ସ୍ୱର୍ଗଦ୍ୱାରରେ ମୃତଦେହ ପହଞ୍ଚିବା ପରେ ରିପୋର୍ଟ ଆସିଲା କରୋନା ପଜିଟିଭ୍‌, ଶବ ନେଇଗଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ

ପୁରୀ (ଓଡ଼ିଶା ରିପୋର୍ଟର) ପୁରୀରେ କୋଭିଡ୍ ପରିଚାଳନାର ସାଂଘାତିକ ଚିତ୍ର । ସ୍ୱର୍ଗଦ୍ୱାରରେ ମୃତଦେହ ପହଞ୍ଚିବା ପରେ ଆସିଲା ମୃତକଙ୍କ ପଜିଟିଭ୍ ରିପୋର୍ଟ। ଏହାପରେ ସ୍ୱର୍ଗଦ୍ୱାରରୁ ପୁଣି ମେଡ଼ିକାଲ୍କୁ ଫେରି ଆସିଲା ଶବ । ଘଟଣାଟି ଏହିପରି । ପୁରୀ ସହରର ଜଣେ ବ୍ୟକ୍ତିଙ୍କୁ ଗତକାଲି ଜ୍ୱର ହେବାରୁ ତାଙ୍କ ସମ୍ପର୍କୀୟ କୋଭିଡ୍ ଟେଷ୍ଟ କରାଇଥିଲେ । କିନ୍ତୁ ରିପୋର୍ଟ ନେଗେଟିଭ୍ କି ପଜିଟିଭ୍ କୁହାଗଲାନି । ଶେଷରେ ଆଜି ଅସୁସ୍ଥ ହେବାରୁ ପୁରୀ ଜିଲ୍ଲା ମୁଖ୍ୟ […]

6B

Tapas Behera
  • Published: Sunday, 20 September 2020
  • , Updated: 20 September 2020, 07:37 PM IST

ପୁରୀ (ଓଡ଼ିଶା ରିପୋର୍ଟର) ପୁରୀରେ କୋଭିଡ୍ ପରିଚାଳନାର ସାଂଘାତିକ ଚିତ୍ର । ସ୍ୱର୍ଗଦ୍ୱାରରେ ମୃତଦେହ ପହଞ୍ଚିବା ପରେ ଆସିଲା ମୃତକଙ୍କ ପଜିଟିଭ୍ ରିପୋର୍ଟ। ଏହାପରେ ସ୍ୱର୍ଗଦ୍ୱାରରୁ ପୁଣି ମେଡ଼ିକାଲ୍କୁ ଫେରି ଆସିଲା ଶବ । ଘଟଣାଟି ଏହିପରି । ପୁରୀ ସହରର ଜଣେ ବ୍ୟକ୍ତିଙ୍କୁ ଗତକାଲି ଜ୍ୱର ହେବାରୁ ତାଙ୍କ ସମ୍ପର୍କୀୟ କୋଭିଡ୍ ଟେଷ୍ଟ କରାଇଥିଲେ । କିନ୍ତୁ ରିପୋର୍ଟ ନେଗେଟିଭ୍ କି ପଜିଟିଭ୍ କୁହାଗଲାନି ।

ଶେଷରେ ଆଜି ଅସୁସ୍ଥ ହେବାରୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇଥିଲେ ସମ୍ପର୍କୀୟ । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ମୃତଦେହକୁ ଘରକୁ ନେଇ ସେଠାରୁ ସ୍ୱର୍ଗଦ୍ୱାରକୁ ଶବକୁ କାନ୍ଧେଇ ନେଇଥିଲେ ପରିବାର ଓ ସମ୍ପର୍କୀୟ । କିନ୍ତୁ ସ୍ୱର୍ଗଦ୍ୱାରରେ ହିଁ ଜଣାପଡ଼ିଲା ସଂପୃକ୍ତ ବ୍ୟକ୍ତି ପଜିଟିଭ୍ ବୋଲି। ସେପଟେ ସ୍ୱର୍ଗଦ୍ୱାରକୁ ଏକ ଆମ୍ବୁଲାନ୍ସ ପଠାଯିବା ସହ ମୃତଦେହକୁ କୋଭିଡ୍ ହସ୍ପିଟାଲ୍କୁ ଫେରାଇ ଅଣାଯାଇଥିଲା ।

ଏହାପରେ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ଅନ୍ତିମ ସଂସ୍କାର ପାଇଁ ପଦକ୍ଷେପ ନିଆଯାଉଛି । ତେବେ ଏହି ଅବ୍ୟବସ୍ଥା ନେଇ ଏନେଇ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଜନସ୍ୱାସ୍ଥ୍ୟ ବିଭାଗ ଏଡିଏମ୍ କହିଛନ୍ତି, ସମସ୍ତ ସମ୍ପର୍କୀୟ ଏବଂ ମୃତଦେହ କାନ୍ଧେଇଥିବା ବ୍ୟକ୍ତିଙ୍କ କୋଭିଡ୍ ଟେଷ୍ଟ କରାଯିବ।

Related story