‘ରାଜଧାନୀରେ ଅମାନିଆଙ୍କ ଲାଗି ବଢ଼ୁଛି ସଂକ୍ରମଣ ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀବାସୀ କରୋନା କଟକଣା ମାନୁ ନ ଥିବାରୁ ପଜିଟିଭ ସଂଖ୍ୟା ବଢୁଛି। ଯାହା ଉଦବେଗଜନକ।  ଯଦି ଆଗକୁ ଅଧିକ ପଜିଟିଭ ବଢ଼େ, ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର  ଓ ରାଜ୍ୟ  ସରକାର କରିଥିବା ଗାଇଡଲାଇନ ମାନନ୍ତୁ ଓ ସତର୍କ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଅନ୍ୟପକ୍ଷରେ  ଖୋର୍ଦ୍ଧା […]

Corona child

Tapaswini Nayak
  • Published: Wednesday, 13 October 2021
  • , Updated: 13 October 2021, 05:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀବାସୀ କରୋନା କଟକଣା ମାନୁ ନ ଥିବାରୁ ପଜିଟିଭ ସଂଖ୍ୟା ବଢୁଛି। ଯାହା ଉଦବେଗଜନକ।  ଯଦି ଆଗକୁ ଅଧିକ ପଜିଟିଭ ବଢ଼େ, ତାହା ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ  ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର  ଓ ରାଜ୍ୟ  ସରକାର କରିଥିବା ଗାଇଡଲାଇନ ମାନନ୍ତୁ ଓ ସତର୍କ ରୁହନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

ଅନ୍ୟପକ୍ଷରେ  ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ଅଧିକ ଲୋକ ଆସୁଥିବାରୁ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି ବୋଲି ଡିଏମ୍ଇଟି ସିବି କେ ମହାନ୍ତି ସୂଚନା ଦେଇଛନ୍ତି।

ଡିଏମ୍ଇଟି କହିଛନ୍ତି, ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ  ଏବେ ସାମାନ୍ୟ ବଢ଼ି ୪୦୦ରୁ ୬୦୦ ଭିତରେ ରହୁଛି।  ଟେଷ୍ଟ ପଜିଟିଭିଟି ରେଟ୍ ଏବଂ ଆକ୍ଟିଭ କେସକୁ ଦେଖି ଖୋର୍ଦ୍ଧା ଜିଲ୍ଲାକୁ ରେଡ୍ ଜୋନ୍ କରାଯାଇଛି। ଯାହାଫଳରେ ଆମେ ସେହି ଜିଲ୍ଲାକୁ ଅଧିକ ଫୋକସ କରିପାରିବୁ। ଏଥିସହ ସେ କହିଛନ୍ତି, କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଲୋକମାନଙ୍କୁ ସବୁବେଳେ ସଚେତନ ରହିବାକୁ ହେବ। ସଚେତନ ରହିଲ ହିଁ କରୋନା ସଂକ୍ରମଣକୁ ରୋକିହେବ।

ଅକ୍ଟୋବର ୭ରୁ ୧୩ ପର୍ଯ୍ୟନ୍ତ ଖୋର୍ଦ୍ଧା ଓ ଭୁବନେଶ୍ୱରର କୋଭିଡ ସଂକ୍ରମଣ ଉପରେ ତଥ୍ୟ-

ଅକ୍ଟୋବର ୭ ତାରିଖରେ ରାଜ୍ୟରେ ୫୮୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ଥିଲେ ୨୮୨ ଜଣ, ଆଉ ଏଥିମଧ୍ୟରୁ ରାଜଧାନୀ ଭୁବନେଶ୍ୱରୁ ବାହାରିଥିଲେ ୨୬୭ ଜଣ।  ସେହିପରି ୮ ତାରିଖରେ ରାଜ୍ୟରେ ୫୨୪ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ  ୨୫୦ ଜଣ ଏବଂ ଭୁବନେଶ୍ୱରରୁ ୨୩୩।  ୯ ତାରିଖରେ ରାଜ୍ୟର ୫୨୬ ନୂଆ ରୋଗୀଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୨୩୩, ରାଜଧାନୀର ସଂଖ୍ୟା ଥିଲା ୨୧୬।  ୧୦ ତାରିଖରେ ରାଜ୍ୟରେ ୬୫୨ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୩୩୧,  ଭୁବନେଶ୍ୱରରୁ ୧୫୯ଜଣ ଚିହ୍ନଟ ହୋଇଥିଲେ।

୧୧ ତାରିଖରେ ୪୪୮ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରେ ୨୦୮,  ଭୁବନେଶ୍ୱରରୁ ୧୫୯, ୧୨ ତାରିଖରେ ରାଜ୍ୟରେ ୫୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେଖୋର୍ଦ୍ଧାରେ ୨୭୪, ଭୁବନେଶ୍ୱରରୁ ୨୩୪, ୧୩ ତାରିଖରେ ରାଜ୍ୟରେ ୬୧୫ ସଂକ୍ରମିତ ହୋଇଥିବା ବେଳେ ଖୋର୍ଦ୍ଧାରେ ୩୨୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Related story