ଉଜ୍ଜ୍ୱଳ ଉତ୍‌ଥାନ କାର୍ଯ୍ୟକ୍ରମ: ମୟୂରଭଞ୍ଜରେ ଦୁର୍ନୀତିର ଗନ୍ଧ

ବାରିପଦା (ମାନିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଗତ ଫେବୃୟାରୀରେ ଅନୁଷ୍ଠିତ ହୋଇଥିଲା ଉଜ୍ଜ୍ୱଳ ଉତ୍‌ଥାନ କାର୍ଯ୍ୟକ୍ରମ। ଶିକ୍ଷକଙ୍କୁ ଉତ୍ତମ ଶିକ୍ଷାଦାନ ପଦ୍ଧତିର ପ୍ରଶିକ୍ଷଣ ଲାଗି ୪ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜିଲ୍ଲାର ସବୁ ବ୍ଲକରେ ୮ରୁ ୧୦ଟି ଟ୍ରେନିଂ ସେଣ୍ଟର ହୋଇଥିବା ବେଳେ ସବୁ ସେଣ୍ଟରରେ ସିସିଟିଭି ଲାଗିବା ନିମନ୍ତେ ହୋଇଥିଲା ବ୍ୟବସ୍ଥା। ଏଥିନିମନ୍ତେ  ମୟୂରଭଞ୍ଜ ଜିଲ୍ଲାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନିଆଯାଇଥିଲା। ହେଲେ ଖୋଳତାଡ଼ ପରେ ଏଥିରେ ମହାଘୋଟାଲା […]

bpd-1,,1.

bpd-1,,1.

Niharika Rout
  • Published: Monday, 30 September 2019
  • Updated: 30 September 2019, 02:56 PM IST

Sports

Latest News

ବାରିପଦା (ମାନିକଲାଲ ପାଣି): ମୟୂରଭଞ୍ଜ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଗତ ଫେବୃୟାରୀରେ ଅନୁଷ୍ଠିତ ହୋଇଥିଲା ଉଜ୍ଜ୍ୱଳ ଉତ୍‌ଥାନ କାର୍ଯ୍ୟକ୍ରମ। ଶିକ୍ଷକଙ୍କୁ ଉତ୍ତମ ଶିକ୍ଷାଦାନ ପଦ୍ଧତିର ପ୍ରଶିକ୍ଷଣ ଲାଗି ୪ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଜିଲ୍ଲାର ସବୁ ବ୍ଲକରେ ୮ରୁ ୧୦ଟି ଟ୍ରେନିଂ ସେଣ୍ଟର ହୋଇଥିବା ବେଳେ ସବୁ ସେଣ୍ଟରରେ ସିସିଟିଭି ଲାଗିବା ନିମନ୍ତେ ହୋଇଥିଲା ବ୍ୟବସ୍ଥା। ଏଥିନିମନ୍ତେ  ମୟୂରଭଞ୍ଜ ଜିଲ୍ଲାକୁ ପାଇଲଟ୍‌ ପ୍ରୋଜେକ୍ଟ ଭାବେ ନିଆଯାଇଥିଲା। ହେଲେ ଖୋଳତାଡ଼ ପରେ ଏଥିରେ ମହାଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି। ବାରିପଦା ବିଇଓଙ୍କ ଅଫିସରେ ଦାଖଲ ହୋଇଥିବା ବିଲ୍‌ରୁ ଦୁର୍ନୀତିର ଗନ୍ଧ ବାରି ହୋଇ ପଡ଼ୁଛି।

ବିଇଓଙ୍କ କାର୍ଯ୍ୟାଳୟରେ ଦାଖଲ ହୋଇଥିବା ବିଲ୍‌କୁ ଅନୁଧ୍ୟାନ କଲେ ଜଣାପଡ଼ୁଛି, ଗ୍ରାମାଞ୍ଚଳରେ ଯଦି ସିସିଟିଭି ଭଡ଼ା ଦିନକୁ ୫୦୦ରୁ ୭୦୦ ଟଙ୍କା ହୋଇଛି, ଜିଲ୍ଲା ସଦର ମହକୁମାରେ ଏହି ଭଡ଼ା ଦିନକୁ ୩୦୦୦ ଟଙ୍କା ହୋଇଛି। ଏପରି ତାରତମ୍ୟକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି।

ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ବାରିପଦା ବ୍ଲକରେ ୮ଟି ସେଣ୍ଟର ହୋଇଥିଲା। ପ୍ରତି ସେଣ୍ଟରରେ ସିସିଟିଭି ଭଡ଼ା ଦିନକୁ ୩ ହଜାର ଟଙ୍କା ଲେଖାଏ ୪ ଦିନକୁ  ୧୨ ହଜାର ହୋଇଥିଲା। ଅର୍ଥାତ କେବଳ ବାରିପଦା ବ୍ଲକର ୮ଟି ସେଣ୍ଟରରୁ ସିସିଟିଭି ଭଡ଼ା ବାବଦକୁ ୯୬ ହଜାର ଟଙ୍କାର ବିଲ୍‌ ଦାଖଲ ହୋଇଛି।

