ପାପ ସମ୍ପର୍କ ଦେଖିଦେଲେ ବୋଲି ...

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଉଭୟ ବିବାହିତ। ମେଣ୍ଟିନଥିଲା ଦେହ ଭୋକ। ରଖିଥିଲେ ପାପ ସମ୍ପର୍କ। ଆଉ ସେହି ପାପ ସମ୍ପର୍କ ଦେଖି ଦେଇଥିଲେ ବୋଲି ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ମାରି ଫିଙ୍ଗିଦେଇଥିଲେ ପ୍ରେମୀ ଯୁଗଳ। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡା.ଶ୍ରବଣ ବିବେକ ଏମ୍‌। କେ.ନୂଆଗାଁ […]

Love

  • Published: Wednesday, 18 January 2023
  • , Updated: 18 January 2023, 09:06 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଉଭୟ ବିବାହିତ। ମେଣ୍ଟିନଥିଲା ଦେହ ଭୋକ। ରଖିଥିଲେ ପାପ ସମ୍ପର୍କ। ଆଉ ସେହି ପାପ ସମ୍ପର୍କ ଦେଖି ଦେଇଥିଲେ ବୋଲି ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ମାରି ଫିଙ୍ଗିଦେଇଥିଲେ ପ୍ରେମୀ ଯୁଗଳ। ଏପରି ହୃଦୟବିଦାରକ ଘଟଣା ଗଞ୍ଜାମ ଜିଲ୍ଲା କେ.ନୂଆଗାଁ ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ଘଟଣାର ତଦନ୍ତ କରି ଅଭିଯୁକ୍ତ ପ୍ରେମୀ ଯୁଗଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍‌ପି ଡା.ଶ୍ରବଣ ବିବେକ ଏମ୍‌।

କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡ଼ା ଗାଁର ପଦ୍ମନ ସାହୁ ଓ ରୁବିତା ଅଧିକାରୀ। ଉଭୟ ପରସ୍ପରକୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ। ହେଲେ ପରବର୍ତ୍ତୀ ସମୟରେ ରୁବିତା ଭୁବନେଶ୍ୱର ପଳାଇ ଯାଇଥିଲେ। ସେଠାରେ ବିବାହ କରି ନିଜ ପରିବାର ଲୋକଙ୍କ ସହ ରହୁଥିଲେ। ମଝିରେ ମଝିରେ ସେ ନିଜ ଘରକୁ ବୁଲିବା ପାଇଁ ଆସୁଥିଲେ।

ପଦ୍ମନ ସାହୁ ମଧ୍ୟ ବିବାହ କରିଥିଲେ। ଆଉ ଏହା ଜାଣି ସୁଦ୍ଧା ତାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ ରୁବିତା। ପଦ୍ମନ ଓ ରୁବିତାଙ୍କ ପାପ ସମ୍ପର୍କ ଦେଖି ନେଇଥିଲେ ୩୦ ବର୍ଷୀୟ ମାନସିକ ବିକାରଗ୍ରସ୍ତ ଯୁବତୀ ବିଷ୍ଣୁପ୍ରିୟା ସାହୁ। ଘଟଣା ସମ୍ପର୍କରେ କାହାକୁ କହିଦେବ ବୋଲି ଉଭୟଙ୍କ ମନରେ ଭୟ ଥିଲା। ତେଣୁ ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ଜାନୁଆରୀ ୮ ତାରିଖ ରାତି ବିଷ୍ଣୁପ୍ରିୟ ନିଜ ଭଉଣୀ ଘରକୁ ଶୋଇବାକୁ ଯାଉଥିଲେ। ଠିକ୍‌ ସେତିକି ବେଳେ ସେହି ରାସ୍ତା ଦେଇ ଯାଉଥିଲେ ପଦ୍ମନ ଓ ରୁବିତା। ପରେ ତାଙ୍କୁ ରୁବିତାଙ୍କ ଘରକୁ ନେଇ ଯାଇଥିଲେ। ସେଠାରେ ବିଷ୍ଣୁପ୍ରିୟାଙ୍କୁ ରୁବିତା ପ୍ରଥମେ ମାଡ଼ ମାରିଥିଲେ। ତା’ପରେ ପଦ୍ମନ ତାଙ୍କ ମୁହଁରେ ତକିଆ ପକାଇ ମାରିଦେଇଥିବା ଅଭିଯୋଗ ହୋଇଛି।

ବିଷ୍ଣୁପ୍ରିୟାଙ୍କୁ ମାରିଦେବା ପରେ ନିଜ ଘରେ ରୁବିତା ରଖିଥିଲେ। ସେହି ରାତିରେ ସେ ଅନ୍ୟ ଏକ ରୁମ୍‌ରେ ଶୋଇଥିଲେ। ତା’ପର ଅର୍ଥାତ ୯ ତାରିଖ ରାତିରେ ବିଷ୍ଣୁପ୍ରିୟାଙ୍କ ମୃତଦେହକୁ ରୁବିତା ଘୋଷାଡି ଘୋଷାଡ଼ି ଘର ବାହାରେ ଫିଙ୍ଗି ଦେଇଥିଲା। ସେହି ରାତିରେ ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ପୁଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

୧୦ ତାରିଖ ସକାଳେ ରୁବିତା ଭୁବନେଶ୍ୱର ପଳାଇ ଆସିଥିଲା। ଆଉ ପଦ୍ମନ ଗାଁରେ ରହି ସବୁ ଗତିବିଧି ଉପର ନଜର ରଖିଥିଲା। ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଚଳାଇ ଥିବା ପୁଲିସ୍‌ର ସନ୍ଦେହ ରୁବିତାଙ୍କ ଉପରେ ଯାଇଥିଲା। ଏହା ପରେ ରୁବିତା ରହୁଥିବା ଘରୁ ବିଷ୍ଣୁପ୍ରିୟାଙ୍କ ଶଙ୍ଖା, ବ୍ଲଡ୍‌ ଓ ଓଢ଼ଣୀ ଜବତ କରିଥିଲା। ତା’ପରେ ପୁଲିସ୍‌ ଭୁବନେଶ୍ୱରରୁ ରୁବିତାଙ୍କୁ ଗିରଫ କରିଥିଲା। ତାକୁ ପଚରାଉଚରା କରିବା ପରେ ଗାଁରେ ଚକ୍କର କାଟୁଥିବା ପଦ୍ମନଙ୍କୁ ଗିରଫ କରିଥିଲା। ଉଭୟ ନିଜର ଦୋଷ ସ୍ୱୀକାର କରିଥିଲେ।

Related story