ସାମାନ୍ୟ ବଚସାରୁ ପକାଇଥିଲେ ଖଣ୍ଡା ଚୋଟ, ବନ୍ଧାହେଲେ କର୍ପୋରେଟର

ବ୍ରହ୍ମପୁର( ଓଡ଼ିଶା ରିପୋର୍ଟର) : ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ଲକ୍ଷ୍ମୀ ସାହିଠାରେ ଗଣେଶ ପୂଜା ଭସାଣି ବେଳେ ଗତ ରବିବାର ରକ୍ତାକ୍ତ ସଂଘର୍ଷ ଘଟିଥିବା ବେଳେ ଅରୁଣ କୁମାର ମହାରଣା ନାମକ ବ୍ୟକ୍ତି ଗୁରୁତର ହୋଇଥିଲେ। ଏହି ଘଟଣାର ଛାନଭିନ କରି ପୁଲିସ୍‌ ବ୍ରହ୍ମପୁର ମହାନଗର ନିଗମ ୨୫ ନମ୍ବର  ୱାର୍ଡର କର୍ପୋରେଟର ନରସିଂହ ସେଠୀ ଓ ତାଙ୍କ ଭାଇ ଭିଜିଲାନ୍ସ କନଷ୍ଟେବଲ ନାରାୟଣ ସେଠୀଙ୍କୁ ଗିରଫ କରିଛି। ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ […]

arrest

  • Published: Thursday, 08 September 2022
  • , Updated: 08 September 2022, 09:48 AM IST

ବ୍ରହ୍ମପୁର( ଓଡ଼ିଶା ରିପୋର୍ଟର) : ବ୍ରହ୍ମପୁର ଟାଉନ୍ ଥାନା ଅନ୍ତର୍ଗତ ବିଜିପୁର ଲକ୍ଷ୍ମୀ ସାହିଠାରେ ଗଣେଶ ପୂଜା ଭସାଣି ବେଳେ ଗତ ରବିବାର ରକ୍ତାକ୍ତ ସଂଘର୍ଷ ଘଟିଥିବା ବେଳେ ଅରୁଣ କୁମାର ମହାରଣା ନାମକ ବ୍ୟକ୍ତି ଗୁରୁତର ହୋଇଥିଲେ। ଏହି ଘଟଣାର ଛାନଭିନ କରି ପୁଲିସ୍‌ ବ୍ରହ୍ମପୁର ମହାନଗର ନିଗମ ୨୫ ନମ୍ବର  ୱାର୍ଡର କର୍ପୋରେଟର ନରସିଂହ ସେଠୀ ଓ ତାଙ୍କ ଭାଇ ଭିଜିଲାନ୍ସ କନଷ୍ଟେବଲ ନାରାୟଣ ସେଠୀଙ୍କୁ ଗିରଫ କରିଛି। ଏହି ଘଟଣାରେ ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ଏଯାଏ ୭ରେ ପହଞ୍ଚିଲାଣି।  ସେମାନଙ୍କ ମଧ୍ୟରେ କର୍ପୋରେଟରଙ୍କ ଗୋଷ୍ଠୀର ୫ ଜଣ ଓ ଅପର ଗୋଷ୍ଠୀର ୨ ଜଣ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଉଭୟ ପକ୍ଷ ମଧ୍ୟରେ ପୂର୍ବ ଶତ୍ରୁତା ଲାଗି ରହିଥିବା ବେଳେ ଗତ ରବିବାର ଗଣେଶ ଭସାଣି ବେଳେ ତାହା ଉଗ୍ର ରୂପ ଧାରଣ କଲା । କର୍ପୋରେଟର ନରସିଂହ ସେଠୀ ସେହି ଅଞ୍ଚଳର  ଅରୁଣ କୁମାର ମହାରଣାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏପରିକି କର୍ପୋରେଟର ଆକ୍ରମଣ କରୁଥିବା ସମୟର ସିସିଟିଭି ଭିଡିଓ ଭାଇରାଲ୍ ହୋଇଥିଲା।  ଗୁରୁତର ଅରୁଣ କୁମାର ମହାରଣାଙ୍କୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହାପରେ ପୁଲିସ୍‌ ଘଟଣାର ତନାଘନା କରି କର୍ପୋରେଟର ନରସିଂହ ସେଠୀ, ତାଙ୍କ ଭାଇ ନାରାୟଣଙ୍କ ସମେତ ତାଙ୍କ ପକ୍ଷର ୫ଜଣଙ୍କୁ ଗିରଫ କରିଛି। ଏଥିସହ ଅନ୍ୟ ପକ୍ଷର ୨ଜଣଙ୍କୁ ଗିରଫ କରିଛି ଟାଉନ୍ ଥାନା ପୁଲିସ।

Related story