ଆହାର କେନ୍ଦ୍ରରେ ହରିଲୁଟ୍ ଅଭିଯୋଗ

Ordigital Desk
  • Published: Saturday, 03 February 2018
  • , Updated: 03 February 2018, 10:17 AM IST
<p>ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମ ଅଧୀନରେ ଥିବା ଆହାର କେନ୍ଦ୍ରରେ ଲୋକଙ୍କୁ ଖାଦ୍ୟ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହେଉଥିବା ଅଭିଯୋଗ ହୋଇଛି। ବିଜେପି ରାଜ୍ୟ ସମ୍ପାଦକ ବିଭୂତି ଜେନା ବ୍ରହ୍ମପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଅଭିଯୋଗ କରିଛନ୍ତି।&nbsp; ସେ କହିଛନ୍ତି,&ldquo; ଆହାର କେନ୍ଦ୍ରରେ କମ୍ ଲୋକ ଖାଉଥିବା ବେଳେ ଅଧିକ ଲୋକ ଖାଉଥିବା ଦର୍ଶାଇ ଲକ୍ଷାଧିକ ଟଙ୍କା ଲୁଟ୍ କରାଯାଉଛି।&nbsp; ତୃତୀୟ ମହଲାର ହାତ ଥିବାରୁ ଏନେଇ କେହି ମୁହଁ ଖୋଲୁ ନାହାନ୍ତି।&rdquo;</p> <p>ଏହି ଅଭିଯୋଗକୁ&nbsp; ବ୍ରହ୍ମପୁର ମେୟର କେ. ମାଧବୀ ଖଣ୍ଡନ କରିବା ସହ ବିଜେପି ଶସ୍ତା ରାଜନୀତି କରୁଛି ବୋଲି କହିଛନ୍ତି।</p>

Related story