ଉଦବେଗଜନକ: ବଢ଼ୁଛି ଡ୍ରପ୍‌ଆଉଟ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ) କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି ସତ। ହେଲେ ଏହା ପଛରେ ଥିବା ଆଉ ଏକ ଗୁମର ହେଲା ରାଜ୍ୟରେ ପ୍ରଥମ ଲହର ସମୟରେ ଡ୍ରପ୍ ଆଉଟ୍ ହାର ବେଶ୍ ଆଗରେ ରହିଛି । ହାଇସ୍କୁଲ ଶିକ୍ଷା ପରେ ୨୪% ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଛି। ବଡ଼ କଥା ହେଲା ଛାତ୍ରୀଙ୍କ ତୁଳନାରେ ଛାତ୍ରଙ୍କ ଡ୍ରପ୍ଆଉଟ୍ ହାର ଅଧିକ । ସେପଟେ ରାଜ୍ୟ ସରକାର ଅନଲାଇନ୍ ଶିକ୍ଷା ଉପରେ ଗୁରୁତ୍ୱ […]

745

Tapas Behera
  • Published: Saturday, 03 July 2021
  • , Updated: 03 July 2021, 10:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ) କରୋନା ପାଇଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହୋଇଛି ସତ। ହେଲେ ଏହା ପଛରେ ଥିବା ଆଉ ଏକ ଗୁମର ହେଲା ରାଜ୍ୟରେ ପ୍ରଥମ ଲହର ସମୟରେ ଡ୍ରପ୍ ଆଉଟ୍ ହାର ବେଶ୍ ଆଗରେ ରହିଛି । ହାଇସ୍କୁଲ ଶିକ୍ଷା ପରେ ୨୪% ଛାତ୍ରଛାତ୍ରୀଙ୍କ ପାଠ ପଢାରେ ଡୋରି ବନ୍ଧା ହୋଇଛି। ବଡ଼ କଥା ହେଲା ଛାତ୍ରୀଙ୍କ ତୁଳନାରେ ଛାତ୍ରଙ୍କ ଡ୍ରପ୍ଆଉଟ୍ ହାର ଅଧିକ । ସେପଟେ ରାଜ୍ୟ ସରକାର ଅନଲାଇନ୍ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ବେଳେ ୯୭% ସରକାରୀ ସ୍କୁଲରେ ଇଣ୍ଟରନେଟ୍ ହିଁ ନାହିଁ । ୪୫ ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ନାହିଁ । କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ରିପୋର୍ଟରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି।

