‘ରାଜଧାନୀର ଧାରଣା ସ୍ଥଳରେ କଡ଼ାକଡ଼ି ହେବ କୋଭିଡ୍‌ ନିୟମ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହି ସମୟରେ ବିଧାନସଭା ସମ୍ମୁଖ ଧାରଣାସ୍ଥଳରେ କୋଭିଡ୍‌ ନିୟମ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ବିକ୍ଷୋଭ ନେଇ କେହି ଆବେଦନ କରି ନାହାନ୍ତି। ଯଦି କେହି ଆବେଦନ କରନ୍ତି, ତା ହେଲେ ସରକାର ନିଷ୍ପତ୍ତି ନେବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସୂଚନାରୁ ପ୍ରକାଶ, ବିଧାନସଭା ଅଧିବେଶ ଆରମ୍ଭ ହେଲେ ଲୋୟର ପିଏମ୍‌ଜିର ଧାରଣା ସ୍ଥଳରେ […]

bhubaneswar

Manoranjan Sial
  • Published: Sunday, 27 September 2020
  • , Updated: 27 September 2020, 04:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୨୯ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଏହି ସମୟରେ ବିଧାନସଭା ସମ୍ମୁଖ ଧାରଣାସ୍ଥଳରେ କୋଭିଡ୍‌ ନିୟମ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ବିକ୍ଷୋଭ ନେଇ କେହି ଆବେଦନ କରି ନାହାନ୍ତି। ଯଦି କେହି ଆବେଦନ କରନ୍ତି, ତା ହେଲେ ସରକାର ନିଷ୍ପତ୍ତି ନେବେ ବୋଲି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ସୂଚନାରୁ ପ୍ରକାଶ, ବିଧାନସଭା ଅଧିବେଶ ଆରମ୍ଭ ହେଲେ ଲୋୟର ପିଏମ୍‌ଜିର ଧାରଣା ସ୍ଥଳରେ ଭିଡ ଜମେ। ରାଜ୍ୟ ସରକାରଙ୍କ ଉପରେ ଥିବା ଅସନ୍ତୋଷକୁ ପ୍ରକାଶ କରିବା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥାଏ। ହେଲେ ଏଥର କୋଭିଡ୍‌ କଟକଣା ଭିତରେ ବିଧାନସଭା ଆରମ୍ଭ ହେଉଥିବାରୁ ଲୋୟର ପିଏମ୍‌ଜିର ଧାରଣା ସ୍ଥଳରେ କୋଭିଡ୍‌ କଟଣା କଡ଼ାକଡ଼ି ହେବ। ତେବେ ବର୍ତ୍ତମାନ ସୁଦ୍ଧା ବିକ୍ଷୋଭ ନେଇ କେହି ଆବେଦନ କରିନଥିବା ପୁଲିସ କମିଶନର କହିଛନ୍ତି।

ବିଧାନସଭା ମୌସୁମୀ ଅଧିବେଶନ ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ପୂର୍ବରୁ ସବୁ ବିଧାୟକ ଓ ବିଧାନସଭା କର୍ମଚାରୀଙ୍କର କରୋନା ଟେଷ୍ଟ ହେବ। କରୋନା ନେଗେଟିଭ୍‌ ହୋଇଥିବା ବିଧାୟକମାନେ ବିଧାନସଭାକୁ ଯାଇପାରିବେ। ତେବେ ସରକାର ବିଧାନସଭାରେ ୧୪୫ ବିଧାୟକ ବସିବାର ବ୍ୟବସ୍ଥା କରିଛନ୍ତି। ଏହାଛଡ଼ା ବିଧାୟକଙ୍କ ବସିବା ସିଟ୍‌ ଆଗରେ କାଚ ଲାଗିଛି। ସେହିପରି ବିଧାନସଭା ଭିତରକୁ ଯିବାକୁ ଥିବା ସାମ୍ୱାଦିକଙ୍କର କରୋନା ଟେଷ୍ଟ ୨୯ ପୂର୍ବରୁ ହେବ ବୋଲି ଜଣାପଡ଼ିଛି।

 

Related story