋଦ୍ଧାଙ୍କ ମୃତଦେହ

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ମୃତ୍ୟୁ ପରେ ଅଛୁଆଁ ହୋଇଗଲା କରୋନା ଯୋଦ୍ଧାଙ୍କ ମୃତଦେହ । କରୋନା ପରି ମହାମାରୀ ସମୟରେ ଯିଏ ଆଗ ଧାଡ଼ିର ଯୋଦ୍ଧା ସାଜିଥିଲେ, ତାଙ୍କ ମୃତଦେହ ଉଠାଇବାକୁ କେହି ନାହାନ୍ତି। ମେଡିକାଲ ବାହାରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ପଡ଼ି ରହିଛି ମୃତଦେହ। କରୋନା ଡରରେ ପରିବାର ଲୋକେ ଉଠାଉ ନ ଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କର ମଧ୍ୟ ଦେଖା ମିଳୁନି।  ଗଞ୍ଜାମ ଜିଲ୍ଲା କୋଦଳାରେ ଦେଖିବାକୁ ମିଳିଛି ଏପରି ହୃଦୟ ବିଦାରକ […]

ganjam-1-1

Niharika Rout
  • Published: Saturday, 25 July 2020
  • , Updated: 25 July 2020, 01:37 PM IST

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ମୃତ୍ୟୁ ପରେ ଅଛୁଆଁ ହୋଇଗଲା କରୋନା ଯୋଦ୍ଧାଙ୍କ ମୃତଦେହ । କରୋନା ପରି ମହାମାରୀ ସମୟରେ ଯିଏ ଆଗ ଧାଡ଼ିର ଯୋଦ୍ଧା ସାଜିଥିଲେ, ତାଙ୍କ ମୃତଦେହ ଉଠାଇବାକୁ କେହି ନାହାନ୍ତି। ମେଡିକାଲ ବାହାରେ ୧୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେବ ପଡ଼ି ରହିଛି ମୃତଦେହ। କରୋନା ଡରରେ ପରିବାର ଲୋକେ ଉଠାଉ ନ ଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କର ମଧ୍ୟ ଦେଖା ମିଳୁନି।  ଗଞ୍ଜାମ ଜିଲ୍ଲା କୋଦଳାରେ ଦେଖିବାକୁ ମିଳିଛି ଏପରି ହୃଦୟ ବିଦାରକ ଘଟଣା ।

ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲ୍ ବାହାରେ ପଡ଼ି ରହିଛି କରୋନା ମୁକାବିଲାର ଆଗ ଧାଡ଼ିର ଜଣେ ଯୋଦ୍ଧାଙ୍କ ମୃତଦେହ। ମୃତକ ପୁଲିସ୍‌ ଏଏସ୍ଆଇ  ରବିନ୍ଦ୍ରନାଥ ବେହେରା ବୋଲି ଜଣାଯାଇଛି। ରବିନ୍ଦ୍ର ଗତ ୪ ଦିନ ଧରି ଜ୍ୱର, କାଶରେ ପୀଡ଼ିତ ଥିଲେ । ଗତକାଲି ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ କୋଦଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ତାଙ୍କ ମୃତ୍ୟୁ ହୋଇଥିଲା। ତେବେ ମୃତ୍ୟୁ ପରେ ତାଙ୍କ ମର ଶରୀରକୁ ଉଠାଇବାକୁ କେହି ବି ଆସି ନାହାନ୍ତି । ଏପରିକି ତାଙ୍କ ପରିବାରଲୋକେ ବି ମୃତଦେହକୁ ଗ୍ରହଣ କରୁ ନାହାନ୍ତି । ହସ୍ପିଟାଲ୍ ଭିତରେ ମୃତଦେହକୁ ନରଖି ବାହାରକୁ ବାହାର କରି ଦିଆଯାଇଛି ।

ଭଞ୍ଜନଗର କୋର୍ଟରେ କାର୍ଯ୍ୟ କରୁଥିଲେ ରବିନ୍ଦ୍ର । ଗତ କିଛି ବର୍ଷ ଧରି ସେ ବେଗୁନିଆପଡ଼ାରେ ରହୁଥିଲେ । ଯେଉଁ ବ୍ୟକ୍ତି ସାଧାରଣ ଲୋକଙ୍କ ପାଇଁ କରୋନା ପରି ମହାମାରୀ ସମୟରେ କାମ କରୁଥିଲେ ମଧ୍ୟ ଶେଷରେ ତାଙ୍କ ମୃତଦେହକୁ ଉପଯୁକ୍ତ ସମ୍ମାନ ମିଳିନି ।  ଘଟଣା ସମ୍ପର୍କରେ ସ୍ଥାନୀୟ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନି ।

Related story