ମହୁଲ ପୋଚ ଖାଇ ଜୀବନ ହରାଇଲେ ଗାଈ, ବଳଦ, ଛେଳି

ତେଲକୋଇ(ଚିନ୍ମୟ କୁମାର ସାହୁ): ମହୁଲ ପୋଚ ଖାଇ ଜୀବନ ହରାଇଲେ ଗାଈ, ବଳଦ, ଛେଳି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଉଁସିନାଳି ଗାଁରେ ଘଟିଛି ଏହି ଅଘଟଣ। ମହୁଲ ପୋଚ ଖାଇଥିବା ଗୋରୁ ପଲ ଭିତରୁ ୩ଟି ଲେଖାଏଁ ଗାଈ ଓ ବଳଦଙ୍କ ସମେତ ଗୋଟିଏ ଛେଳିର ମୃତ୍ୟୁ ହୋଇଛି। ଅନ୍ୟ ୧୩ଟି ଗୋରୁ ଅସୁସ୍ଥ ହୋଇପଡ଼ିଛନ୍ତି। ସୂଚନା ମୁତାବକ, କାଉଁସିନାଳିର ଦଶରଥ ମାଝୀ, ଲେମ୍ବୁ ସୋରେନ, ଚନ୍ଦ୍ରମଣି ମାଝୀ ଓ ସମାଇ ମାଝୀଙ୍କ ଗୋରୁପଲ ଗାଁ […]

cow

cow

Niranjan Mishra
  • Published: Saturday, 19 November 2022
  • Updated: 19 November 2022, 07:04 PM IST

ତେଲକୋଇ(ଚିନ୍ମୟ କୁମାର ସାହୁ): ମହୁଲ ପୋଚ ଖାଇ ଜୀବନ ହରାଇଲେ ଗାଈ, ବଳଦ, ଛେଳି। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କାଉଁସିନାଳି ଗାଁରେ ଘଟିଛି ଏହି ଅଘଟଣ। ମହୁଲ ପୋଚ ଖାଇଥିବା ଗୋରୁ ପଲ ଭିତରୁ ୩ଟି ଲେଖାଏଁ ଗାଈ ଓ ବଳଦଙ୍କ ସମେତ ଗୋଟିଏ ଛେଳିର ମୃତ୍ୟୁ ହୋଇଛି। ଅନ୍ୟ ୧୩ଟି ଗୋରୁ ଅସୁସ୍ଥ ହୋଇପଡ଼ିଛନ୍ତି।

ସୂଚନା ମୁତାବକ, କାଉଁସିନାଳିର ଦଶରଥ ମାଝୀ, ଲେମ୍ବୁ ସୋରେନ, ଚନ୍ଦ୍ରମଣି ମାଝୀ ଓ ସମାଇ ମାଝୀଙ୍କ ଗୋରୁପଲ ଗାଁ ପାଖ ଜଙ୍ଗଲରେ ଚରିବାକୁ ଯାଇଥିଲେ। ଏହି ଜଙ୍ଗଲକୁ ଲାଗିଥିବା ଏକ ଚାଷ ଜମିରେ କେହି ମହୁଲ ପୋଚ ରଖିଥିଲା। ଯାହାକୁ ଗୋରୁ ପଲ ଖାଦ୍ୟ ଭାବି ଖାଇଦେଇଥିଲେ। ଖାଇବାର କିଛି ସମୟ ପରେ ୩ଟି ଲେଖାଏଁ ବଳଦ ଓ ଗାଈଙ୍କ ସମେତ ଗୋଟିଏ ଛେଳିର ମୃତ୍ୟୁ ହୋଇଯାଇଥିଲା।

ଅନ୍ୟ ୧୩ଟି ଗୋରୁ ଅସୁସ୍ଥ ହୋଇପଡ଼ିଛନ୍ତି। ଗ୍ରାମବାସୀଙ୍କ ଠାରୁ ସୂଚନା ପାଇ ଗୋରୁପାଲଙ୍କ ଚିକିତ୍ସା ନିମନ୍ତେ ତେଲକୋଇ ପ୍ରାଣୀ ଚିକିତ୍ସାଧିକାରୀ ଏକ ଡାକ୍ତରୀ ଟିମ କାଉଁସିନାଳିକୁ ପଠାଇଛନ୍ତି।

ତେବେ ଫସଲକୁ ବନ୍ୟପ୍ରାଣୀଙ୍କ କବଳରୁ ରକ୍ଷା କରିବା ପାଇଁ କେହି ମହୁଲ ପୋଚରେ ବିଷାକ୍ତ ପଦାର୍ଥ ମିଶାଇ ଥିବାରୁ ଏଭଳି ଅଘଟଣ ଘଟିଲା ବୋଲି ଅନୁମାନ କରାଯାଉଛି। ଏହି ଘଟଣାକୁ ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story