ମନ୍ଦିର ଯାଉଥିଲେ, ରାସ୍ତାରେ ଦମ୍ପତିଙ୍କୁ ଲୁଟିଲେ ନକଲି ପୁଲିସ!

ନବରଙ୍ଗପୁର (ନବଘନ ବିଶୋଇ): ଦମ୍ପତି ମନ୍ଦିର ଯାଉଥିଲେ। ହେଲେ ଅଧା ରାସ୍ତାରେ ପୁଲିସ ସ୍ପେଶାଲ ସ୍କ୍ୱାଡର ପରିଚୟ ଦେଇ ଦୁଇ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ପରେ ଚେକିଂ ବାହାନାରେ ସମ୍ପତିଙ୍କଠାରୁ ଅବିନବ ଉପରେ ଲୁଟିନେଲେ। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲାରେ ଘଟିଛି। ଦଶରଥପଦା ଗାଁର ଲକ୍ଷ୍ମଣ ରାଓ ଓ ତାଙ୍କ ପତ୍ନୀ ପି.ବିଜୟଲକ୍ଷ୍ମୀ ଆଜି ସନ୍ଧ୍ୟା ବେଳେ ଏକ ସ୍କୁଟିରେ ମନ୍ଦିର ଯାଉଥିଲେ। ତେବେ ରାସ୍ତାରେ ଦୁଇ ଜଣ ଯୁବକ ସେମାନଙ୍କୁ ଅଟକାଇ ନିଜକୁ ପୁଲିସ […]

ornaments-loot-from-road

Manoranjan Sial
  • Published: Wednesday, 26 February 2020
  • , Updated: 26 February 2020, 07:56 PM IST

ନବରଙ୍ଗପୁର (ନବଘନ ବିଶୋଇ): ଦମ୍ପତି ମନ୍ଦିର ଯାଉଥିଲେ। ହେଲେ ଅଧା ରାସ୍ତାରେ ପୁଲିସ ସ୍ପେଶାଲ ସ୍କ୍ୱାଡର ପରିଚୟ ଦେଇ ଦୁଇ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ପରେ ଚେକିଂ ବାହାନାରେ ସମ୍ପତିଙ୍କଠାରୁ ଅବିନବ ଉପରେ ଲୁଟିନେଲେ। ଏପରି ଅଭିଯୋଗ ନବରଙ୍ଗପୁର ଜିଲ୍ଲାରେ ଘଟିଛି।

ଦଶରଥପଦା ଗାଁର ଲକ୍ଷ୍ମଣ ରାଓ ଓ ତାଙ୍କ ପତ୍ନୀ ପି.ବିଜୟଲକ୍ଷ୍ମୀ ଆଜି ସନ୍ଧ୍ୟା ବେଳେ ଏକ ସ୍କୁଟିରେ ମନ୍ଦିର ଯାଉଥିଲେ। ତେବେ ରାସ୍ତାରେ ଦୁଇ ଜଣ ଯୁବକ ସେମାନଙ୍କୁ ଅଟକାଇ ନିଜକୁ ପୁଲିସ ସ୍ପେଶାଲ ସ୍କ୍ୱାଡର ପରିଚୟ ଦେଇଥିଲେ। ଆଉ କହିଥିଲେ, ଆଗରେ ଚେକିଂ ଚାଲିଛି, ସୁନା ଗହଣା ଦେଖିଲେ ପୁଲିସ ଫାଇନ୍‌ କରୁଛି। ଯାହାକୁ ନେଇ ଲକ୍ଷ୍ମଣ ଓ ତାଙ୍କ ପତ୍ନୀ ଭୟଭୀତ ହୋଇଯାଇଥିଲେ। ଏପରିକି ଉଭୟ ସ୍ୱାମୀ ଓ ସ୍ତ୍ରୀ ପିନ୍ଧିଥିବା ଗହଣା ବାହାର କରି ସେମାନଙ୍କୁ ଦେଇଥିଲେ।

ଏହାର ସୁଯୋଗ ନେଇ ପୁଲିସ ସ୍ପେଶାଲ ସ୍କ୍ୱାଡର ପରିଚୟ ଦେଇଥିବା ଯୁବକମାନେ ଅସଲି ନେଇ ନକଲି ଗହଣାକୁ କାଗଜରେ ଗୋଡାଇ ଡିକିରେ ରଖିଥିଲେ। ପରେ ସେମାନେ ସେଠାରୁ ପଳାଇ ଯାଇଥିଲେ। ତେବେ କିଛି ରାସ୍ତା ଗଲା ପରେ ଲକ୍ଷ୍ମଣ ଓ ତାଙ୍କ ପତ୍ନୀ ପି.ବିଜୟଲକ୍ଷ୍ମୀ ଗହଣା ଖୋଲି ଦେଖିଲା ବେଳକୁ ନକଲି ବୋଲି ଜାଣିବାକୁ ପାଇଥିଲେ।

ଏହା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ପତ୍ତା ପାଇନାହିଁ। ଚୋରି ହୋଇଥିବା ସୁନାର ଓଜନ ୧୮ ଭରି ହେବ ବୋଲି ଏଫ୍‌ଆଇଆର୍‌ ଦର୍ଶା ଯାଇଛି। ଚୋର ଦୁହେଁ ତେଲୁଗୁ ଓ ବିହାରୀ ଭାଷାରେ କଥା ହେଉଥିବା କହିଛନ୍ତି ଲକ୍ଷ୍ମଣ ରାଓ।

Related story