୨୦୨୨ ଜୁନ୍‌ରୁ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଉତ୍ପାଦନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଅନ୍ଧାରୁଆଠାରେ ଆସନ୍ତାବର୍ଷ ଜୁନରୁ କୋଭାକ୍ସିନ୍ ଟିକା ଉତ୍ପାଦନ କରିବାକୁ ଆଜି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଇଡକୋ ମାଧ୍ୟମରେ ତ୍ୱରିତ୍ ଜମି ଆବଣ୍ଟନ କରାଯାଇ ଅନ୍ଧାରୁଆ ଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ବୈଧାନିକ ଓ ଆଇନଗତ ଅନୁମତି ମଧ୍ୟ ଦିଆଯାଇଛି। ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାୟୋଟେକ୍ କାର୍ଯ୍ୟାନ୍ୱୟନ କମିଟି ବୈଠକରେ ଧାର୍ଯ୍ୟ […]

COVAXIN

Ordigital Desk
  • Published: Thursday, 06 May 2021
  • , Updated: 06 May 2021, 08:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ଅନ୍ଧାରୁଆଠାରେ ଆସନ୍ତାବର୍ଷ ଜୁନରୁ କୋଭାକ୍ସିନ୍ ଟିକା ଉତ୍ପାଦନ କରିବାକୁ ଆଜି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଇଡକୋ ମାଧ୍ୟମରେ ତ୍ୱରିତ୍ ଜମି ଆବଣ୍ଟନ କରାଯାଇ ଅନ୍ଧାରୁଆ ଠାରେ ଟିକା ଉତ୍ପାଦନ ଶିଳ୍ପାନୁଷ୍ଠାନର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଆବଶ୍ୟକ ବୈଧାନିକ ଓ ଆଇନଗତ ଅନୁମତି ମଧ୍ୟ ଦିଆଯାଇଛି।

ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ବାୟୋଟେକ୍ କାର୍ଯ୍ୟାନ୍ୱୟନ କମିଟି ବୈଠକରେ ଧାର୍ଯ୍ୟ ସମୟ ମଧ୍ୟରେ ଏହି ୟୁନିଟରୁ ଉତ୍ପାଦନ ଯେଭଳି ହେବ ତାହା ସୁନିଶ୍ଚିତ କରିବା ପାଇଁ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତ ଇଣ୍ଟରନ୍ୟାସନାଲ କମ୍ପାନୀ ଓ ଅନ୍ଧାରୁଆ ବାୟୋଟେକ୍ ପାର୍କ ସ୍ୱତନ୍ତ୍ର ଏସପିଭି ଗଠନ ନିମନ୍ତେ ମଧ୍ୟ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ଅନ୍ଧାରୁଆଠାରେ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଦ୍ୱାରା କାର୍ଯ୍ୟକ୍ଷମ ହେବାକୁ ଥିବା ୟୁନିଟରୁ ପ୍ରାୟ ୧୦ଟି ପ୍ରକାର ଉନ୍ନତମାନର ଟିକା ଉତ୍ପାଦନ ହେବ। ଏଥିରେ କରୋନା ଓ ମ୍ୟାଲେରିଆ ଚିକିତ୍ସା ପାଇଁ ଟିକା ମଧ୍ୟ ରହିଛି । ଇଡକୋ ପକ୍ଷରୁ ଜମି ଆବଣ୍ଟନ ପ୍ରକ୍ରିୟାକୁ ସରଳ କରାଯାଇଛି। ଷ୍ଟାର୍ଟଅପ୍‌ମାନଙ୍କୁ ଜମି, ଜମିର କିସମ ପରିବର୍ତ୍ତନ, ଷ୍ଟାମ୍ପ ଡ୍ୟୁଟି, ତାଲିମ, ପୁଞ୍ଜିନିବେଶ, ବ୍ୟାଙ୍କ ଋଣ ଉପରେ ସୁଧ ଆଦି ବିଷୟରେ ବିଭିନ୍ନ ପ୍ରକାରର ରିହାତି ମଧ୍ୟ ଦିଆଯାଉଥିବାରୁ ଏସବୁ ସୁବିଧା ମଧ୍ୟ ଏହି କମ୍ପାନୀକୁ ମିଳିବ। ବୃତ୍ତିଗତ ପରିଚାଳନା ମାଧ୍ୟମରେ ଏସବୁ ରିହାତିର ଅଧିକ ଫଳଦାୟୀ ବିନିଯୋଗ ହୋଇପାରିବ। ବାୟୋଟେକ୍ ଇନକୁବେଟରମାନଙ୍କୁ ବିଭିନ୍ନ ପ୍ରକାରର ସହାୟତା ନିମନ୍ତେ ଏମଏସଏମଇ ବିଭାଗର ଫଣ୍ଡ ଅଫ୍ ଫଣ୍ଡସରେ ୧୫କୋଟି ଟଙ୍କା ଟଙ୍କାର ପ୍ରାବଧାନ ରହିଛି। ଓଡ଼ିଶାରେ ମୋଟ ଇନକ୍ୟୁବେଟରମାନଙ୍କ ମଧ୍ୟରୁ ପ୍ରାୟ ୭୫ଜଣ ବାୟୋଟେକ୍ କ୍ଷେତ୍ରରେ କାମ କରୁଛନ୍ତି।

Related story