କମିଶନରଙ୍କ ବିରୋଧରେ ତାତିଲେ କର୍ପୋରେଟର

କଟକ(ଓଡ଼ିଶା ରିପୋର୍ଟର): ତାତିଲେ କର୍ପୋରେଟର ।  କମିଶନରଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଉତ୍ତ୍ୟକ୍ତ  କର୍ପୋରେଟର  ସିଏମସି ଅଫିସରେ ତାଲା ପକାଇଦେଲେ । କଟକ ମ୍ୟୁନିସିପାଲିଟି କର୍ପୋରେସନ ଅଧୀନରେ ଆସୁଥିବା କର୍ପୋରେଟରମାନେ ଅଭିଯୋଗ କରିଛନ୍ତି ଯେ, ଗତ କାଲି ସେମାନେ ସିଏମସି କମିଶନର ନିଖିଲ ପଓ୍ୱନ କଲ୍ୟାଣଙ୍କୁ ଭେଟିବାକୁ ଯାଇଥିଲେ। ସହରର ଅନେକ ଓ୍ୱାର୍ଡରେ ଜେଇଙ୍କ ବଦଳି  ହେଉ  ନଥିବା ପ୍ରସଙ୍ଗରେ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଏହା ଶୁଣି ଘଟଣାର ସମାଧାନ କରିବା ପରିବର୍ତ୍ତେ […]

cmc

  • Published: Friday, 09 December 2022
  • , Updated: 09 December 2022, 12:54 PM IST

କଟକ(ଓଡ଼ିଶା ରିପୋର୍ଟର): ତାତିଲେ କର୍ପୋରେଟର ।  କମିଶନରଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ ଆଣି ଉତ୍ତ୍ୟକ୍ତ  କର୍ପୋରେଟର  ସିଏମସି ଅଫିସରେ ତାଲା ପକାଇଦେଲେ ।

କଟକ ମ୍ୟୁନିସିପାଲିଟି କର୍ପୋରେସନ ଅଧୀନରେ ଆସୁଥିବା କର୍ପୋରେଟରମାନେ ଅଭିଯୋଗ କରିଛନ୍ତି ଯେ, ଗତ କାଲି ସେମାନେ ସିଏମସି କମିଶନର ନିଖିଲ ପଓ୍ୱନ କଲ୍ୟାଣଙ୍କୁ ଭେଟିବାକୁ ଯାଇଥିଲେ। ସହରର ଅନେକ ଓ୍ୱାର୍ଡରେ ଜେଇଙ୍କ ବଦଳି  ହେଉ  ନଥିବା ପ୍ରସଙ୍ଗରେ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ଏହା ଶୁଣି ଘଟଣାର ସମାଧାନ କରିବା ପରିବର୍ତ୍ତେ କମିଶନର ସେମାନଙ୍କୁ  ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ।

[caption id="attachment_787941" align="aligncenter" width="650"] ଉତ୍ତ୍ୟକ୍ତ କର୍ପୋରେଟର ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି।[/caption]

ଏହା ପ୍ରତିବାଦରେ ସିଏମସି ଅଫିସରେ ତାଲା ପକାଇ ପରିସରରେ ଧାରଣାରେ ବସିଥିଲେ ସମସ୍ତ କର୍ପୋରେଟର । କମିଶନର ଇସ୍ତଫା ଦିଅନ୍ତୁ ନଚେତ୍ ତାଙ୍କୁ ବଦଳି କରିବାକୁ ଦାବି କରିଥିଲେ ।

ମେୟର ସୁବାସ ସିଂ କର୍ପୋରେଟରଙ୍କ ସହ ଆଲୋଚନା କରିଥିଲେ ବି ବିଫଳ ହୋଇଥିଲେ । ଏପରିକି କର୍ପୋରେଟରମାନେ ଆସନ୍ତା କାଉନସିଲ ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Related story