‘ଦେଶର ଆର୍ଥିକ ସ୍ଥିତି ଆହୁରି ଖରାପ ହେବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଦେଶର ଆର୍ଥିକ ସ୍ଥିତି ଆଗକୁ ଆହୁରି ଖରାପ ହେବ। ଏବେ ସଠିକ୍ ପଦକ୍ଷେପ ନନେଲେ ସ୍ଥିତି ଅଣାୟତ ହେବ। ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ପବ୍ଲିକ ଇନ୍‌ଭେଷ୍ଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ହେବ।’ ଆଜି ସିପିଆଇଏମ୍‌ର ମହାସଚିବ ସୀତାରାମ ୟେଚୁରୀ ‘ଓଟିଭି’ର ଦଶମ ବାର୍ଷିକୀ କନ୍‌ଭେନସନ୍ ‘ଫୋରସାଇଟ୍’ରେ ଏ କଥା କହିଛନ୍ତି। ‘Slowdown and Beyond: Ideas for a sustainable and equitable recovery of the Indian […]

sitaram yechuri otv

Subhransu Sekhar
  • Published: Saturday, 22 February 2020
  • , Updated: 22 February 2020, 04:43 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଦେଶର ଆର୍ଥିକ ସ୍ଥିତି ଆଗକୁ ଆହୁରି ଖରାପ ହେବ। ଏବେ ସଠିକ୍ ପଦକ୍ଷେପ ନନେଲେ ସ୍ଥିତି ଅଣାୟତ ହେବ। ଦେଶର ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ପବ୍ଲିକ ଇନ୍‌ଭେଷ୍ଟମେଣ୍ଟ ଉପରେ ଗୁରୁତ୍ୱ ଦେବାକୁ ହେବ।’ ଆଜି ସିପିଆଇଏମ୍‌ର ମହାସଚିବ ସୀତାରାମ ୟେଚୁରୀ ‘ଓଟିଭି’ର ଦଶମ ବାର୍ଷିକୀ କନ୍‌ଭେନସନ୍ ‘ଫୋରସାଇଟ୍’ରେ ଏ କଥା କହିଛନ୍ତି। ‘Slowdown and Beyond: Ideas for a sustainable and equitable recovery of the Indian Economy’ ପ୍ରସଙ୍ଗରେ ଆଲୋଚନା ବେଳେ ସେ ଏହି ମତ ରଖିଥିଲେ।

ଶ୍ରୀ ୟେଚୁରୀ କହିଥିଲେ, ଦେଶର ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗ୍ରାମାଞ୍ଚଳରେ ଲୋକଙ୍କ ଅବସ୍ଥା ଶୋଚନୀୟ ହୋଇଛି। କ୍ରୟଶକ୍ତି କମିଛି। ମୁଖ୍ୟତଃ ବିମୁଦ୍ରାକରଣ ପରେ ଆର୍ଥିକ ସ୍ଥିତି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି। କେବଳ ପବ୍ଲିକ୍‌ ଇନଭେଷ୍ଟମେଣ୍ଟ ଦ୍ୱାରା ହିଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ପବ୍ଲିକ୍‌ ଇନଭେଷ୍ଟମେଣ୍ଟ ଦ୍ୱାରା ହିଁ ଚାକିରି ମିଳିବ ଓ ଲୋକଙ୍କ କ୍ରୟଶକ୍ତି ବଢ଼ିବ।

ଦେଶର ସ୍ୱାସ୍ଥ୍ୟବସ୍ଥା ବାବଦରେ ମତମତ ଦେଇ ଶ୍ରୀ ୟେଚୁରୀ କହିଛନ୍ତି, ଦେଶର ସମସ୍ତ ସରକାରୀ ହସ୍ପିଟାଲର ସ୍ୱାସ୍ଥ୍ୟସେବା ଠିକ୍ କରିବାକୁ ହେବ। ଯଦି ସମସ୍ତ ସରକାରୀ ହସ୍ପିଟାଲରେ ଭଲ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ, ତା’ହେଲେ ଦେଶର ସମସ୍ତ ନାଗରିକ ଉପକୃତ ହେବେ। କେବଳ ଏମ୍ସ ଏଭଳି ଏକ ସରକାରୀ ହସ୍ପିଟାଲ ଯେଉଁଠାରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ତେଣୁ ଯେଉଁମାନେ ପ୍ରାଇଭେଟ ହସ୍ପିଟାଲରେ ଚିକିତ୍ସିତ ହୋଇପାରିବେ, ସେମାନେ ବି ଏମ୍‌ସକୁ ଆସନ୍ତି। ଏହି ପ୍ରସଙ୍ଗରେ ବ୍ରିଟେନ ଉଦାହରଣ ଦେଇ ସେ କହିଥିଲେ ଯେ ସେଠାରେ ସରକାରୀ ହସ୍ପିଟାଲରେ ସ୍ୱଳ୍ପ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଏ।

Related story