ବିଜୟ ଶୋଭାଯାତ୍ରାରେ ଦୁଲୁକୁଥିଲା ଗାଁ ଦାଣ୍ଡ, ଘଟିଲା ଅଘଟଣ

ସୋର(ଓଡ଼ିଶା ରିପୋର୍ଟର): ସେବା ସମବାୟ ସମିତି ନିର୍ବାଚନ ପରେ ଚାଲିଥିଲା ସେଲିବ୍ରେଶନ । ବିଜୟ ଶୋଭାଯାତ୍ରାରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ । ତୁହାକୁ ତୁହା ବାଣ ବର୍ଷାରେ ଦୁଲୁକୁଥିଲା ଗାଁ । ମାତ୍ର ଏହି ସମୟରେ ଘଟିଲା ଅଘଟଣ । ବାଣ ଫୁଟାଉ ଫୁଟାଉ ତାହା ହାତରେ ଫୁଟିଗଲା। ଫଳରେ ବିଜୟୀ ପ୍ରାର୍ଥୀଙ୍କର ଜଣେ ସମର୍ଥକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏପରି ଅଘଟଣ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ବଜାରରେ ଗତକାଲି ଘଟିଛି। […]

blast

Niharika Rout
  • Published: Monday, 27 June 2022
  • , Updated: 27 June 2022, 12:45 PM IST

ସୋର(ଓଡ଼ିଶା ରିପୋର୍ଟର): ସେବା ସମବାୟ ସମିତି ନିର୍ବାଚନ ପରେ ଚାଲିଥିଲା ସେଲିବ୍ରେଶନ । ବିଜୟ ଶୋଭାଯାତ୍ରାରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ । ତୁହାକୁ ତୁହା ବାଣ ବର୍ଷାରେ ଦୁଲୁକୁଥିଲା ଗାଁ । ମାତ୍ର ଏହି ସମୟରେ ଘଟିଲା ଅଘଟଣ । ବାଣ ଫୁଟାଉ ଫୁଟାଉ ତାହା ହାତରେ ଫୁଟିଗଲା। ଫଳରେ ବିଜୟୀ ପ୍ରାର୍ଥୀଙ୍କର ଜଣେ ସମର୍ଥକଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

ଏପରି ଅଘଟଣ ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଗୋପାଳପୁର ବଜାରରେ ଗତକାଲି ଘଟିଛି। ଗୁରୁତର ଯୁବକଜଣକ ହେଲେ ଶଙ୍କର୍ଷଣ ଦଳେଇ  ।ଗତକାଲି ଗୋପାଳପୁର ସେବା ସମବାୟ ସମିତି ନିର୍ବାଚନ ଥିଲା। ନିର୍ବାଚନରେ ଜିତିବା ପରେ ବିଜୟୀ ଦଳ ପକ୍ଷରୁ ବେଶ୍‌ ଜାକଜମକରେ ଶୋଭାଯାତ୍ରା ବାହାରି ଗାଁ ପରିକ୍ରମା କରିଥିଲା।

ବିଜୟୀ ସଭ୍ୟଙ୍କର ସମର୍ଥକ ପଣ୍ଡାଶୁଣି ଗ୍ରାମର ଶଙ୍କର୍ଷଣ ଦଳେଇ ବାଣ ଫୁଟାଉଥିବା ବେଳେ ବାଣଟି ତାଙ୍କ ହାତରେ ଫୁଟି ଯାଇଥିଲା l ଗୁରୁତର ଅବସ୍ଥାରେ ଶଙ୍କର୍ଷଣଙ୍କୁ ପ୍ରଥମେ ଗୋପାଳପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା।  ମାତ୍ର ସେଠଶରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ଶଙ୍କର୍ଷଣଙ୍କର ୨ ହାତ ପୋଡ଼ିଯାଇଛି l

Related story