ଏସ୍‌ସିବି କୋଭିଡ୍‌ ୱାର୍ଡରେ ବାପାଙ୍କୁ ଖୋଜୁଛି ପୁଅ

କଟକ(ଓଡ଼ିଶା ରିପୋର୍ଟର): କୋଭିଡ୍‌କୁ ହରାଇବା ପାଇଁ କଟକ ଏସ୍‌ସିବି କୋଭିଡ୍‌ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ ଅନନ୍ତ ଚରଣ ସାହୁ। ହେଲେ ଏବେ ମେଡିକାଲ୍‌ରୁ ନିଖୋଜ ହୋଇଯାଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ବାପାଙ୍କୁ ଚାରିଆଡ଼େ ଖୋଜୁଛି ପୁଅ। ବାପାଙ୍କୁ ନପାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୁଅ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ଛପଡ଼ା ଗାଁର ଅନନ୍ତ ଚରଣ ସାହୁ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଗତ ୨୫ ତାରିଖରେ ଏସ୍‌ସିବି ମେଡ଼ିକାଲର କୋଭିଡ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିଲା। […]

Anant Charan Sahoo

Manoranjan Sial
  • Published: Saturday, 29 May 2021
  • , Updated: 29 May 2021, 07:17 PM IST

କଟକ(ଓଡ଼ିଶା ରିପୋର୍ଟର): କୋଭିଡ୍‌କୁ ହରାଇବା ପାଇଁ କଟକ ଏସ୍‌ସିବି କୋଭିଡ୍‌ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ ଅନନ୍ତ ଚରଣ ସାହୁ। ହେଲେ ଏବେ ମେଡିକାଲ୍‌ରୁ ନିଖୋଜ ହୋଇଯାଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ବାପାଙ୍କୁ ଚାରିଆଡ଼େ ଖୋଜୁଛି ପୁଅ। ବାପାଙ୍କୁ ନପାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପୁଅ।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ୍‌ ଛପଡ଼ା ଗାଁର ଅନନ୍ତ ଚରଣ ସାହୁ କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଗତ ୨୫ ତାରିଖରେ ଏସ୍‌ସିବି ମେଡ଼ିକାଲର କୋଭିଡ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଘର ଲୋକେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରିବା ପରେ ଗାଁକୁ ଫେରିଯାଇଥିଲେ। ହେଲେ ଗତ ୨୮ ତାରିଖରୁ ପରିବାର ଲୋକେ ଖବର ପାଇଲେ ଅନନ୍ତ ଚରଣ ସାହୁ ଏସ୍‌ସିବି କୋଭିଡ୍‌ ୱାର୍ଡରୁ କେଉଁ ଆଡେ ପଳାଇ ଯାଇଛନ୍ତି। ବହୁତ ଖୋଜା ଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳି ନାହିଁ। ଏନେଇ ଅନନ୍ତ ଚରଣ ସାହୁଙ୍କ ପୁଅ ଦୀପକ ମେଡ଼ିକାଲ୍‌ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି।

Related story