ଜବତ ହେଲା ଲକ୍ଷାଧିକ ଟଙ୍କାର ବାଣ

କଟକ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ଏପରି ସ୍ଥିତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଣ ଜବତ କରାଯାଉଛି। କଟକ ଜଗତପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢଉ କରି ପୁଲିସ୍‌ ବିପୁଳ ପରିମାଣର ବାଣ ଜବତ କରିଛି । ଜବତ ବାଣର  ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏଥିସହ ୩ ଜଣଙ୍କୁ ଅଟକ ରଖାଯାଇଛି । ବେଆଇନ ଭାବେ ବାଣ […]

crackers

Niharika Rout
  • Published: Monday, 09 November 2020
  • , Updated: 09 November 2020, 09:53 AM IST

କଟକ(ଓଡ଼ିଶା ରିପୋର୍ଟର): ଚଳିତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି । ଏପରି ସ୍ଥିତିରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଣ ଜବତ କରାଯାଉଛି।

କଟକ ଜଗତପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢଉ କରି ପୁଲିସ୍‌ ବିପୁଳ ପରିମାଣର ବାଣ ଜବତ କରିଛି । ଜବତ ବାଣର  ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ଏଥିସହ ୩ ଜଣଙ୍କୁ ଅଟକ ରଖାଯାଇଛି । ବେଆଇନ ଭାବେ ବାଣ ତିଆରି କରୁଥିବା ଖବର ପାଇ ପୁଲିସ୍‌ ପକ୍ଷରୁ ଚଢଉ କରାଯାଇଥିଲା ।

ଗତକାଲି ବାଦାମବାଡି ପୁଲିସ୍‌ ପକ୍ଷରୁ ଖାନନଗର ଅଞ୍ଚଳରେ ଚଢଉ କରାଯାଇ ବାଣ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଥିଲା ।

Related story