ଗୁହାରି ଶୁଣୁନି ସରକାର, ହାଡ ଭଙ୍ଗା ଶୀତରେ ଖୋଲା ଆକାଶ ତଳେ ଦମ୍ପତ୍ତି

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବ୍ୟକ୍ତିଙ୍କ ନିଜସ୍ଵ ରେକର୍ଡ଼ ଭୁକ୍ତ ଜାଗା ଉପରେ ଜୋରଜବରଦସ୍ତ ନିର୍ମାଣ କାମ ଚଲାଇଛନ୍ତି ସରକାର। ଗୁହାରି କଲେ ବି କେହି ଶୁଣୁ ନାହାନ୍ତି। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ଦୁଃଖ ଜଣାଇ ନିରାଶ ହେଲେ। ଶେଷରେ ନ୍ୟାୟ ପାଇଁ ହାଡ ଭଙ୍ଗା ଶୀତରେ ବି ରାତି ରାତି ଖୋଲା ଆକାଶ ତଳେ ପଡି ରହିଛନ୍ତି ଦମ୍ପତ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ମହମ୍ମଦ ତାରିଫ ହୁସେନ ଓ ତାଙ୍କ […]

dkl

Niharika Rout
  • Published: Monday, 21 December 2020
  • , Updated: 21 December 2020, 08:38 AM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ବ୍ୟକ୍ତିଙ୍କ ନିଜସ୍ଵ ରେକର୍ଡ଼ ଭୁକ୍ତ ଜାଗା ଉପରେ ଜୋରଜବରଦସ୍ତ ନିର୍ମାଣ କାମ ଚଲାଇଛନ୍ତି ସରକାର। ଗୁହାରି କଲେ ବି କେହି ଶୁଣୁ ନାହାନ୍ତି। ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ଦୁଃଖ ଜଣାଇ ନିରାଶ ହେଲେ। ଶେଷରେ ନ୍ୟାୟ ପାଇଁ ହାଡ ଭଙ୍ଗା ଶୀତରେ ବି ରାତି ରାତି ଖୋଲା ଆକାଶ ତଳେ ପଡି ରହିଛନ୍ତି ଦମ୍ପତ୍ତି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ମହମ୍ମଦ ତାରିଫ ହୁସେନ ଓ ତାଙ୍କ ଧର୍ମପତ୍ନୀ ଆଣିଛନ୍ତି ସାଂଘାତିକ ଅଭିଯୋଗ। କାମାକ୍ଷାନଗର ବ୍ଲକ ଜନ୍ତାରିବୋଲ ତହସିଲ ଅଧୀନରେ ଥିବା ସେମାନଙ୍କ ନିଜସ୍ଵ ରେକର୍ଡ଼ ଭୁକ୍ତ ଜାଗା ଉପରେ ସରକାର ଜବରଦସ୍ତ କଲେଜ ନିର୍ମାଣ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦମ୍ପତ୍ତି ।

ଏ ସମ୍ପର୍କରେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା  କହିଛନ୍ତି। ଏପରିକି ସିଧାସଳଖ ଜଣେ ବରିଷ୍ଠ ମନ୍ତ୍ରୀଙ୍କ ସମ୍ପୃକ୍ତିକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଅଭିଯୋଗକାରୀ ।

ସବୁଆଡ଼ୁ ନିରାଶ ହେବା ପରେ ନ୍ୟାୟ ପାଇଁ ହାଡ ଭଙ୍ଗା ଶୀତରେ ବି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ବସିଛନ୍ତି ମହମ୍ମଦ । ଏ ସମ୍ପର୍କରେ ପ୍ରଶାସନ କି ମନ୍ତ୍ରୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Related story