ଆବାସ ଟଙ୍କା ଅନ୍ୟ ଆକାଉଣ୍ଟରେ ଜମା! ୪ ବର୍ଷ ଚକ୍କର କାଟି ଧାରଣାରେ ବସିଲେ ଦମ୍ପତି

ବିନିକା(ଦିଲ୍ଲୀପ ସାହୁ): ନିଜ ନାଁରେ ଆସିଥିବା ପ୍ରଧାନମନ୍ତ୍ରୀ ଆବସ ଯୋଜନା ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟରେ ଜମାରେ ହୋଇଗଲା! ଦୀର୍ଘ ୪ ବର୍ଷ ଧରି ଚକ୍କର କାଟିବା ପରେ ଆଜି ବ୍ଲକ ଅଫିସ୍‌ ଆଗରେ ଧାରଣାରେ ବସିଲେ ଦମ୍ପତି। ଘର ନିର୍ମାଣ ପାଇଁ ଟଙ୍କା ନମିଳିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଦମ୍ପତି ଶୁଣାଇ ଦେଇଛନ୍ତି। ଏପରି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବ୍ଲକରୁ। ବିନିକା ବ୍ଲକ୍‌ ଜୁଲୁଣ୍ଡା ପଞ୍ଚାୟତ ନକଟାମୁଣ୍ଡା ଗାଁର ରୋହିତ ପୁଟେଲଙ୍କୁ […]

Binika

Binika

Manoranjan Sial
  • Published: Tuesday, 14 December 2021
  • Updated: 14 December 2021, 07:08 PM IST

Sports

Latest News

ବିନିକା(ଦିଲ୍ଲୀପ ସାହୁ): ନିଜ ନାଁରେ ଆସିଥିବା ପ୍ରଧାନମନ୍ତ୍ରୀ ଆବସ ଯୋଜନା ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟରେ ଜମାରେ ହୋଇଗଲା! ଦୀର୍ଘ ୪ ବର୍ଷ ଧରି ଚକ୍କର କାଟିବା ପରେ ଆଜି ବ୍ଲକ ଅଫିସ୍‌ ଆଗରେ ଧାରଣାରେ ବସିଲେ ଦମ୍ପତି। ଘର ନିର୍ମାଣ ପାଇଁ ଟଙ୍କା ନମିଳିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ଦମ୍ପତି ଶୁଣାଇ ଦେଇଛନ୍ତି। ଏପରି ଅଭିଯୋଗ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ବ୍ଲକରୁ।

ବିନିକା ବ୍ଲକ୍‌ ଜୁଲୁଣ୍ଡା ପଞ୍ଚାୟତ ନକଟାମୁଣ୍ଡା ଗାଁର ରୋହିତ ପୁଟେଲଙ୍କୁ ୨୦୧୬-୧୭ ବର୍ଷରେ ମିଳିଥିଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର। କାର୍ଯ୍ୟାଦେଶ ପାଇବା ପରେ ରୋହିତ ନିଜର ଝାଟିମାଟିର ଘରଟିକୁ ଭାଙ୍ଗି ଦେଇଥିଲେ। ଘର ଭାଙ୍ଗିବା ପରେ ଘର ନିର୍ମାଣ ପାଇଁ ମିଳିଲା ନାହିଁ ଟଙ୍କା। ଏନେଇ ସମ୍ପର୍କ ସେ ପଞ୍ଚାୟତଠାରୁ ଆରମ୍ଭ କରି ବିଡିଓ ଓ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଅଭିଯୋଗ କରି ନୟାନ୍ତ ହେଲେଣି। ହେଲେ ରୋହିତଙ୍କ ଅଭିଯୋଗ କେହି ଶୁଣିଲେ ନାହିଁ।

ପ୍ରଶାସନଠାରୁ ନିରାଶ ହୋଇ ଆଜି ରୋହିତ ଓ ତାଙ୍କ ପତ୍ନୀ ଚଞ୍ଚଳି ପୁଟେଲ୍‌ ବିନିକା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଘର ପାଇଁ ଟଙ୍କା ନମିଳିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ ଦମ୍ପତି। ସେପଟେ ବିନିକା ବିଡ଼ିଓ ବ୍ୟାସଦେବ ବେହେରା କହିଛନ୍ତି, ରୋହିତ ପୁଟେଲଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲା। ମାତ୍ର ଟଙ୍କା ପାଇନଥିବାରୁ ଘର ନିର୍ମାଣ କରିପାରିନଥିଲେ। ମାସେ ଭିତରେ ସମସ୍ୟାର ସମାଧାନ କରାଯିବ ବୋଲି ବିଡିଓ କହିଛନ୍ତି।

ରୋହିତ ପୁଟେଲଙ୍କୁ ଘର ନିର୍ମାଣ ପାଇଁ ଟଙ୍କା ନମିଳିବା ପରେ ଅନ୍ୟ କିଛି କାରଣ ରହିଛି। ଆଲୋଚନା ହେଉଛି, ରୋହିତ ପୁଟେଲଙ୍କ ନାଁରେ ସିଆଲି ଗାଁରେ ଜଣେ ବ୍ୟକ୍ତି ଅଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଥିଲା। ନକଟାମୁଣ୍ଡା ଗାଁର ରୋହିତ ପୁଟେଲଙ୍କ ଟଙ୍କା ସିଆଲି ଗାଁର ରୋହିତ ପୁଟେଲଙ୍କ ବ୍ୟାଙ୍କ ଖାତାରେ ଜମା ହୋଇଯାଇଥିବା ଆଲୋଚନା ହେଉଛି। ଯେଉଁଥିପାଇଁ ନକଟାମୁଣ୍ଡା ଗାଁର ରୋହିତ ପୁଟେଲଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବାକୁ ଟଙ୍କା ମିଳିନଥିଲା। ଏହି ଅର୍ଥ ହେର୍‌ଫେର୍‌ ସମ୍ପର୍କରେ ବ୍ଲକ ପ୍ରଶାସନ ଜାଣି ଦୀର୍ଘ ୪ ବର୍ଷ ଧରି ଚୁପ୍‌ ବସି ରହିଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story