ଅଦିନରେ ଦୀପାବଳି ପାଳିଲା ନୟାଗଡ଼ ଜିଲ୍ଲା ପ୍ରଶାସନ! ଫୁଟିଲା ୩ ଲକ୍ଷ ଟଙ୍କାର ବାଣ, ଜାଣନ୍ତୁ ଅସଲ କାରଣ

Ordigital Desk
  • Published: Tuesday, 03 July 2018
  • , Updated: 03 July 2018, 08:53 PM IST
<p>ନୟାଗଡ଼ (ସତ୍ୟନାରାୟଣ ସୁରଜଗଦେବ): ବାଣ ଫୁଟିଲା। ତାହା ପୁଣି କୌଣସି ବାହାଘର କି ଭଷାଣୀ ଉତ୍ସବ ପାଇଁ ନୁହେଁ। ପାହାଡ଼ ଭିତରେ ଫାଙ୍କା ଜାଗାରେ ଫୁଟିଛି ଏହି ବାଣ। ପାଖରେ ଉପସ୍ଥିତ ଥିଲେ ନୟାଗଡ଼ ତହସିଲଦାର, ଅଗ୍ନିଶମ କର୍ମଚାରୀ ଓ ଇଟାମାଟି ଆଇଆଇସି। ଆଜି ପ୍ରାୟ ୩ ଲକ୍ଷ ଟଙ୍କାର ବାଣ ବିସ୍ଫୋରଣ କରାଯାଇଛି। ଖବରଟି ଶୁଣି ଟିକେ ଆଶ୍ଚର୍ଯ୍ୟ ହେଉଥିଲେ। ଦ୍ୱନ୍ଦ୍ୱରେ ମଧ୍ୟ ପଡ଼ିବେଣି। ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ବାଣ କାହିଁକି ଫୁଟାଗଲା?</p> <p>ପୂରା ଖବରଟି ଏହିପରି। ଗତବର୍ଷ ନୟାଗଡ଼ ଜିଲ୍ଲା ଇଟାମାଟି ଗାଁରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଫଳରେ ୧୧ ଜଣଙ୍କର ଜୀବନ ଯାଇଥିଲା। ସେତେବେଳେ ପୋଲିସ ବାଣ ଗୋଦାମ ମାଲିକଙ୍କଠାରୁ ବିପୁଳ ପରିମାଣର ବାଣ ଜବତ କରିଥିଲା। ଜବତ ହୋଇଥିବା ବାଣର ପରିମାଣ ପାଖାପାଖି&nbsp; ୫୦୦ କେଜି ଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା ହେବ। ତେବେ ସେତେବେଳେ ପ୍ରଶାସନର ମୁଣ୍ଡ ବିନ୍ଧିଥିଲା ଏତେ ପରିମାଣର ବାଣ କରିବ କ&rsquo;ଣ? କୋଉଠି ରଖିବ। ସୁରକ୍ଷିତ ଭାବରେ ନରଖିଲେ ପୁଣି ବିପଦ। ଏଥିପାଇଁ ଶେଷରେ ଉପାୟ କଲା ଜିଲ୍ଲା ପ୍ରଶାସନ।</p> <p>ଆଜି ସେହି ବାଣ ଗୁଡିକୁ ନଷ୍ଟ କରିଦିଆ ଯାଇଛି। ସ୍ଥାନୀୟ ପୋଲିସ, ତହସିଲଦାର ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ଉପସ୍ଥିତିରେ ବାଣରେ ଅଗ୍ନି ସଂଯୋଗ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୩ଟି ଗୋଦାମର ବାଣ ବିସ୍ଫୋରଣ କରି ନଷ୍ଟ କରାଯାଇଥିଲା। ଅପରାହ୍ନରେ ଆଉ ଦୁଇଟି ଗୋଦାମର ବାଣରେ ଅଗ୍ନି ସଂଯୋଗ କରାଯାଇଥିଲା। ଫଳରେ ଢ଼ୋ ଢ଼ାରେ କମ୍ପିଥିଲା ସମଗ୍ର ପରିବେଶ। ବାଣ ବିସ୍ଫୋରଣ ପରେ ପାଣି ଢ଼ାଳି ନିଆଁ ଲିଭାଯିବାର ବ୍ୟବସ୍ଥା କରାଯାଇଥିଲା। ପ୍ରଶାସନର ଏହି ବାଣ ବିସ୍ଫୋରଣ ଦୃଶ୍ୟ ସ୍ଥାନୀୟ ଲୋକଙ୍କ ପାଇଁ ରୋଚକ ପରିବେଶ ସୃଷ୍ଟି କରିଥିଲା।</p>

Related story