‘ମହାମାରୀ ସମୟରେ ହୋଇଛି ମହାଦୁର୍ନୀତି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା ପରି ମହାମାରୀ ସମୟରେ ମାସ୍କ କିଣାରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ତାମିଲନାଡୁର ଗୋଟିଏ ସଂସ୍ଥାରୁ ୧୬ ଟଙ୍କା ଦାମ୍‌ରେ ୩୦ ଲକ୍ଷ ମାସ୍କ ଆସିଛି । ହେଲେ ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି । ସରକାରୀ ସଂସ୍ଥାରୁ ସାମଗ୍ରୀ କିଣାର ନିୟମ ରହିଛି, […]

niranjan

Niharika Rout
  • Published: Tuesday, 09 June 2020
  • , Updated: 09 June 2020, 01:12 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କରୋନା ପରି ମହାମାରୀ ସମୟରେ ମାସ୍କ କିଣାରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ। ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସେ କହିଛନ୍ତି, ତାମିଲନାଡୁର ଗୋଟିଏ ସଂସ୍ଥାରୁ ୧୬ ଟଙ୍କା ଦାମ୍‌ରେ ୩୦ ଲକ୍ଷ ମାସ୍କ ଆସିଛି । ହେଲେ ଅନ୍ୟ ରାଜ୍ୟମାନେ ଏହାକୁ ୧.୩୪ ଟଙ୍କାରୁ ୮.୪୭ ଟଙ୍କାରେ କିଣିଛନ୍ତି । ସରକାରୀ ସଂସ୍ଥାରୁ ସାମଗ୍ରୀ କିଣାର ନିୟମ ରହିଛି, ମାତ୍ର ତାହା ହୋଇ ନଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ।

ସ୍ୱାସ୍ଥ୍ୟ ମନ୍ତ୍ରୀ କହୁଛନ୍ତି ଭାରତ ସରକାର କିଣା ଦାମ ଧାର୍ଯ୍ୟ କରିଥିଲେ । ପୁଣି ମନ୍ତ୍ରୀ କହୁଛନ୍ତି ଅଫିସରଙ୍କୁ ପଚାର। ମନ୍ତ୍ରୀଙ୍କ କଥାରେ ତାଳମେଳ ରହୁ ନାହିଁ। ସେ ଏଥିପାଇଁ ଉତ୍ତରଦାୟୀ ବୋଲି ନିଜେ ଜାଣିବା ଉଚିତ । RT-PCR ମେସିନ ଦାମ ୪ରୁ ୫ ଲକ୍ଷ । ମାତ୍ର  ରାଜ୍ୟ ସରକାର ତାହାକୁ ୧୨.୮୪ ଲକ୍ଷରେ କିଣିଛନ୍ତି ।

କୋଭିଡ ମେସିନ ପାଇଁ ଗୋଟିଏ କମ୍ପାନୀକୁ ୧୨ କୋଟି ଅଗ୍ରୀମ ଦିଆଯାଇଛି ।  PPE ମଧ୍ୟ ବହୁ ଅଧିକ ଦାମରେ କିଣା ହୋଇଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ । PPE ବ୍ୟବହାର ପାଇଁ ଦେବା ପୂର୍ବରୁ ଟେଷ୍ଟ କରିବା କଥା। କିନ୍ତୁ ତାହା କରାଯାଉନି ବୋଲି କଂଗ୍ରେସର ପ୍ରେସମିଟଟ୍‌ରେ ଅଭିଯୋଗ କରିଛନ୍ତି ନିରଞ୍ଜନ। ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Related story