ବାତ୍ୟା ପାଇଁ ଆଉ ୬ ଜିଲ୍ଲାରେ କୋଭିଡ୍ ଟେଷ୍ଟ ଓ ଟିକାକରଣ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆଉ ୬ଟି ଜିଲ୍ଲାରେ କୋଭିଡ-୧୯ ଟେଷ୍ଟି, ଟିକାକରଣ ଓ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକୁ ବନ୍ଦ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ଏବେ ବାତ୍ୟା ‘ୟାସ’ ଯୋଗୁ ଖୋର୍ଦ୍ଧା, ପୁରୀ, କଟକ, ଢ଼େଙ୍କାନାଳ, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରେ […]

vaccine

Ordigital Desk
  • Published: Tuesday, 25 May 2021
  • , Updated: 25 May 2021, 08:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍‌’ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଆଉ ୬ଟି ଜିଲ୍ଲାରେ କୋଭିଡ-୧୯ ଟେଷ୍ଟି, ଟିକାକରଣ ଓ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକୁ ବନ୍ଦ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି ଯେ, ଏବେ ବାତ୍ୟା ‘ୟାସ’ ଯୋଗୁ ଖୋର୍ଦ୍ଧା, ପୁରୀ, କଟକ, ଢ଼େଙ୍କାନାଳ, ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ଓ ପବନ ବୋହିବାର ସମ୍ଭାବନା ରହିଛି। ତେଣୁ ଜିଲ୍ଲାପାଳମାନେ କୋଭିଡ୍ ଟେଷ୍ଟିଂ, ଟିକାକରଣ ଓ ଘରକୁ ଘର ବୁଲି ସର୍ଭେ ସମେତ ଅନ୍ୟ ଗୋଷ୍ଠୀଗତ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଅସ୍ଥାୟୀ ଭାବେ ମେ’ ୨୭ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘ୟାସ’ ବାତ୍ୟାର ପ୍ରଭାବକୁ ଦୃଷ୍ଟିରେ ରଖି କୋଭିଡ୍ ଟିକାକରଣ ଓ ଘରକୁ ଘର ସର୍ଭେ କାର୍ଯ୍ୟକ୍ରମକୁ ୨୫ରୁ ୨୭ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କେନ୍ଦୁଝର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ କୋଭିଡ୍ ଟେଷ୍ଟିଂ, ଟିକାକରଣ ଓ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମକୁ ବନ୍ଦ ରଖିବା ପାଇଁ ଆବଶ୍ୟକ ନିଷ୍ପତ୍ତି ନେଇପାରିବେ ବୋଲି କହିଥିଲେ।

Related story