ଦୁଇ ଦିନ ଆମ୍ୱୁଲାନ୍ସକୁ ଅନାଇ ବସିଲେ କୋଭିଡ୍‌ ଆକ୍ରାନ୍ତ, ସେପଟେ ଚିକିତ୍ସା ନପାଇ ଆଖି ବୁଜିଲେ ଗର୍ଭବତୀ!

ନବରଙ୍ଗପୁର(ନବଘନ ବିଷୋଇ): କୋଭିଡ୍‌ ଚିକିତ୍ସାର କରୁଣ ଚିତ୍ର ଆସିଛି ନବରଙ୍ଗପୁରରୁ। ଘରେ ଦୁରାରୋଗ୍ୟ ବାପା-ମାଆ ଥିବାରୁ ଜଣେ କରୋନା ଆକ୍ରାନ୍ତ କୋଭିଡ୍‌ ହସ୍ପିଟାଲ ଯିବାକୁ ଦୁଇ ଦିନ ଧରି ନିଜ ଘର ବାରଣ୍ଡାରେ  ଅନାଇ ବସିଲେ। ସେପଟେ ମେଡିକାଲ୍‌ରେ ଚିକିତ୍ସା ନପାଇ ଜଣେ କରୋନା ଆକ୍ରାନ୍ତ ଗର୍ଭବତୀ କନ୍ୟା ଶିଶୁକୁ ଜନ୍ମଦେଇ ଆଖି ବୁଜିଲେ। ତାଙ୍କୁ ଡାକ୍ତର କି ନର୍ସ କେହି ସ୍ୱାସ୍ଥ୍ୟ ସେବା ଯୋଗାଇନଥିବା ଅଭିଯୋଗ ହୋଇଛି। ଏହି ଦୁଇଟି ଘଟଣା ଜିଲ୍ଲା ପ୍ରଶାସନର କୋଭିଡ୍‌ […]

uday-pur

Manoranjan Sial
  • Published: Friday, 02 October 2020
  • , Updated: 02 October 2020, 09:32 PM IST

ନବରଙ୍ଗପୁର(ନବଘନ ବିଷୋଇ): କୋଭିଡ୍‌ ଚିକିତ୍ସାର କରୁଣ ଚିତ୍ର ଆସିଛି ନବରଙ୍ଗପୁରରୁ। ଘରେ ଦୁରାରୋଗ୍ୟ ବାପା-ମାଆ ଥିବାରୁ ଜଣେ କରୋନା ଆକ୍ରାନ୍ତ କୋଭିଡ୍‌ ହସ୍ପିଟାଲ ଯିବାକୁ ଦୁଇ ଦିନ ଧରି ନିଜ ଘର ବାରଣ୍ଡାରେ  ଅନାଇ ବସିଲେ। ସେପଟେ ମେଡିକାଲ୍‌ରେ ଚିକିତ୍ସା ନପାଇ ଜଣେ କରୋନା ଆକ୍ରାନ୍ତ ଗର୍ଭବତୀ କନ୍ୟା ଶିଶୁକୁ ଜନ୍ମଦେଇ ଆଖି ବୁଜିଲେ। ତାଙ୍କୁ ଡାକ୍ତର କି ନର୍ସ କେହି ସ୍ୱାସ୍ଥ୍ୟ ସେବା ଯୋଗାଇନଥିବା ଅଭିଯୋଗ ହୋଇଛି। ଏହି ଦୁଇଟି ଘଟଣା ଜିଲ୍ଲା ପ୍ରଶାସନର କୋଭିଡ୍‌ ଚିକିତ୍ସା ପରିଚାଳନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେନ୍ତୁଳିଖୁଣ୍ଟି ବ୍ଲକ ସଦର ମୁହକୁମା ମାଳିସାହିରେ ଜଣେ ବ୍ୟକ୍ତି ଗତମାସ ୨୯ ତାରିଖରେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଘରେ ଦୁରାରୋଗ୍ୟ ବାପା-ମାଆ ଥିବାରୁ କୋଭିଡ୍‌ ହସ୍ପିଟାଲକୁ ଯିବାକୁ ସ୍ୱାସ୍ଥ୍ୟ ବିଭାଗକୁ କହିଥିଲେ। ସ୍ୱାସ୍ଥ୍ୟ ବିଭାଗ କହିଲା, ପ୍ରସ୍ତୁତ ହୋଇ ରହନ୍ତୁ ଆମ୍ବୁଲାନ୍ସ ଆସି ନେଇଯିବ। ଏହା ପରେ ସେ ନିଜର ବ୍ୟାଗପତ୍ର ଧରି ଘର ବାରଣ୍ଡାରେ ଆମ୍ବୁଲାନ୍ସକୁ ଜଗି ରହିଥିଲେ। ଦୁଇଦିନ ପର୍ଯ୍ୟନ୍ତ କେହି ଆସିଲେନି। ଏହା ପରେ ସେ ବାରମ୍ବାର ପ୍ରଶାସନ, ନେତା ଓ ସ୍ୱାସ୍ଥ୍ୟ ବିଭାଗକୁ ଯୋଗାଯୋଗ କରିଥିଲେ ମଧ୍ୟ କେହି ଆସିନଥିଲେ।

