ଘରୋଇ ହସ୍ପିଟାଲରେ ବି ହେବ କୋଭିଡ୍ ଟିକକାରଣ, ମିଳିଲା ଅନୁମତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟୀକାକରଣ କେନ୍ଦ୍ର ହେବ। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଅନୁମତି ଦେଇଛନ୍ତି। ଏନେଇ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକାଭୁକ୍ତ ୧୮୩ଟି ଘରୋଇ ହସ୍ପିଟାଲରେ କୋଭିଡ୍ ଟୀକାକରଣ ସୁବିଧା ନିମନ୍ତେ ଅନୁମତି […]

corona

Ordigital Desk
  • Published: Friday, 26 February 2021
  • , Updated: 26 February 2021, 09:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟୀକାକରଣ କେନ୍ଦ୍ର ହେବ। ଏଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆଜି ଅନୁମତି ଦେଇଛନ୍ତି। ଏନେଇ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ତାଲିକାଭୁକ୍ତ ୧୮୩ଟି ଘରୋଇ ହସ୍ପିଟାଲରେ କୋଭିଡ୍ ଟୀକାକରଣ ସୁବିଧା ନିମନ୍ତେ ଅନୁମତି ଦେବାକୁ ଗତକାଲି କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ିଥିଲେ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ)ରେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲଗୁଡ଼ିକୁ ଯୋଗ୍ୟ ନାଗରିକମାନଙ୍କ ନିମନ୍ତେ ଘରୋଇ କୋଭିଡ୍ ଟୀକରଣ କେନ୍ଦ୍ର ଭାବେ ଉପଯୋଗ ହେବ। ଏହାସହିତ ବିଭାଗ ମଧ୍ୟ ତାଲିକାଭୁକ୍ତ ଘରୋଇ ହସ୍ପିଟାଲ ଓ ନୋଡାଲ ଅଫିସରମାନଙ୍କର ତାଲିକା ଜାରି କରିଛି।

ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟୀକାକରଣ କିଭଳି ହେବ ସେ ନେଇ ମଧ୍ୟ କୋୱିନ ଗାଇଡଲାଇନ୍ ଜାରି ହୋଇଛି। ସୂଚନା ଅନୁସାରେ ଜଣେ ବ୍ୟକ୍ତି ନିଜ ମୋବାଇଲ ଫୋନରୁ କୋୱିନ୍ ପୋର୍ଟାଲକୁ ଯାଇ ନିଜକୁ ପଞ୍ଜିକୃତ କରାଇବେ। ମୋବାଇଲ ଫୋନକୁ ଓଟିପି ନମ୍ବର ଆସିବାପରେ ସେ ନିଜର ସବିଶେଷ ତଥ୍ୟ ଦାଖଲ କରିବେ। ଗୋଟିଏ ମୋବାଇଲ ନମ୍ବରରୁ ସର୍ବାଧିକ ୪ଜଣଙ୍କ ନାଁ ପଞ୍ଜିକୃତ ହୋଇପାରିବ।

ଯେଉଁସବୁ ଘରୋଇ ହସ୍ପିଟାଲରେ କୋଭିଡ୍ ଟୀକାକରଣ କେନ୍ଦ୍ର ହେବ ସେଠାରେ କୋଭିଡ୍ ଟୀକା ରଖିବା ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ଶୀତଳ ଭଣ୍ଡାର ଉପକରଣ ଓ କ୍ଷମତା ଥିବା ଜରୁରୀ। ଟୀକାକରଣ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ସ୍ଥାନ ଯଥା-ୱେଟିଂ ରୁମ୍ , ଟୀକାକରଣ ଗୃହ ଓ ଟୀକାକରଣ ପରେ ସ୍ଥିତି ପରଖିବା ପାଇଁ ଗୃହର ସୁବିଧା ରହିଥିବା ଜରୁରୀ। ଟୀକାକରଣ ନିମନ୍ତେ ଯଥେଷ୍ଟ ସଂଖ୍ୟକ ପ୍ରଶିକ୍ଷକ ଟୀକା ପ୍ରଦାନକାରୀ ଓ ଯାଂଚକାରୀ ରହିବା ଉଚିତ୍।

ସେହିପରି ସମସ୍ତ ଯୋଗ୍ୟ ହସ୍ପିଟାଲଗୁଡ଼ିକୁ ଟୀକାକରଣ କେନ୍ଦ୍ର ଭାବେ କୋୱିନ ୨.୦ ୱେବସାଇଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ନିର୍ଦ୍ଧାରିତ ଅବଧି ମଧ୍ୟରେ ପଞ୍ଜିକୃତ କରିବାକୁ ପଡ଼ିବ। ୪୫ରୁ ୫୯ବର୍ଷ ବୟସର ବ୍ୟକ୍ତିମାନେ ଏହି ଘରୋଇ ଟୀକାକରଣ କେନ୍ଦ୍ରରେ ଟୀକା ନେଇପାରିବେ। ସରକାରୀ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟୀକା ସମ୍ପୂର୍ଣ୍ଣ ମାଗଣା ହେବ ଓ ଘରୋଇ ହସ୍ପିଟାଲରେ ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଦର ହିସାବରେ ଉପଲବ୍ଧ ହେବ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ମହାପାତ୍ର ଚିଠି ଲେଖି ବିକେଏସୱାଇ ଯୋଜନାରେ ତାଲିକାଭୁକ୍ତ ଘରୋଇ ହସ୍ପିଟାଲଗୁଡ଼ିକରେ କୋଭିଡ୍ ଟୀକାକରଣ କେନ୍ଦ୍ର ଖୋଲିବାର ଅନୁମତି ଦେବା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଏଥିପାଇଁ କେନ୍ଦ୍ର ସରକାର ତ୍ୱରିତ୍ ଅନୁମତି ଦେବାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ଗାଇଡଲାଇନ୍ ଜାରି ହୋଇଛି।

Related story