ସଂକ୍ରମଣ ଏବେ ତଳମୁହାଁ, ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାରୀ ଓ ବେସରକାରୀ କୋଭିଡ୍ କେୟାର ସେଣ୍ଟର ବନ୍ଦ ହେବ।  ଯଦି ସେଠାରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବେ ତାହା ରୋଗୀ ଆରୋଗ୍ୟ ହେବା ପର୍ଯ୍ୟନ୍ତ ଚାଲୁ ରହିବ । ଅନ୍ୟପକ୍ଷରେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣକୁ ନଜରରେ ରଖି ଡେଡିକେଟେଡ୍ କୋଭିଡ୍ ହେଲ୍‌ଥ ସେଣ୍ଟର ଓ ଡେଡିକେଟେଡ୍ କୋଭିଡ କେୟାର ସେଣ୍ଟର ଖୋଲା ରହିବ । ଯଦି କୌଣସି ଆକ୍ରାନ୍ତ ଚିକିତ୍ସିତ ହେଉ ନଥିବେ ତେବେ […]

covid-care-centre

Niharika Rout
  • Published: Tuesday, 06 July 2021
  • , Updated: 06 July 2021, 01:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାରୀ ଓ ବେସରକାରୀ କୋଭିଡ୍ କେୟାର ସେଣ୍ଟର ବନ୍ଦ ହେବ।  ଯଦି ସେଠାରେ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଥିବେ ତାହା ରୋଗୀ ଆରୋଗ୍ୟ ହେବା ପର୍ଯ୍ୟନ୍ତ ଚାଲୁ ରହିବ ।

ଅନ୍ୟପକ୍ଷରେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣକୁ ନଜରରେ ରଖି ଡେଡିକେଟେଡ୍ କୋଭିଡ୍ ହେଲ୍‌ଥ ସେଣ୍ଟର ଓ ଡେଡିକେଟେଡ୍ କୋଭିଡ କେୟାର ସେଣ୍ଟର ଖୋଲା ରହିବ । ଯଦି କୌଣସି ଆକ୍ରାନ୍ତ ଚିକିତ୍ସିତ ହେଉ ନଥିବେ ତେବେ ସରକାରଙ୍କ ଦ୍ୱାରା ପରିଚାଳିତ ଘରୋଇ କୋଭିଡ୍ ହସ୍ପିଟାଲ ବନ୍ଦ ରହିବ । ଏନେଇ ସମସ୍ତ  ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ୍ ଟେକ୍ନିକାଲ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି।

ଅପରପକ୍ଷେ, କରୋନାଜନିତ ବାସ୍ତବ ମୃତ୍ୟୁ ସଂଖ୍ୟାକୁ ସରକାର ଲୁଚାଉଥିବା ବିଭିନ୍ନ ମହଲରୁ ପ୍ରଶ୍ନ ଉଠିବା ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି। ଡିଏମ୍‌ଇଟି କହିଛନ୍ତି, ଗୋଟିଏ ଦିନରେ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦ୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ କୋଭିଡ ମୃତ୍ୟୁ ସଂଖ୍ୟାକୁ ଘୋଷଣା କରାଯାଉଛି । ସରକାର ମୃତ୍ୟୁ ସଂଖ୍ୟାକୁ ଲୁଚେଇ ନାହାନ୍ତି । ପୂର୍ବରୁ କୋଭିଡ-ନନ୍ କୋଭିଡ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । କେଉଁ କାଟାଗୋରୀରେ କେଉଁ ମୃତ୍ୟୁ  ଯିବ, ସେନେଇ ସରକାରଙ୍କ ପକ୍ଷରୁ ନିର୍ଦେଶ ମିଳିବା ପରେ ମୃତ୍ୟୁ ତଥ୍ୟର ଅଡିଟ କରାଯାଇଛି ।

ଏଥିସହ ସେ କହିଛନ୍ତି, କରୋନା ପିକ୍‌ ସମୟରେ ଡାକ୍ତରମାନେ ରୋଗୀ ସେବାରେ ବ୍ୟସ୍ତ ରହୁଥିଲେ । ଏବେ ରୋଗୀ ସଂଖ୍ୟା କମିବା ପରେ ଅଡିଟ କରାଯାଇ ତଥ୍ୟ ଆସୁଛି ।  କଟକ, ଭୁବନେଶ୍ୱରରେ ସଂକ୍ରମଣ ଗତ ୧୦ ଦିନ ତୁଳନାରେ କମିଛି । ତଥାପି ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଛି । ଏଥିପାଇଁ ସ୍ୱତନ୍ତ୍ର ଫୋକସ କରିବା ସହ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସକୁ ବଢାଯାଇଛି ବୋଲି ସିବିକେ ମହାନ୍ତି ପ୍ରତିକ୍ରିୟାରେ କହିଛନ୍ତି ।

Related story