କେତେ ରୋଗୀଙ୍କ ଜୀବନ ବଞ୍ଚାଇଥିଲେ, ଆଜି ନେଇଗଲା କରୋନା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଅନେକ କରୋନା ରୋଗୀଙ୍କୁ ସୁସ୍ଥ କରିଥିବା ଡାକ୍ତର ଆଜି ସେଇ ରୋଗରେ ହାରିଗଲେ। ସହିଦ୍‌ ତାଲିକାରେ ଯୋଡ଼ି ହୋଇଗଲା ଆଉ ଜଣେ କରୋନା ଯୋଦ୍ଧାଙ୍କ ନା। ସମ୍ପୃକ୍ତ ଡାକ୍ତରଙ୍କୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇ ସମ୍ମାନର ସହ ଅନ୍ତିମ ବିଦାୟ ଦିଆଯାଇଛି। ରାଉରକେଲାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୨୬ ରେ ପହଞ୍ଚିଥିବା ବେଳେ ଶୁକ୍ରବାର ରାତି ୨ଟାରେ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାଉରକେଲା ସରକାରୀ […]

6hjk-5

Tapas Behera
  • Published: Saturday, 22 August 2020
  • , Updated: 22 August 2020, 06:40 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଅନେକ କରୋନା ରୋଗୀଙ୍କୁ ସୁସ୍ଥ କରିଥିବା ଡାକ୍ତର ଆଜି ସେଇ ରୋଗରେ ହାରିଗଲେ। ସହିଦ୍‌ ତାଲିକାରେ ଯୋଡ଼ି ହୋଇଗଲା ଆଉ ଜଣେ କରୋନା ଯୋଦ୍ଧାଙ୍କ ନା। ସମ୍ପୃକ୍ତ ଡାକ୍ତରଙ୍କୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇ ସମ୍ମାନର ସହ ଅନ୍ତିମ ବିଦାୟ ଦିଆଯାଇଛି। ରାଉରକେଲାରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୨୬ ରେ ପହଞ୍ଚିଥିବା ବେଳେ ଶୁକ୍ରବାର ରାତି ୨ଟାରେ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାଉରକେଲା ସରକାରୀ ଡାକ୍ତରଖାନାରେ  କାମ କରୁଥିବା ଡାକ୍ତର ଅରୁଣ କୁମାର ଦାଶ ।

ସେ ଗତ କିଛିଦିନ ହେଲା ଅସୁସ୍ଥ ହୋଇ ରାଉରକେଲା ହାଇଟେକ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଶନିବାର ଡାକ୍ତର ଦାଶଙ୍କ ଶେଷକୃତ୍ୟ ବେଦବ୍ୟାସ ଘାଟରେ ସମ୍ପନ୍ନ ହୋଇଛି। କରୋନା ଯୋଦ୍ଧା ଭାବେ ତାଙ୍କୁ ବେଦବ୍ୟାସରେ ଗାର୍ଡ ଅଫ ଅନର ଦିଆଯାଇଥିଲା।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ , ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡାଙ୍କ ସମେତ ପୁଲିସ ଏବଂ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଡାକ୍ତର ଦାଶଙ୍କ ଅନ୍ତିମ ସଂସ୍କାରରେ ସହରର ଡାକ୍ତର ମାନେ ମଧ୍ୟ ଯୋଗ ଦେଇଥିଲେ । ଇଣ୍ଡିଆନ ମେଡିକାଲ ଆସୋସିଏସନ ରାଉରକେଲା ଶାଖା ପକ୍ଷରୁ ଡାକ୍ତର ଦାଶଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରାଯାଇଛି ।

Related story