୯ଦିନ ହେଲାଣି କୋଭିଡ୍ ସଂକ୍ରମଣ ଉପରମୁହାଁ: ୧୫ହଜାର ଛୁଇଁବ ସକ୍ରିୟ ସଂକ୍ରମିତ, ଚେନ୍ ବ୍ରେକ୍ ପାଇଁ ହେଉନି ଉଦ୍ୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ଆଉ ୨୯୮୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪,୬୨୧ ଜଣ ରହିଛି। ସୁନ୍ଦରଗଡ଼ ଓ ଖୋର୍ଦ୍ଧା(ରାଜଧାନୀ ଭୁବନେଶ୍ୱର) ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ଉପରେ ଥିଲେ ମଧ୍ୟ ଏହି ଚେନ୍‌କୁ ବ୍ରେକ୍ କରିବା ପାଇଁ ସରକାରୀସ୍ତରରେ କୌଣସି ଉଦ୍ୟମ ହେଉନି। କୋଭିଡ୍ ଗାଇଡଲାଇନ୍ ପାଳନ ପାଇଁ ଅନୁରୋଧ କରି ସରକାର ଚୁପ୍ ବସିଥିବାବେଳେ […]

Corona

Ordigital Desk
  • Published: Thursday, 15 April 2021
  • , Updated: 15 April 2021, 08:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ପୁଣିଥରେ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ଆଉ ୨୯୮୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୪,୬୨୧ ଜଣ ରହିଛି। ସୁନ୍ଦରଗଡ଼ ଓ ଖୋର୍ଦ୍ଧା(ରାଜଧାନୀ ଭୁବନେଶ୍ୱର) ଜିଲ୍ଲାରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ଉପରେ ଥିଲେ ମଧ୍ୟ ଏହି ଚେନ୍‌କୁ ବ୍ରେକ୍ କରିବା ପାଇଁ ସରକାରୀସ୍ତରରେ କୌଣସି ଉଦ୍ୟମ ହେଉନି। କୋଭିଡ୍ ଗାଇଡଲାଇନ୍ ପାଳନ ପାଇଁ ଅନୁରୋଧ କରି ସରକାର ଚୁପ୍ ବସିଥିବାବେଳେ ଦୋକାନ-ବଜାର,ସପିଂ ମଲ୍ ହାଟ୍ ଓ ସାର୍ବଜନୀନ ସ୍ଥାନରେ ଏବେ ସଂକ୍ରମିତ ହେବାର ଆଶଙ୍କା ଅଧିକ ଦେଖାଦେଇଛି।

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ଏବେ ମୋଟ ୧୪୬୨୧ଜଣ ବ୍ୟକ୍ତି କୋଭିଡ୍ ସଂକ୍ରମିତ ଅଛନ୍ତି ଓ ସେମାନଙ୍କର ଚିକିତ୍ସା ଚାଲିଛି।

ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୨୮୫୬ଜଣ(ଆଜି ୬୩୧ଜଣ ସଂକ୍ରମିତଙ୍କୁ ମିଶାଇ) ସକ୍ରିୟ ସଂକ୍ରମିତ ଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ୨୦୮୩ଜଣ ସଂକ୍ରମିତ ଏବେ ରହିଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲା(ରାଜଧାନୀ ଭୁବନେଶ୍ୱର)ରେ ମୋଟ ୪୩୮ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେବେ ଆଶ୍ଚର୍ଯ୍ୟର କଥା ରାଜ୍ୟର ସମସ୍ତ ଜିଲ୍ଲାରେ ଏବେ ସକ୍ରିୟ କୋଭିଡ୍ ସଂକ୍ରମିତ ଥିଲେ ମଧ୍ୟ ଏହା କିଭଳି ଅଧିକ ନବ୍ୟାପିବ ସେଥିପାଇଁ ସରକାରୀସ୍ତରରେ ପଦକ୍ଷେପ ନିଆଯାଉନି। ସମ୍ପୃକ୍ତ କୋଭିଡ୍ ରୋଗୀମାନଙ୍କର କଣ୍ଟ୍ରାକ୍ଟ ଟ୍ରେସିଂକୁ ବାଧ୍ୟତାମୂଳକ କରାଯାଇ ସମସ୍ତଙ୍କୁ ଆଇସୋଲେସନରେ ରଖିବା ଦିଗରେ ଜିଲ୍ଲା ପ୍ରଶାସନଗୁଡ଼ିକ ବିଶେଷ ଆନ୍ତରିକତା ଦେଖାଉନାହାନ୍ତି।

