ଦୀପାବଳିରେ ଝିଅକୁ ଦେଖା କରି ଫେରୁଥିବା ବେଳେ ଲିଭିଗଲା ବାପାମା’ଙ୍କ ଜୀବନ ଦୀପ

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଦୀପାବଳି ଅବସରରେ ଘରଠୁ ଦୂରରେ ରହି ପାଠ ପଢ଼ୁଥିବା ଝିଅକୁ ଦେଖା କରିବାକୁ ଯାଇଥିଲେ ବାପାମା’। ହେଲେ ଫେରିବା ବେଳେ ଦୁର୍ଘଟଣାରେ ଲିଭି ଯାଇଥିଲା ସେମାନଙ୍କ ଜୀବନ ଦୀପ। ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାହାସବଗା ଛକ ନିକଟରେ ଘଟିଛି ଏହି ଘଟଣା। ମୃତକ ଦ୍ୱୟ ହେଉଛନ୍ତି ରାମକୃଷ୍ଣ ସା’ ଓ ତାଙ୍କ ପତ୍ନୀ। ସେମାନେ ଲଖନପୁର ବ୍ଲକ୍ ବିନିକା ସାପାଲି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି। ଆଜି ଅପରାହ୍ଣ ପ୍ରାୟ […]

Accident

Jitendra Garnayak
  • Published: Thursday, 04 November 2021
  • , Updated: 04 November 2021, 04:48 PM IST

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଦୀପାବଳି ଅବସରରେ ଘରଠୁ ଦୂରରେ ରହି ପାଠ ପଢ଼ୁଥିବା ଝିଅକୁ ଦେଖା କରିବାକୁ ଯାଇଥିଲେ ବାପାମା’। ହେଲେ ଫେରିବା ବେଳେ ଦୁର୍ଘଟଣାରେ ଲିଭି ଯାଇଥିଲା ସେମାନଙ୍କ ଜୀବନ ଦୀପ। ଝାରସୁଗୁଡ଼ା ଜିଲା ରେଙ୍ଗାଲି ଥାନା ଅନ୍ତର୍ଗତ ସାହାସବଗା ଛକ ନିକଟରେ ଘଟିଛି ଏହି ଘଟଣା।

ମୃତକ ଦ୍ୱୟ ହେଉଛନ୍ତି ରାମକୃଷ୍ଣ ସା’ ଓ ତାଙ୍କ ପତ୍ନୀ। ସେମାନେ ଲଖନପୁର ବ୍ଲକ୍ ବିନିକା ସାପାଲି ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି।

ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ ଏହି ଦୁର୍ଘଟଣା ଘଟିଛି। କଟରବଗା ହାଇସ୍କୁଲ୍‌ରେ ପଢ଼ୁଥିବା ଝିଅକୁ ଦେଖା କରିବା ପରେ ପତ୍ନୀଙ୍କୁ ବାଇକ୍‌ରେ ବସାଇ ରାମକୃଷ୍ଣ ଘରକୁ ଫେରୁଥିବା ବେଳେ ସାହାସବଗା ଛକରେ ୪୯ ନମ୍ବର ଜାତୀୟ ରାଜପଥରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଟ୍ରକ୍‌ଟି ଝାରସୁଗୁଡ଼ାରୁ ଛତିଶଗଡ଼ ଅଭିମୁଖେ ଯାଇଥିବା ବେଳେ ବାଇକ୍‌କୁ ଧକ୍କା ଦେଇ ରାମକୃଷ୍ଣଙ୍କ ଉପରେ ଚଢ଼ି ଯାଇଥିଲା।

ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଛି। ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସେମାନେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ତା’ସହିତ ବେପରୁଆ ଗାଡ଼ି ଚାଳନା ଉପରେ ରୋକ ଲଗାଇବାକୁ ସେମାନେ ଦାବି କରିଛନ୍ତି। ପୁଲିସ୍ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି।

Related story