ଡ୍ରପ୍-ଆଉଟରେ ବହୁ ଆଗରେ ଓଡ଼ିଶା ହାଇସ୍କୁଲ ଶିକ୍ଷା ପରେ ରାଜ୍ୟର ୨୪ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡ଼ୁଛନ୍ତି । ଖାଲି ହାଇସ୍କୁଲସ୍ତରରେ ନୁହେଁ, ଉଚ୍ଚ ପ୍ରାଥମିକ ସ୍ତରରେ ବି ଡ୍ରପ୍-ଆଉଟ୍ ରେଟ୍ ୪.୩% । ୨୦୧୯-୨୦ ଶିକ୍ଷାବର୍ଷ ଆଧାରରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ରିପୋର୍ଟରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । କିନ୍ତୁ ଆଶ୍ୱସ୍ତିର ବିଷୟ ହେଲା,ରାଜ୍ୟରେ  ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମାତ୍ର ୦.୯ ପ୍ରତିଶତ ଡ୍ରପ୍ ଆଉଟ୍ ହେଉଛି। ଯାହାକି ଜାତୀୟ ସ୍ତର ତୁଳନାରେ ବେଶ୍ ଭଲ । ରିପୋର୍ଟ ଅନୁଯାୟୀ, ଜାତୀୟ ସ୍ତରରେ ପ୍ରାଥମିକ ଶିକ୍ଷା ପରେ ୧.୫%, ଉଚ୍ଚ ପ୍ରାଥମିକରେ ୧.୮% ଓ ହାଇସ୍କୁଲରେ ୧୭.୩% ପିଲା ଅଧାରୁ ପାଠ ଛାଡ଼ୁଛନ୍ତି । ତେବେ ଓଡ଼ିଶାରେ ଛାତ୍ରୀଙ୍କ ତୁଳନାରେ ଅଧିକ ସଂଖ୍ୟକ ଛାତ୍ର ଅଧାରୁ ପାଠ ଛାଡ଼ୁଛନ୍ତି । ପ୍ରାଥମିକ ସ୍ତରରେ ୦.୯% ଛାତ୍ର ଓ ୦.୮% ଛାତ୍ରୀ, ଉଚ୍ଚ ପ୍ରାଥମିକସ୍ତରରେ ୪.୬% ଛାତ୍ର ଓ ୩.୯% ଛାତ୍ରୀ ଏବଂ ହାଇସ୍କୁଲସ୍ତରରେ ୨୫.୭% ଛାତ୍ର ଓ ୨୨.୨% ଛାତ୍ରୀ ଅଧାରୁ ପାଠ ଛାଡ଼ୁଥିବା ରିପୋର୍ଟରେ ଉଲ୍ଲେଖ ହୋଇଛି। ଦାରିଦ୍ର୍ୟତା, ନିରକ୍ଷରତା ଓ ନିଯୁକ୍ତି ସୁଯୋଗ ନଥିବାରୁ ଏଭଳି ସ୍ଥିତି ଉପୁଜିଛି । ବିଶେଷ କରି ଉପାନ୍ତ ଅଞ୍ଚଳରେ ଦେଖାଦେଉଥିବା ସ୍ୱୀକାର କରିଛନ୍ତି ।

କରୋନା କାଳରେ ରାଜ୍ୟ ସରକାର ଅନଲାଇନ୍ ଶିକ୍ଷାକୁ ପ୍ରାଥମିକତା ଦେଉଛନ୍ତି ।  ହ୍ୱାଟସ-ଆପ୍, ୟୁ-ଟ୍ୟୁବ୍ ଓ ଦୂରଦର୍ଶନ ମାଧ୍ୟମରେ ପିଲାଙ୍କ ନିକଟରେ ପହଞ୍ଚିବାକୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ରାଜ୍ୟର ମାତ୍ର ୨.୭୨% ସରକାରୀ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ରହିଛି । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିବା ମୋଟ ୫୩ ହଜାର ୨୬୦ ସରକାରୀ ସ୍କୁଲ ମଧ୍ୟରୁ ମାତ୍ର ୧୪୫୦ ବିଦ୍ୟାଳୟରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ କରାଯାଇପାରିଛି । ରାଜ୍ୟର ୨୫.୪୬% ବିଦ୍ୟାଳୟରେ କମ୍ପ୍ୟୁଟର୍ ରହିଛି । ସେଥିମଧ୍ୟରୁ ମାତ୍ର ୧୫.୯୬% ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ । ରାଜ୍ୟର ସବୁ ସରକାରୀ ବିଦ୍ୟାଳୟକୁ ଏଯାଏଁ ବିଦ୍ୟୁତ ସଂଯୋଗ ବି ହୋଇପାରି ନାହିଁ । ସେପଟେ କିନ୍ତୁ ତାମିଲନାଡ଼ୁ, ଦିଲ୍ଲୀ, ଗୋଆ ଓ ପଞ୍ଜାବରେ ସମସ୍ତ ସରକାରୀ ବିଦ୍ୟାଳୟକୁ ବିଦ୍ୟୁତ ସେବା ପହଞ୍ଚିପାରିଛି।

ତେବେ ସ୍କୁଲକୁ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ ଓଡ଼ିଶା ଆଗରେ ରହିଛି । ଆଗକୁ ମୌଳିକ ସୁବିଧା ଅଭାବରୁ ଯେପରି ଡ୍ରପ୍ ଆଉଟ୍ ହାର ନବଢୁ ସେଥିପ୍ରତି ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାଉପରେ ନଜର।

Related story