ଦେବଗଡ଼ରେ ଖୋଲିଲା ୧୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଦାନ୍ତ ଗ୍ରୁପ୍ ସହଯୋଗରେ ଦେବଗଡ଼ ଜିଲ୍ଲାରେ ୧୦୦ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ପୂର୍ବରୁ ଦେବଗଡ଼ ଜିଲ୍ଲାରେ ୧୪୦ ବେଡ୍ ବିଶିଷ୍‌ଟ ଏକ କୋଭିଡ୍ ହସ୍ପିଟାଲ କାର୍ଯ୍ୟ କରୁଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ହସ୍ପିଟାଲକୁ ଉଦଘାଟନ କରି କହିଛନ୍ତି ଯେ, କୋଭିଡ୍ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ। ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏ ଦିଗରେ ବେସରକାରୀ ହସ୍ପିଟାଲଗୁଡ଼ିକ ସମେତ […]

covid-hospital

Ordigital Desk
  • Published: Tuesday, 29 June 2021
  • , Updated: 29 June 2021, 09:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବେଦାନ୍ତ ଗ୍ରୁପ୍ ସହଯୋଗରେ ଦେବଗଡ଼ ଜିଲ୍ଲାରେ ୧୦୦ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ପୂର୍ବରୁ ଦେବଗଡ଼ ଜିଲ୍ଲାରେ ୧୪୦ ବେଡ୍ ବିଶିଷ୍‌ଟ ଏକ କୋଭିଡ୍ ହସ୍ପିଟାଲ କାର୍ଯ୍ୟ କରୁଛି।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ହସ୍ପିଟାଲକୁ ଉଦଘାଟନ କରି କହିଛନ୍ତି ଯେ, କୋଭିଡ୍ ମହାମାରୀର ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ୱ। ମୁକାବିଲା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଏ ଦିଗରେ ବେସରକାରୀ ହସ୍ପିଟାଲଗୁଡ଼ିକ ସମେତ କର୍ପୋରେଟ ସେକ୍ଟର, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପିଏସୟୁମାନେ ଆଗେଇ ଆସିବା ଖୁସିର କଥା। ସମସ୍ତେ ନିଜ ନିଜ ସ୍ତରରେ ମୁକାବିଲା କରିବା ପାଇଁ କାମ କରିବା ଦରକାର।

ଦେବଗଡ଼ର ଏହି ନୂଆ ୧୦୦ବେଡ୍ ବିଶିଷ୍ଟ ହସ୍ପିଟାଲରେ ଶିଶୁ ବେଡ୍ ସମେତ ୧୨ଟି ଆଇସିୟୁ, ୩୨ଟି ଏଚଡିୟୁ, ସ୍ୱତନ୍ତ୍ର ଶିଶୁ ୱାର୍ଡ ସମେତ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଓ ପରୀକ୍ଷାଗାରର ସୁବିଧା ରହିଛି। ଏହି ଡାକ୍ତରଖାନାରେ ସମସ୍ତ ଚିକିତ୍ସା ସୁବିଧା, ଔଷଧ ଯୋଗାଣ, ରୋଗୀଙ୍କୁ ଖାଦ୍ୟ ବ୍ୟବସ୍ଥା ଦାୟିତ୍ୱ ରାଜ୍ୟ ସରକାର ହାତକୁ ନେଇଛନ୍ତି।

Related story