ଆମେ ମିଡିଲ୍ କ୍ଲାସ୍ ଲୋକ, ଆମ କଥା କିଏ ବୁଝିବ

ବାଲେଶ୍ୱର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥିଲାବାଲାଙ୍କ ପାଖରେ ସଞ୍ଚୟ ଅଛି, ସମ୍ବଳ ଅଛି। ଆଉ କିଛି ନଥିଲା ବାଲାଙ୍କ ପାଇଁ ସରକାର ଅଛି, ଯୋଜନା ଅଛି ହେଲେ ଯେଉଁମାନେ ମଝିରେ ରହିଗଲେ? ସେମାନଙ୍କ କଥା ପଚାରୁଛି କିଏ? ଆମେ କହୁଛୁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ କଥା ସେମାନେ ନା ଏ କୂଳର, ନା ସେ କୂଳର କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ପଯର୍ୟାୟରେ ଲାଗୁ ହେଉଥିବା ଲକ୍ଡାଉନ, ଶଟ୍‌ଡାଉନ ଭଳି କଟକଣା ଭିତରେ, କାହାର ବେପାର ବେଉସା ଠପ୍ […]

6789

Tapas Behera
  • Published: Wednesday, 22 July 2020
  • , Updated: 22 July 2020, 09:01 PM IST

ବାଲେଶ୍ୱର/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଥିଲାବାଲାଙ୍କ ପାଖରେ ସଞ୍ଚୟ ଅଛି, ସମ୍ବଳ ଅଛି। ଆଉ କିଛି ନଥିଲା ବାଲାଙ୍କ ପାଇଁ ସରକାର ଅଛି, ଯୋଜନା ଅଛି ହେଲେ ଯେଉଁମାନେ ମଝିରେ ରହିଗଲେ? ସେମାନଙ୍କ କଥା ପଚାରୁଛି କିଏ? ଆମେ କହୁଛୁ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ କଥା ସେମାନେ ନା ଏ କୂଳର, ନା ସେ କୂଳର କରୋନା ସଂକ୍ରମଣ ରୋକିବାକୁ ବିଭିନ୍ନ ପଯର୍ୟାୟରେ ଲାଗୁ ହେଉଥିବା ଲକ୍ଡାଉନ, ଶଟ୍‌ଡାଉନ ଭଳି କଟକଣା ଭିତରେ, କାହାର ବେପାର ବେଉସା ଠପ୍ ପଡ଼ିଛି, କିଏ ହରାଇଛି ଅତି କଷ୍ଟରେ ଗୁଜୁରାଣ ମେଣ୍ଟାଉଥିବା ଛୋଟ ଚାକିରୀ, ତ ଆଉ କାହାର ସାଲାରି କଟ୍। ମିଡିଲ୍ କ୍ଲାସ୍‌ଙ୍କ ଅକୁହା ଯନ୍ତ୍ରଣାକୁ ନେଇ ଜାଣନ୍ତୁ ଏହି ରିପୋର୍ଟରେ।

ଆଜକୁ ଠିକ୍ ୪ ମାସ ତଳେ ରାଜ୍ୟରେ ତାଲାବନ୍ଦ ଲାଗୁ ସହ, କଟକ ବାଦାମବାଡ଼ିର ଏଇ ଛୋଟିଆ ଚପଲ ଦୋକାନରେ ବି ତାଲା ଝୁଲିଥିଲା। ସେବେଠୁ ୟାକୁ ଥରୁଟିଏ ବି ଚାବି ଛୁଇଁନି।  କେବେ ଛୁଇଁବ ବି ଜଣାନାହିଁ । ଏପଟେ ସବୁ ସଞ୍ଚୟ ସରିଯିବା ପରେ, ଦୋକାନୀ ଶଙ୍କରପୁରର ଶିବ, ସ୍ତ୍ରୀ ଓ ୩ ଝିଅଙ୍କୁ ନେଇ କେମିତି ଚଳୁଛନ୍ତି, ସେ ହିଁ ଜାଣନ୍ତି  ଘରେ ରହି ପାଖପଡ଼ିଶାଙ୍କୁ ଯୋଡ଼େ ଅଧେ ଜୋତା ବିକୁଛନ୍ତି ନିରୂପାୟ ଶିବ ହେଲେ ସିଏ ତ ସମୁଦ୍ରକୁ ଶଙ୍ଖେ  ଅବସ୍ଥା ଏମିତି, ଝିଅଙ୍କ ଅନ୍ଲାଇନ ପାଠପଢ଼ା ପାଇଁ ମୋବାଇଲ୍ ରିଚାର୍ଜକୁ ବି ସମ୍ବଳ ନାହିଁ ।

କରୋନା ମହାମାରୀ ମହାଦେବନଗରର ସବ୍ୟସାଚୀ ବୀମା କଂପାନୀରେ ସେଲ୍ସ୍ ବିଭାଗରେ କାମ କରନ୍ତି।  ହେଲେ ଏବେ ତ ଘରୁ ଗୋଡ଼ କାଢ଼ିବା ମୁସ୍କିଲ୍ । ସେପଟେ କଂପାନୀ ଦରମା କାଟୁଛି ଏଭଳି ସ୍ଥିତିରେ ଘର ଖର୍ଚ୍ଚ, ପିଲାଙ୍କ ପାଠପଢ଼ା, ଲୋନ୍ ଇଏମ୍ଆଇ, ଗାଁରେ ବାପା ମାଆଙ୍କ ଔଷଧ ଖର୍ଚ୍ଚ, ସବ୍ୟସାଚୀଙ୍କ ନିଦ ଉଡ଼ାଇଦେଇଛି ।

କାହାର ବେପାର ବୁଡ଼ିଛି, କାହାର ଚାକିରି।  ବାଲେଶ୍ୱରର ଅଜୟ ଗୁହା ଓ ନିତ୍ୟବ୍ରତ ଦାସଙ୍କ ବୃତ୍ତି ଭିନ୍ନ ଭିନ୍ନ ଥିଲେ ବି, ଲକ୍‌ଡାଉନ ଓ ସଟ୍‌ଡାଉନ ଭିତରେ ଛନ୍ଦି ହୋଇ। ଉଭୟେ ଏବେ ପ୍ରାୟ ଏକା ପ୍ରକାର ସ୍ଥିତିରେ ଅଜୟଙ୍କ ଲୁଗା ଦୋକାନ ଶନି ଓ ରବିବାରକୁ ଛାଡ଼ି ବାକି ସବୁ ଦିନ ଖୋଲୁଛି।  ହେଲେ ଗରାଖଙ୍କ ଦେଖା ନାହିଁ । ସାବିତ୍ରୀ ଓ ରଜରେ ବି ବିକ୍ରି କମ୍ କଟକଣାର ଗୋଲକଧନ୍ଦାରେ ନୂଆମାଲ୍ ବି ଆଣିହେଉନି। ସେପଟେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଚାକିରି କରୁଥିବା ନିତ୍ୟବ୍ରତଙ୍କୁ ଏବେ ବେକାର ଶ୍ରେଣୀକୁ ଠେଲି ଦେଇଛି କରୋନା । ଚାକିରି ଯିବା ପରେ ନିଜ ସଂପର୍କୀୟ ଭାଇଙ୍କ ଔଷଧ ଦୋକାନରେ ମନ ବୁଝାଉଛନ୍ତି ନିତ୍ୟବ୍ରତ।

Related story