ତେବେ ଗତକାଲି ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଳମ୍ୱିତ ରାତିରେ ଏକ ଆମ୍ବୁଲାନ୍ସ ଆସି ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିଲା। କୋଭିଡ ରୋଗୀଙ୍କ ପ୍ରତି ସ୍ୱାସ୍ଥ୍ୟବିଭାଗର କର୍ମଚାରୀ ଓ ପ୍ରଶାସନ ନିଜର ମାନବିକତା ହଜାଇ ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟବାସିନ୍ଦା।

ସେହିପରି ଆଉ ଏକ ଛାତି ଥରାଇଦେଲା ପରି ଘଟଣା ସାମ୍ନାକୁ ଆସିଛି ସେହି ତାନ୍ତୁଳିଖୁଣ୍ଟି ବ୍ଲକରୁ। ଉଦୟପୁର ଗାଁର ଜଣେ ଗର୍ଭବତୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଗର୍ଭ ଯନ୍ତ୍ରଣା ହେବାରୁ ତାଙ୍କୁ ଗତ ୨୩ ତାରିଖରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ପରିବାର ଲୋକ। ସେ କରୋନା ପଜିଟିଭ୍‌ ଜାଣିବା ପରେ ସେଠାରେ ତାଙ୍କୁ କେହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇନଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କୁ ମେଡିକାଲ କର୍ମଚାରୀମାନେ ଛୁଇଁ ନଥିବା ଅଭିଯୋଗ ହୋଇଛି।

ମେଡିକାଲ୍‌ରେ ମହିଳାଙ୍କୁ ତାଙ୍କ ନଣନ୍ଦ ପ୍ରସବ କରାଇଥିଲେ। ସେଠାରେ ସ୍ୱାସ୍ଥ୍ୟ ସେବା ମିଳୁନଥିବାରୁ ପରିବାର ଲୋକେ ପ୍ରସୂତିଙ୍କୁ ଘରକୁ ନେଇ ଆସିଥିଲେ। ଘରେ ପହଞ୍ଚିବାର ଦୁଇ ଦିନ ପରେ ମହିଳାଙ୍କ ମୃତ୍ୟୁ ଘଟିଛି। ଏବେ ଶୁଶି କନ୍ୟା ଘରେ ଅଛନ୍ତି। ସେ(ଶିଶୁ) ଓ ତାଙ୍କ ପରିବାର ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ। ଆଜି ପର୍ଯ୍ୟନ୍ତ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନାହିଁ।

ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଶୋଭାରାଣୀ ମିଶ୍ର କହିଛନ୍ତି-“ପ୍ରଥମ ଘଟଣାରେ କରୋନା ଆକ୍ରାନ୍ତ ବ୍ୟକ୍ତି ଜଣକ ହୋମ୍‌ ଆଇସୋଲେସନ୍‌ରେ ରହିବେ ବୋଲି କହିଥିଲେ। ତେବେ ପରବର୍ତ୍ତୀ ସମୟରେ କଣ ହେଲା, ସେ ବାହା ଶୋଇଥିଲେ। ଏ ସମ୍ପର୍କରେ ଆମେ ଜାଣିପାରି ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛୁ। ଦ୍ୱତୀୟ ଘଟଣାରେ ଗର୍ଭବତି ଜଣକ ମେଡିକାଲ୍‌ ଆସିଥିଲେ। ଏଠାରେ ପ୍ରସବ କରାଗଲା। ତାଙ୍କର ଚିକିତ୍ସା ମଧ୍ୟ କରାଯାଇଥିଲା। ତେବେ ସେମାନେ ଘରକୁ ଯିବା ପାଇଁ ବାଧ୍ୟ କରିଥିଲେ। ଏହା ପରେ ସେମାନେ ଘରକୁ ଚାଲି ଯାଇଥିଲେ।”

Related story