ସ୍ତ୍ରୀ ଆଖି ଆଗରେ ସ୍ୱାମୀଙ୍କୁ ଦଳିଦେଲା ଦନ୍ତା

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ସ୍ତ୍ରୀ ଆଖି ଆଗରେ ସ୍ୱାମୀଙ୍କୁ ଦଳିଦେଲା ଦନ୍ତା। ଆଜି ଢେଙ୍କାନାଳ ମହାବିରୋଡ଼ ରେଂଜ ଚାନ୍ଦପୁରର ଏ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ରମେଶ ବେହେରା। ସେ ତାଙ୍କ ସ୍ତ୍ରୀଙ୍କ ସହ ଘର ନିକଟ ନଟାନାଳୀକୁ ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲା। ଏନେଇ ଶୌଚ ପାଇଁ ଯାଉଥିବା ଅନ୍ୟ ଲୋକମାନେ ଦେଖିବା ପରେ ହାତୀକୁ ଘଉଡ଼ାଇଥିଲେ। ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି […]

elephant-attack

  • Published: Monday, 26 September 2022
  • , Updated: 26 September 2022, 05:20 PM IST

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ସ୍ତ୍ରୀ ଆଖି ଆଗରେ ସ୍ୱାମୀଙ୍କୁ ଦଳିଦେଲା ଦନ୍ତା। ଆଜି ଢେଙ୍କାନାଳ ମହାବିରୋଡ଼ ରେଂଜ ଚାନ୍ଦପୁରର ଏ ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ଗାଁର ରମେଶ ବେହେରା। ସେ ତାଙ୍କ ସ୍ତ୍ରୀଙ୍କ ସହ ଘର ନିକଟ ନଟାନାଳୀକୁ ସକାଳୁ ଶୌଚ ପାଇଁ ଯାଇଥିବା ବେଳେ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲା।

ଏନେଇ ଶୌଚ ପାଇଁ ଯାଉଥିବା ଅନ୍ୟ ଲୋକମାନେ ଦେଖିବା ପରେ ହାତୀକୁ ଘଉଡ଼ାଇଥିଲେ। ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରିବାର ଲୋକେ ଦୁଇ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ମହାବିରୋଡ ପରେ କାମାକ୍ଷାନଗର ମେଡିକାଲ ନେଇଥିଲେ।

ସେଠାରେ ଡାକ୍ତର ରମେଶଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ପତ୍ନୀଙ୍କୁ ଚିକିତ୍ସା କରାଯିବା ପରେ ସେ ସାମାନ୍ୟ ସୁସ୍ଥ ହୋଇଛନ୍ତି। ତାଙ୍କ ମୁଣ୍ଡ, ହାତ ଓ ଶରୀରର ଅନ୍ୟସ୍ଥାନରେ ଗଭୀର ଆଘାତ ଲାଗିଛି। ଆଖି ଆଗରେ ସ୍ୱାମୀଙ୍କ ଜୀବନ ଚାଲିଯିବା ଦେଖି ସେ ମର୍ମାହତ ହୋଇପଡ଼ିଛନ୍ତି। ହାତୀ ଆକ୍ରମଣ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିବା ବେଳେ ବନବିଭାଗ ହାତୀ ସମସ୍ୟାର ସମାଧାନ କରିବାକୁ ଦାବି ହୋଇଛି।

Related story