ସବ୍ୟସାଚୀଙ୍କୁ ଆଜୀବନ ଜେଲ୍ ଦଣ୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ବ୍ରହ୍ମପୁର ଏଡିଜେ-୧ ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି। ଏନେଇ ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା ସୂଚନା ଦେଇ କହିଛନ୍ତି,“ ଆଇପିସି ଧାରା ୧୨୧ ଅନୁସାରେ ଆଜୀବନ ସଜା ହୋଇଛି। ଆଇପିସି ଧାରା ୧୨୧- ଦେଶଦ୍ରୋହ ଅପରାଧରେ ଏହି ଦଣ୍ଡାଦେଶ ଦିଆଯାଇଛି।” ତେବେ ଏହି କାରାଦଣ୍ଡାଦେଶ ଉପରେ ଆମେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ସବ୍ୟସାଚୀଙ୍କ ଓକିଲ। ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ […]

sabyachi

Jyoshna Pradhan
  • Published: Saturday, 18 May 2019
  • , Updated: 18 May 2019, 03:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନକ୍ସଲ ନେତା ସବ୍ୟସାଚୀ ପଣ୍ଡାଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ବ୍ରହ୍ମପୁର ଏଡିଜେ-୧ ସଞ୍ଜୟ ସାହୁ ଏହି ରାୟ ଶୁଣାଇଛନ୍ତି।

ଏନେଇ ସରକାରୀ ଓକିଲ ଜ୍ଞାନେନ୍ଦ୍ର ଜେନା ସୂଚନା ଦେଇ କହିଛନ୍ତି,“ ଆଇପିସି ଧାରା ୧୨୧ ଅନୁସାରେ ଆଜୀବନ ସଜା ହୋଇଛି। ଆଇପିସି ଧାରା ୧୨୧- ଦେଶଦ୍ରୋହ ଅପରାଧରେ ଏହି ଦଣ୍ଡାଦେଶ ଦିଆଯାଇଛି।”

ତେବେ ଏହି କାରାଦଣ୍ଡାଦେଶ ଉପରେ ଆମେ ଉପର କୋର୍ଟକୁ ଯିବୁ ବୋଲି କହିଛନ୍ତି ସବ୍ୟସାଚୀଙ୍କ ଓକିଲ।

ବିଭିନ୍ନ ନକ୍ସଲ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ସବ୍ୟସାଚୀ ୨୦୧୪ ଜୁଲାଇ ୧୭ ତାରିଖରେ ଗିରଫ ହୋଇଥିଲେ। ପୁଲିସ୍‌ ତାଙ୍କୁ ବ୍ରହ୍ମପୁର ମଙ୍ଗଳବାରପେଟା ସାହିରୁ ମଧ୍ୟରାତ୍ରିରେ ଗିରଫ କରିଥିଲା। ଗିରଫ ବେଳେ ତାଙ୍କ ଠାରୁ ଟଙ୍କା ସୁନା ସହ ମାରଣାସ୍ତ୍ର ଜବତ କରାଯାଇଥିଲା। ପୂର୍ବରୁ ସେ ୫୨ଟି ମାମଲାରେ ଖଲାସ ହୋଇଥିଲେ।

 

 

 

 

Related story