ଘରୁ ଟାଣି ନେଇ ଦମ୍ପତିଙ୍କୁ ହାଣିଦେଲେ!

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଘରୁ ଟାଣି ଆଣି ଦମ୍ପତିଙ୍କୁ ହାଣିଦେଲେ! ପୂର୍ବ ଶତ୍ରୁତାରୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ଅଞ୍ଚଳରେ ଘଟିଛି। ଏହି ଘଟଣା ପରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଆଜି ସଞ୍ଜ ବେଳେ ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତର ଘାଣ୍ଟାରାଗୁଡା ଗାଁର ଲଛ ମୁଦୁଲି(୫୦) ଓ ତାଙ୍କ ସ୍ତ୍ରୀ ଚିଙ୍ଗି ମୁଦୁଲି(୪୫) ଘରେ ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ସ୍ୱାମୀ-ସ୍ତ୍ରୀଙ୍କୁ ଘରୁ ଟାଣି […]

murder-5

Manoranjan Sial
  • Published: Wednesday, 09 September 2020
  • , Updated: 09 September 2020, 09:59 PM IST

କୋରାପୁଟ (ସୂର୍ଯ୍ୟ ପଣ୍ଡା): ଘରୁ ଟାଣି ଆଣି ଦମ୍ପତିଙ୍କୁ ହାଣିଦେଲେ! ପୂର୍ବ ଶତ୍ରୁତାରୁ କୋରାପୁଟ ଜିଲ୍ଲା ଦଶମନ୍ତପୁର ଅଞ୍ଚଳରେ ଘଟିଛି। ଏହି ଘଟଣା ପରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଜି ସଞ୍ଜ ବେଳେ ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତର ଘାଣ୍ଟାରାଗୁଡା ଗାଁର ଲଛ ମୁଦୁଲି(୫୦) ଓ ତାଙ୍କ ସ୍ତ୍ରୀ ଚିଙ୍ଗି ମୁଦୁଲି(୪୫) ଘରେ ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ସ୍ୱାମୀ-ସ୍ତ୍ରୀଙ୍କୁ ଘରୁ ଟାଣି ଆଣି ଅତି ନିର୍ମମ ଭାବେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ମୃତଦେହକୁ ଘର ବାହାରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।

ଖବର ପାଇ ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗିରଫ ଭୟରେ ଗାଁ ଏବେ ପୁରୁଷ ଶୂନ୍ୟ ହୋଇଯାଇଛି। ପୁଲିସ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି। ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

Related story