ମେଡିକାଲ୍‌ରେ ଦୁଇଟି ପିଲା ଜନ୍ମ ଦେଲେ ‘କରୋନା’ ଆକ୍ରାନ୍ତ ମହିଳା

ବ୍ରହ୍ମପୁର (ଜଗନ୍ନାଥ ସାହୁ): ‘କରୋନା’ ଆକ୍ରାନ୍ତ ମହିଳା ମେଡିକାଲ୍‌ରେ ଜନ୍ମ ଦେଲେ ଯମଜ ସନ୍ତାନ। ମହିଳା ଜଣକ ସୁରତରେ ‘କରୋନା’ରେ ଆକ୍ରାନ୍ତ ହୋଇ ଫେରିଥିବା ସନ୍ଦେହ କରାଯାଉଛି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଆଜି ସକାଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି। ଗତ ରବିବାର ସୁରତରୁ ଗୋଟିଏ ପରିବାର ଓଡ଼ିଶା ଆସିଥିଲେ। ସେମାନଙ୍କୁ ବ୍ରହ୍ମପୁରରେ ଏକ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଥିଲା। ରକ୍ତ ଓ ସ୍ୱାବ୍‌ ଟେଷ୍ଟରୁ ‘କରୋନା’ ହୋଇଥିବା ଜଣାପଡ଼ିବା ପରେ […]

mkcg

Manoranjan Sial
  • Published: Wednesday, 13 May 2020
  • , Updated: 13 May 2020, 05:37 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ‘କରୋନା’ ଆକ୍ରାନ୍ତ ମହିଳା ମେଡିକାଲ୍‌ରେ ଜନ୍ମ ଦେଲେ ଯମଜ ସନ୍ତାନ। ମହିଳା ଜଣକ ସୁରତରେ ‘କରୋନା’ରେ ଆକ୍ରାନ୍ତ ହୋଇ ଫେରିଥିବା ସନ୍ଦେହ କରାଯାଉଛି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଆଜି ସକାଳେ ଏପରି ଘଟଣା ଗଞ୍ଜାମ ଜିଲ୍ଲାରେ ଘଟିଛି।

ଗତ ରବିବାର ସୁରତରୁ ଗୋଟିଏ ପରିବାର ଓଡ଼ିଶା ଆସିଥିଲେ। ସେମାନଙ୍କୁ ବ୍ରହ୍ମପୁରରେ ଏକ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ରଖାଯାଇଥିଲା। ରକ୍ତ ଓ ସ୍ୱାବ୍‌ ଟେଷ୍ଟରୁ ‘କରୋନା’ ହୋଇଥିବା ଜଣାପଡ଼ିବା ପରେ ସେମାନଙ୍କୁ ଶିତଳାପଲ୍ଲୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଉକ୍ତ ପରିବାରରେ ଜଣେ ମହିଳା ଥିଲେ ଓ ସେ ଗର୍ଭବତୀ ଥିଲେ।

ଆଜି ସକାଳେ ସେ ଗର୍ଭ ଯନ୍ତ୍ରଣା ପାଇଥିଲେ। କୋଭିଡ୍‌ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ପଠାଇଥିଲେ।  ସେଠାରେ ମହିଳା ଜଣକ ଦୁଇଟି ଯମଜ(ପୁଅ ଓ ଝିଅ) ସନ୍ତାନ ଜନ୍ମ ଦେଇଥିଲେ। ଏବେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Related story