ସତୀଚଉରା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ସ୍ୱାମୀକୁ ଆଜୀବନ, ସ୍ତ୍ରୀକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

କଟକ (ଓଡ଼ିଶା ରିପୋର୍ଟର): ୨୦୧୯ ସତୀଚଉରା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡ ଦେଇଛନ୍ତି କଟକ ଆଡ୍‌ ହକ୍ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟ। ସ୍ୱାମୀ ଅମିତ ବିନ୍ଧାଣୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଦେଇଥିବା ବେଳେ ସ୍ତ୍ରୀ ଆଶା ଲୋହାରକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନଙ୍କୁ ୫ ହଜାର ଟଙ୍କାର ଜୋରିମାନା ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା […]

Jail

Jail

Jitendra Garnayak
  • Published: Saturday, 22 January 2022
  • Updated: 22 January 2022, 06:45 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ୨୦୧୯ ସତୀଚଉରା ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ଦମ୍ପତିଙ୍କୁ କଡ଼ା ଦଣ୍ଡ ଦେଇଛନ୍ତି କଟକ ଆଡ୍‌ ହକ୍ ଫାଷ୍ଟ ଟ୍ରାକ୍ ପୋକ୍ସୋ କୋର୍ଟ। ସ୍ୱାମୀ ଅମିତ ବିନ୍ଧାଣୀକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଦେଇଥିବା ବେଳେ ସ୍ତ୍ରୀ ଆଶା ଲୋହାରକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନଙ୍କୁ ୫ ହଜାର ଟଙ୍କାର ଜୋରିମାନା ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ପୀଡ଼ିତାଙ୍କୁ ଏହି କ୍ଷତିପୂରଣ ରାଶି ପ୍ରଦାନ କରାଯିବ।

୨୦୧୯ ଜୁଲାଇ ୧୮ ତାରିଖରେ ଏହି ଦମ୍ପତି କଟକର ସତୀଚଉରା ଅଞ୍ଚଳରୁ ଜଣେ ୧୦ ବର୍ଷର ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଅମିତ ଓ ଆଶା ତାଙ୍କୁ ଝାଡ଼ଖଣ୍ଡର ଟାଟାରେ ନେଇ ରଖିଥିଲେ। ବିକ୍ରି କରିବା ଉଦ୍ଦେଶ୍ୟରେ ସେମାନେ ଏହି ନାବାଳିକାଙ୍କୁ ନେଇ ଯାଇଥିଲେ। ପତ୍ନୀ ଆଶା ସହଯୋଗରେ ଅମିତ ଏହି ନାବାଳିକାଙ୍କୁ ସେଠାରେ ଦୁଷ୍କର୍ମ କରିଥିଲା। ଅମିତ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା।

୨୦ଟି ତଥ୍ୟ ପ୍ରମାଣ ଓ ୧୨ ଜଣ ସାକ୍ଷୀଙ୍କ ବୟାନ ଆଧାରରେ କୋର୍ଟ ଅମିତ ଓ ଆଶାଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos