‘କରୋନା ଆକ୍ରାନ୍ତ ଗର୍ଭବତୀ ଓ ଛୋଟ ପିଲାଙ୍କୁ ଫାଭିପିରାଭିର୍ ମନା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର୍ ଦିଆଯିବ, ସେଥିପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଜିଲ୍ଲାପାଳ, କମିଶନର, CDMମାନଙ୍କ ପାଖକୁ ଏହି ଗାଇଡ୍‌ଲାଇନ୍‌ ପଠାଇଛି ସ୍ୱାସ୍ଥ୍ୟ ବିଭାଗ ACS। ଡାକ୍ତରଙ୍କ ପରାମର୍ଶରେ ଫାଭିପିରାଭିର୍‌ ଖାଉଥିବା ରୋଗୀଙ୍କୁ ଭେଟିବେ ଆର୍‌ଆର୍‌ଟି। ସେମାନଙ୍କ ଉପରେ ବ୍ୟକ୍ତିଗତ ବା ଟେଲିଫୋନରେ ନିୟମିତ ନଜର ରଖାଯିବ। ଫାଭିପିରାଭିର ଦ୍ୱାରା ୟୁରିକ ଏସିଡ ବୃଦ୍ଧି ଓ ଡାଇରିଆ ଲକ୍ଷଣ ଦେଖାଯାଏ। ଏମିତି କିଛି ସମସ୍ୟା ଦେଖାଗଲେ ଡାକ୍ତରଙ୍କ ସହ ପରାମର୍ଶ […]

Favipiravir

Manoranjan Sial
  • Published: Saturday, 03 October 2020
  • , Updated: 03 October 2020, 03:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ଆକ୍ରାନ୍ତଙ୍କୁ କିଭଳି ଫାଭିପିରାଭିର୍ ଦିଆଯିବ, ସେଥିପାଇଁ ରାଜ୍ୟ ସରକାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଜିଲ୍ଲାପାଳ, କମିଶନର, CDMମାନଙ୍କ ପାଖକୁ ଏହି ଗାଇଡ୍‌ଲାଇନ୍‌ ପଠାଇଛି ସ୍ୱାସ୍ଥ୍ୟ ବିଭାଗ ACS। ଡାକ୍ତରଙ୍କ ପରାମର୍ଶରେ ଫାଭିପିରାଭିର୍‌ ଖାଉଥିବା ରୋଗୀଙ୍କୁ ଭେଟିବେ ଆର୍‌ଆର୍‌ଟି। ସେମାନଙ୍କ ଉପରେ ବ୍ୟକ୍ତିଗତ ବା ଟେଲିଫୋନରେ ନିୟମିତ ନଜର ରଖାଯିବ। ଫାଭିପିରାଭିର ଦ୍ୱାରା ୟୁରିକ ଏସିଡ ବୃଦ୍ଧି ଓ ଡାଇରିଆ ଲକ୍ଷଣ ଦେଖାଯାଏ। ଏମିତି କିଛି ସମସ୍ୟା ଦେଖାଗଲେ ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ। ପିଲା ଉପରେ ପ୍ରଭାବ ପକାଉଥିବାରୁ ଗର୍ଭବତୀଙ୍କୁ ଫାଭିପିରାଭିର୍ ମନା କରାଯାଇଛି। ଛୋଟପିଲାଙ୍କୁ ଫାଭିପିରାଭିର୍ ଆଦୌ ନଦେବାକୁ SOPରେ ଉଲ୍ଲେଖ ରହିଛି। ଫାଭିପିରାଭିରକୁ ନଭାଙ୍ଗି ବା ନଚୋବେଇ ସିଧା ଗିଳିଦେବାକୁ ପରାମର୍ଶ ଦିଆଯାଇଛି।

ସୂଚନାରୁ ପ୍ରକାଶ, ମହାମାରୀ କରୋନା ପାଇଁ ଆଜି ପର୍ଯ୍ୟନ୍ତ ଟିକା ବାହାରି ପାରିନି। ଅନ୍ୟପକ୍ଷରେ ଏହି ରୋଗ ବ୍ୟାପୀ ଚାଲିଛି। ପ୍ରତିଦିନ ଓଡ଼ିଶାରେ ୩୦୦୦ରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦ରୁ ଅଧିକ ରହୁଛି। ଯାହା ରାଜ୍ୟ ସରକାରଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି। ତେବେ ଆସନ୍ତା ଜାନୁଆରୀ ସୁଦ୍ଧା ଭାରତରେ କରୋନା ଟିକା ବଜାରକୁ ଆସିବ ବୋଲି ଏମ୍‌ସ ନିର୍ଦ୍ଦେଶ ଆକଳନ କରିଛନ୍ତି।

Related story