ଯେଉଁଥିପାଇଁ ଏବେ ସକ୍ରିୟ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ସମ୍ବଲପୁରରେ ୮୬୯, କଳହାଣ୍ଡିରେ ୮୦୪, ନୂଆପଡ଼ାରେ ୮୬୧, ବରଗଡ଼ରେ ୭୬୪, କଟକରେ ୭୩୯, ପୁରୀରେ ୫୨୨, ନବରଙ୍ଗପୁରରେ ୪୫୬, ମୟୂରଭଞ୍ଜ ଜିଲ୍ଲାରେ ୩୪୪, ରାୟଗଡ଼ାରେ ୨୨୯, ସୋନପୁରରେ ୯୪, କୋରାପୁଟରେ ୯୧, ମାଲକାନଗିରିରେ ୧୪, ନୟାଗଡ଼ରେ ୧୦୫, ଯାଜପୁରରେ ୨୭୫, କେନ୍ଦ୍ରାପଡ଼ାରେ ୭୦, କନ୍ଧମାଳରେ ୭୨, କେନ୍ଦୁଝରରେ ୩୦୨, ଝାରସୁଗୁଡ଼ାରେ ୩୪୩, ଗଜପତିରେ ୨୯୦, ଜଗତସିଂହପୁରରେ ୧୦୧, ଭଦ୍ରକରେ ୨୩୭, ବାଲେଶ୍ୱରରେ ୪୮୧, ଅନୁଗୁଳରେ ୩୬୪, ଗଞ୍ଜାମରେ ୨୯୦, ଦେବଗଡ଼ରେ ୭୨, ବୌଦ୍ଧରେ ୨୫, ବଲାଙ୍ଗୀରରେ ୫୩୫ ଓ ଢେଙ୍କାନାଳରେ ୫୦ଜଣ କୋଭିଡ୍ ସଂକ୍ରମିତ ଏବେ ରହିଛନ୍ତି।

କୋଭିଡ୍ ତଥ୍ୟ ଅନୁସାରେ ସଂକ୍ରମଣ ଏବେ ମୁଖ୍ୟତଃ ସହରାଂଚଳରେ ଥିବାବେଳେ ଗାଁ ଗହଳିରେ ଏହା ବିଶେଷ ପ୍ରବେଶ କରିନି। ଯଦି ଏବେ ଏହି ସଂକ୍ରମଣ ବ୍ୟାପିବା ଉପରେ ତୁରନ୍ତ କଠୋର ପଦକ୍ଷେପ ନନିଆଯାଏ, ତା’ହେଲେ ଗ୍ରାମାଂଚଳରେ ଏହା ପ୍ରବେଶ କରିବାର ଆଶଙ୍କା ଅଧିକ ରହିଛି।

ସୂଚନାଯୋଗ୍ୟ, ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ କୋଭିଡ୍ ସଂକ୍ରମଣ ମାମଲା ଏପ୍ରିଲ ୫ତାରିଖରେ ପ୍ରଥମଥର ପାଇଁ ୫ଶହ ଅତିକ୍ରମ କରିଥିଲା ଓ ତା’ ପରଠୁ ନିୟମିତ ଭାବେ ଏହି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଏହା ୩ହଜାର ଛୁଇଁବାକୁ ବସିଲାଣି।

Related story