ଦୁହେଁ ନେଲେ ଲାଞ୍ଚ: ସାନ ସାର ସସ୍ପେଣ୍ଡ, ବଡ଼ ସାରଙ୍କ ଉପରେ ହାତ ବାଜିଲାନି

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଗ କିରାଣୀ, ତା’ପରେ ଆଞ୍ଚଳିକ ଶ୍ରମ କମିଶନର ସରକାରଙ୍କ ଫାଇଭ୍-ଟି ଗାଲରେ ଶକ୍ତ ଚାପୁଡ଼ା ମାରି, ଲାଞ୍ଚ ନେଉଥିବା ବେଳେ କ୍ୟାମେରାରେ ଧରାପଡ଼ିଛନ୍ତି ବଲାଙ୍ଗିର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର ସାନ ସାର ଆଉ ବଡ଼ ସାର୍। ଗତକାଲି ଘଟିଥିବା ଏ ଲାଞ୍ଚ କାରବାରର ଭାଇରାଲ ଭିଡିଓ ଓଟିଭିରେ ପ୍ରସାରଣ ପରେ ସରକାର କିରାଣୀଙ୍କୁ ସସ୍ପେଣ୍ଡ କରିଛନ୍ତି । ହେଲେ ଆଞ୍ଚଳିକ ଶ୍ରମ କମିଶନରଙ୍କ ବିରୋଧରେ କିଛି କାଅର୍ଯ୍ୟାନୁଷ୍ଠାନ ହୋଇନି। ଗତକାଲିର ଟିଟିଲାଗଡ଼ର ଜଣେ ସର୍ଦ୍ଦାରଙ୍କ […]

tip

Tapas Behera
  • Published: Saturday, 19 October 2019
  • , Updated: 19 October 2019, 08:11 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ଆଗ କିରାଣୀ, ତା’ପରେ ଆଞ୍ଚଳିକ ଶ୍ରମ କମିଶନର ସରକାରଙ୍କ ଫାଇଭ୍-ଟି ଗାଲରେ ଶକ୍ତ ଚାପୁଡ଼ା ମାରି, ଲାଞ୍ଚ ନେଉଥିବା ବେଳେ କ୍ୟାମେରାରେ ଧରାପଡ଼ିଛନ୍ତି ବଲାଙ୍ଗିର ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟର ସାନ ସାର ଆଉ ବଡ଼ ସାର୍। ଗତକାଲି ଘଟିଥିବା ଏ ଲାଞ୍ଚ କାରବାରର ଭାଇରାଲ ଭିଡିଓ ଓଟିଭିରେ ପ୍ରସାରଣ ପରେ ସରକାର କିରାଣୀଙ୍କୁ ସସ୍ପେଣ୍ଡ କରିଛନ୍ତି । ହେଲେ ଆଞ୍ଚଳିକ ଶ୍ରମ କମିଶନରଙ୍କ ବିରୋଧରେ କିଛି କାଅର୍ଯ୍ୟାନୁଷ୍ଠାନ ହୋଇନି।

ଗତକାଲିର ଟିଟିଲାଗଡ଼ର ଜଣେ ସର୍ଦ୍ଦାରଙ୍କ ସହ ଲାଇସେନ୍ସ ପାଇଁ କିରାଣୀ ବଲ୍ଲଭ ନାଗ  ଲାଞ୍ଚ ବାବଦକୁ ଦୁଇଟି ୫ ଶହ ଟଙ୍କିଆ ନୋଟ୍‌ ନେଇଥିଲେ।  ଆଉ ଟଙ୍କା ନେଲା ପରେ ନିର୍ଲଜଙ୍କ ଭଳି କହୁଛନ୍ତି, ହଜାରେ ଟଙ୍କା ନେଇ ତୁମ ପାଖରେ ମୁଁ ବିକ୍ରି ହୋଇଯାଇଛି।

ହେଲେ ବିଡ଼ମ୍ବନାର ବିଷୟ ହେଉଛି କିରାଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ବଡ଼ ସାର୍ ଏ ବୟାନ ଦେବାର କିଛି ମିନିଟ୍ ପରେ ଭାଇରାଲ୍ ହେଇଗଲା ଖୋଦ୍ କମିଶନର ସାରଙ୍କ ଲାଞ୍ଚୁଆ ଚେହେରା। ମାନେ ବଲାଙ୍ଗିର ଆଞ୍ଚଳିକ ଶ୍ରମ କମିଶନର ସରୋଜ କୁମାର ରଂଜିତୋ ସିଧା ଟଙ୍କା ନେଲେନି, ଖୁସିବାସିରେ ଦେବାକୁ କହିଲେ। ଆଉ ଟେବୁଲରେ ହଜାରେ ଟଙ୍କା ଥୁଆ ହେବା ପରେ, ତା ଉପରେ କାଗଜ ଘୋଡ଼େଇ ଦେଲେ।

ଏପଟେ ଖବରକୁ ନେଇ ହଇଚଇ ପରେ ସାଙ୍ଗେ ସାଙ୍ଗେ ଆକ୍ସନ୍ ମୋଡ୍‌କୁ ଆସି କିରାଣୀ ବଲ୍ଲଭ ନାଗଙ୍କୁ ସରକାର ସସ୍ପେଣ୍ଡ କରିଛନ୍ତି। କିନ୍ତୁ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ କହି ଆଞ୍ଚଳିକ ଶ୍ରମ କମିଶନରଙ୍କ ଦେହରେ ତତ୍କାଳ ହାତ ମାରିନାହାନ୍ତିା

Related story