ରଥ ଚକରେ ଫାଟ, ଯାଞ୍ଚ ବେଳେ ଧରା ପଡ଼ିଗଲା

ପୁରୀ(ଓଡ଼ିଶା ରିପୋର୍ଟର): ରଥରେ ଫାଟ । ପୁରୀରେ ତିନି ଠାକୁରଙ୍କ ଦକ୍ଷିଣ ମୋଡ଼ ପୂର୍ବରୁ ରଥ ଯାଞ୍ଚ ବେଳେ ଫାଟ ଥିବା ଜଣାପଡ଼ିଛି  । ତାଳଧ୍ୱଜ ଓ ଦର୍ପଦଳନ ରଥର ବ୍ରେକ୍ ଚକରେ ସାମାନ୍ୟ ଫାଟ ଥିବା ଜଣାପଡ଼ିଛି । ସେହିପରି  ନନ୍ଦିଘୋଷ ରଥର ପ୍ରଭାରେ ମଧ୍ୟ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ଦକ୍ଷିଣ ମୋଡ଼ ପୂର୍ବରୁ ରଥକୁ ନିୟମିତ ଯାଞ୍ଚ ବେଳେ ତିନି ରଥରେ ଫାଟ ଥିବା ଜଣାପଡ଼ିଛି ।  ବିଶେଷଜ୍ଞ ଟିମ୍ ପହଞ୍ଚି […]

crack in the ratha

Niharika Rout
  • Published: Thursday, 15 July 2021
  • , Updated: 15 July 2021, 12:26 PM IST

ପୁରୀ(ଓଡ଼ିଶା ରିପୋର୍ଟର): ରଥରେ ଫାଟ । ପୁରୀରେ ତିନି ଠାକୁରଙ୍କ ଦକ୍ଷିଣ ମୋଡ଼ ପୂର୍ବରୁ ରଥ ଯାଞ୍ଚ ବେଳେ ଫାଟ ଥିବା ଜଣାପଡ଼ିଛି  । ତାଳଧ୍ୱଜ ଓ ଦର୍ପଦଳନ ରଥର ବ୍ରେକ୍ ଚକରେ ସାମାନ୍ୟ ଫାଟ ଥିବା ଜଣାପଡ଼ିଛି ।

ସେହିପରି  ନନ୍ଦିଘୋଷ ରଥର ପ୍ରଭାରେ ମଧ୍ୟ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ଦକ୍ଷିଣ ମୋଡ଼ ପୂର୍ବରୁ ରଥକୁ ନିୟମିତ ଯାଞ୍ଚ ବେଳେ ତିନି ରଥରେ ଫାଟ ଥିବା ଜଣାପଡ଼ିଛି ।  ବିଶେଷଜ୍ଞ ଟିମ୍ ପହଞ୍ଚି ରଥ  ମରାମତି କରୁଛନ୍ତି । ଫାଟକୁ ସଜଡ଼ା ଯିବା ପରେ ରଥକୁ ଦକ୍ଷିଣ ମୋଡ଼ କରିବାକୁ ପ୍ରକ୍ରିୟା ଆରମ୍ଭ ହେବ ।

ଏନେଇ ବରିଷ୍ଠ ତତ୍ତ୍ୱାବଧାରକ କହିଛନ୍ତି ରଥ ଚକରେ ଥିବା ଫାଟକୁ ମରାମତି କରାଯାଉଛି।  ସବୁ ଚକ ତନଖି କରାଯିବ। ଦେବୀ ସୁଭଦ୍ରାଙ୍କ ରଥରେ ସାମାନ୍ୟ ତ୍ରୁଟି ରହିଛି। ଦରକାର ପଡ଼ିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ଦକ୍ଷିଣ ମୋଡ଼ ପରେ ଆଉ ଥରେ ମଧ୍ୟ ଯାଞ୍ଚ ହେବ।

[caption id="attachment_658979" align="aligncenter" width="650"] ରଥ ଚକର ମରାମତି ଚାଲିଛି।[/caption]

ଏନେଇ ମୁଖ୍ୟ ମହାରଣା ନରସିଂହ ମହାପାତ୍ର କହିଛନ୍ତି, ଚକ ବାମ ପଟକୁ ଢଳି ଯାଇଛି।  ତାହାକୁ ପୂରା ସିଧା କରାଯିବ । ଏହାପରେ ତାକୁ ସାଇଜ କରାଯିବ।

ଦକ୍ଷିଣ ମୋଡ଼ ପରେ ନାକଚଣା ଦୁଆର ମୁହଁରେ ରହିବ ରଥ ।  ସେତେବେଳେ ମଧ୍ୟ ଯାଞ୍ଚ କରାଯିବ।   ବାରମ୍ବାର ବ୍ରେକକ୍‌ ପଡ଼ିବା ଯୋଗୁ ଚକ ମାଡ଼ ହେବା ହୋଇ ଏପରି ହୋଇଛି।

Related story