ରାଜଧାନୀରେ ବସ୍ତି ସଂକ୍ରମଣକୁ ନେଇ ଏମିତି କହିଲେ ଅନୁ ଗର୍ଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଏବେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଦିନକୁ ୧୪ଶହ ଟେଷ୍ଟ କରିବୁ। ସମସ୍ତ ୬୭ ୱାର୍ଡରେ ସଚେତକ ଟିମ ଅଛନ୍ତି। ସେମାନେ ନିରନ୍ତର କାମ କରୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ଅନୁ ଗର୍ଗ କହିଲେ। ସେ କହିଛନ୍ତି-“ବସ୍ତି ପାଇଁ ଆମର ନିର୍ଦ୍ଦିଷ୍ଟ ଷ୍ଟ୍ରାଟେଜି ଅଛି। ପ୍ରତି ବସ୍ତିରେ କମିଟି ରହିଛି। ଆକ୍ଟିଭ୍‌ ସର୍ଭେଲାନ୍ସ ଟିମ୍‌ ଯାଞ୍ଚ କରୁଛନ୍ତି। ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ସଚେତକ ଆପ୍‌ କରାଯାଇଛି। ଏହାଦ୍ୱାରା ଉକ୍ତ […]

anu-garg

Manoranjan Sial
  • Published: Saturday, 25 July 2020
  • , Updated: 25 July 2020, 05:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଏବେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଦିନକୁ ୧୪ଶହ ଟେଷ୍ଟ କରିବୁ। ସମସ୍ତ ୬୭ ୱାର୍ଡରେ ସଚେତକ ଟିମ ଅଛନ୍ତି। ସେମାନେ ନିରନ୍ତର କାମ କରୁଛନ୍ତି। ଏନେଇ ସୂଚନା ଦେଇଛନ୍ତି ଅନୁ ଗର୍ଗ କହିଲେ।

ସେ କହିଛନ୍ତି-“ବସ୍ତି ପାଇଁ ଆମର ନିର୍ଦ୍ଦିଷ୍ଟ ଷ୍ଟ୍ରାଟେଜି ଅଛି। ପ୍ରତି ବସ୍ତିରେ କମିଟି ରହିଛି। ଆକ୍ଟିଭ୍‌ ସର୍ଭେଲାନ୍ସ ଟିମ୍‌ ଯାଞ୍ଚ କରୁଛନ୍ତି। ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ସଚେତକ ଆପ୍‌ କରାଯାଇଛି। ଏହାଦ୍ୱାରା ଉକ୍ତ ୱାର୍ଡରେ କେତେ ଆକ୍ରାନ୍ତ ଜଣାପଡୁଛି। ୬ ଜାଗାରେ ୮୭୦ ଶଯ୍ୟା ବିଶିଷ୍ଟ କୋଭିଡ଼ କେୟାର ହୋମ କରାଯାଇଛି।”

ସେ ଆହୁରି କହିଛନ୍ତି-“ଭୁବନେଶ୍ୱରରେ ହୋମ୍‌ ଆଇସୋଲେସନ୍‌ ଅନୁମତି ଅଛି। ଏବେ ଭୁବନେଶ୍ୱରରେ ୧୬୭ ଜଣ ହୋମ୍‌ ଆଇସୋଲେସନରେ ଅଛନ୍ତି। ଭୁବନେଶ୍ୱରରେ ଆଉ ୧୫୦୦ କୋଭିଡ୍‌ ଶଯ୍ୟା ବଢ଼ାଇବା ଯୋଜନା ରହିଛି। ଲକ୍‌ ଡାଉନକୁ ମାନନ୍ତୁ, ତାକୁ ପାଳନ କରନ୍ତୁ, ଭିଡ଼କୁ ଯାଆନ୍ତୁନି। ନିକଟରେ ଏକ ଅଟା କଳରେ ବହୁ ପରିମାଣର ପଜିଟିଭ ବାହାରିଛି। ଆଉ ଟିକେ ସତର୍କ ରହିବାକୁ ସବୁ ମିଲ୍‌ମାନଙ୍କୁ କୁହାଯାଇଛି।”

ଗର୍ଗ ଆହୁରି କହିଛନ୍ତି-“ବିଏମ୍‌ସିର ୧୯୨୯କୁ ଫୋନ୍‌ କଲେ ସାଇକୋସୋସିଆଲ୍‌ କାଉନ୍‌ସେଲିଂ କରାଯିବ। ଏଥିପାଇଁ ଦୁଇ ଜଣ ବୃତ୍ତିଗତ ମନସ୍ତତ୍ତ୍ୱବିତ୍‌ ଓ ଆଉ ଜଣେ ସାଇକୋସୋସିଆଲ୍‌ଙ୍କୁ ନିଯୁକ୍ତି ଦିଆଯାଇଛି। କରୋନା ରୋଗୀ ବା ଅନ୍ଦେହ ଘେରରେ ଥିବା ବ୍ୟକ୍ତିମାନେ ତାଙ୍କଠାରୁ ପରାମର୍ଶ ନେଇପାରିବେ। ଲକ୍‌ଡାଉନ୍‌କୁ ସମ୍ମାନ ଜଣାନ୍ତୁ।”

Related story