ଅପରପକ୍ଷେ ବାରିପଦା ସହରଠୁ ଦୂର ବିଶୋଇ ବ୍ଲକରେ ହୋଇଥିବା ପ୍ରତି ସେଣ୍ଟର ପିଛା ଭଡ଼ା ବାବଦକୁ ଦିନକୁ ଭଡ଼ା ୫୦୦ ଟଙ୍କା ଲେଖାଏ ୪ ଦିନକୁ ୨୦୦୦ ଟଙ୍କା ଦାଖଲ ହୋଇଛି। ସେହିପରି ବଡ଼ସାହି ବ୍ଲକରେ ସେଣ୍ଟର ପିଛା ବିଲ୍‌ ବାବଦକୁ ୪ ଦିନକୁ ୨୮୦୦ ଟଙ୍କା ଦାଖଲ ହୋଇଛି। କିନ୍ତୁ ସବୁଠୁ ଅଶ୍ଚର୍ଯ୍ୟର କଥା, ଜିଲ୍ଲା ସଦର ମହକୁମାରେ କିପରି ଏହି ଭଡ଼ା ଦିନକୁ ୩୦୦୦ ଟଙ୍କା ହୋଇଛି ତାହା ଜଣାପଡ଼ୁନି।

ଏନେଇ ବାରିପଦା ବିଇଓ ପ୍ରଶାନ୍ତ କୁମାର ମହାନ୍ତି କହିଛନ୍ତି, ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ କାମ ହୋଇଛି। ସିସିଟିଭି, କମ୍ପ୍ୟୁଟର, ସ୍ପିକର, ପ୍ରୋଜେକ୍ଟର ଆଦି କିଣିବା ନିମନ୍ତେ ଏହି ଅର୍ଥ ବ୍ୟୟ ହୋଇଛି। ଏଥିନିମନ୍ତେ ସିଆରସିସିଙ୍କୁ ଦାୟିତ୍ୱ ଦିଆଯାଇଥିଲା।

ଏନେଇ ଅବସରପ୍ରାପ୍ତ ବିଆରସିସି ହରିଶ୍ଚନ୍ଦ୍ର ନନ୍ଦ ଗୋସ୍ୱାମୀ କହିଛନ୍ତି, ଜିଲ୍ଲାପାଳ ସର୍ବଶିକ୍ଷା ଅଭିଯାନର ଜିଲ୍ଲାସ୍ତରୀୟ ଚେୟାରମ୍ୟାନ ଅଛନ୍ତି। ଏହାସତ୍ତ୍ୱେ ଏଥିରେ ବଡ଼ ଧରଣର ଘୋଟାଲା ହୋଇଥିବା ଅନୁମାନ କରାଯାଉଛି। କିପରି ଏହି ଘୋଟାଲା ହେଲା, ତାହାର ତଦନ୍ତ ଆବଶ୍ୟକ।

ବିଇଓଙ୍କ ଅଫିସରେ ଦାଖଲ ହୋଇଥିବା ବିଲ୍‌ରୁ ଜଣାପଡ଼ୁଛି, ଠାକୁରମୁଣ୍ଡାରେ ୪ ଦିନିଆ ଟ୍ରେନିଂ କାର୍ଯ୍ୟକ୍ରମରେ ସିସିଟିଭି ଭଡ଼ା ଖର୍ଚ୍ଚ ୨ ଲକ୍ଷ ୧୮ ହଜାର, କପ୍ତିପଦା-୨ ଲକ୍ଷ ୧୬ ଟଙ୍କା ଓ ଯଶୀପୁର ବ୍ଲକରେ ୨ ଲକ୍ଷ ୬ ହଜାର ଟଙ୍କା ହୋଇଛି।  ଯଦି ବିଶୋଇ, କୁଳିଅଣା, ଶୁଳିଆପଦା ବ୍ଲକ ସିସିଟିଭି ଭଡ଼ା ବାବଦକୁ ୨୦ରୁ ୩୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି, ତେବେ କିପରି ଅନ୍ୟ ବ୍ଲକମାନେ ୨ଲକ୍ଷରୁ ଊର୍ଦ୍ଧ୍ୱ ଖର୍ଚ୍ଚ କରିଛନ୍ତି, ତାହା ଜଣାପଡ଼ୁନି ।

ଏ ସମ୍ପର୍କରେ ମୟୂରଭଞ୍ଜ ଡିପିସି ଇନଚାର୍ଜ ଧ୍ରୁବଚରଣ ବେହେରା କହିଛନ୍ତି, ଆମେ ପ୍ରତି ଶିକ୍ଷକ ପିଛା ୨୦୦ ଟଙ୍କା ଖର୍ଚ୍ଚ କରିବାକୁ ଦେଇଥିଲୁ। ଏହାଠୁ ଅଧିକ ଖର୍ଚ୍ଚ କରିଥିଲେ ସେମାନଙ୍କଠାରୁ ଆଦାୟ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos