ଟିକାକରଣରେ ଜାତୀୟ ହାରକୁ ଟପିଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟର ଟିକାକରଣ ହାର ଜାତୀୟ ହାର ଠାରୁ ଅଧିକ। ପ୍ରଥମ ଡୋଜ ଜାତୀୟ ହାର ୭୯.୮% ଥିବା ବେଳେ ରାଜ୍ୟରେ ୮୨.୪% ରହିଛି। ଦ୍ୱିତୀୟ ଡୋଜ୍‌ ଜାତୀୟ ହାର ୩୮.୪% ଥିବା ବେଳେ ରାଜ୍ୟରେ ୪୧.୫% ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪ କୋଟି ୩ ଲକ୍ଷ ଟିକାକରଣ ହୋଇଛି। ରାଜ୍ୟରେ ଟିକା ନଷ୍ଟ ହାର ମାଇନସ୍‌ ୫.୩ ପ୍ରତିଶତ ରହିଛି। ନଭେମ୍ବର ୩୦ ତାରିଖ […]

VaccinationDrive

Manoranjan Sial
  • Published: Tuesday, 16 November 2021
  • , Updated: 16 November 2021, 04:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍‌ ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟର ଟିକାକରଣ ହାର ଜାତୀୟ ହାର ଠାରୁ ଅଧିକ। ପ୍ରଥମ ଡୋଜ ଜାତୀୟ ହାର ୭୯.୮% ଥିବା ବେଳେ ରାଜ୍ୟରେ ୮୨.୪% ରହିଛି। ଦ୍ୱିତୀୟ ଡୋଜ୍‌ ଜାତୀୟ ହାର ୩୮.୪% ଥିବା ବେଳେ ରାଜ୍ୟରେ ୪୧.୫% ରହିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୪ କୋଟି ୩ ଲକ୍ଷ ଟିକାକରଣ ହୋଇଛି। ରାଜ୍ୟରେ ଟିକା ନଷ୍ଟ ହାର ମାଇନସ୍‌ ୫.୩ ପ୍ରତିଶତ ରହିଛି। ନଭେମ୍ବର ୩୦ ତାରିଖ ସୁଦ୍ଧା ୯୦ ପ୍ରତିଶତ ପ୍ରଥମ ଡୋଜ ପୂରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି।

କରୋନା ବିରୋଧରେ ଲଢ଼େଇକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର। ରାଜ୍ୟରେ ଟିକାକରଣ ବୃଦ୍ଧି ଲାଗି ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ତୃଣମୂଳ ସ୍ତରରେ ଟିକାକରଣ ସଫଳ କରିବା ଲାଗି ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗାଁ ଓ ପଞ୍ଚାୟତସ୍ତର ସ୍ତରରେ ଯୋଜନା କରିବାକୁ କୁହାଯାଇଛି। ଘର ଘର ସର୍ବେକ୍ଷଣ ଜରିଆରେ ଟିକାକରଣ ବଢ଼ାଇବାକୁ ମୁଖ୍ୟଶାସନ ସଚିବ କହିଛନ୍ତି। ଏପରିକି ଅଧିକରୁ ଅଧିକ ଟିକାକରଣ କେନ୍ଦ୍ର ଖୋଲିବା ଲାଗି ମଧ୍ୟ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ସକାଳେ ଲୋକସେବା ଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏନେଇ ଆଲୋଚନା ହୋଇଛି।

ତେବେ ୧୮ ବର୍ଷରୁ ଅଧିକ ବୟସ କ୍ଷେତ୍ରରେ ଶତ ପ୍ରତିଶତ ଟିକାକରଣ କରିବା ଦିଗରେ ରାଜ୍ୟ ଅଗ୍ରସର ହେଉଥିବା ଏଥିରେ କୁହାଯାଇଛି। ଏବେ ରାଜ୍ୟର ଟିକାକରଣ ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ସେହିପରି ଟିକା ନଷ୍ଟ ହେବା ହାର ମଧ୍ୟ ୫.୩ ପ୍ରତିଶତକୁ ହ୍ରାସ ପାଇଛି। ଏହି ଅବସରରେ ମୁଖ୍ୟ ସଚିବ କହିଛନ୍ତି, ରାଜ୍ୟରେ ସଂକ୍ରମଣ ହାର କମିଛି। ଏଣୁ ଏହି ସମୟରେ ଟିକାକରଣକୁ ବୃଦ୍ଧି କରାଯିବା ଉଚିତ ବୋଲି ସେ କହିଛନ୍ତି।

Related story