ପଟିଆ ଶଶ୍ମାନରେ ହେବ ମୃତ କୋଭିଡ୍ ରୋଗୀଙ୍କ ସଂସ୍କାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଦ୍ୱିତୀୟ ଲହରରେ ବହୁ ସଂଖ୍ୟକ ସଂକ୍ରମିତ ପ୍ରାଣ ହରାଉଥିବାବେଳେ ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଶଶ୍ମାନରେ ଶବ ସଂସ୍କାର ପାଇଁ ଭିଡ଼ ଲାଗି ରହୁଛି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପଟିଆ ଶଶ୍ମାନକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଇ ଚଳିତମାସ ୨୫ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପଟିଆ ଶଶ୍ମାନରେ କେବଳ ମୃତ ଓ ସନ୍ଦିଗ୍ଧ କୋଭିଡ୍ ରୋଗୀଙ୍କର ସଂସ୍କାର କରାଯିବ। ଏଲପିଜି ଚୁଲା ମାଧ୍ୟମରେ ଏହି ଶଶ୍ମାନରେ […]

Dead Body

Ordigital Desk
  • Published: Friday, 14 May 2021
  • , Updated: 14 May 2021, 09:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଦ୍ୱିତୀୟ ଲହରରେ ବହୁ ସଂଖ୍ୟକ ସଂକ୍ରମିତ ପ୍ରାଣ ହରାଉଥିବାବେଳେ ରାଜଧାନୀ ଭୁବନେଶ୍ୱରର ସତ୍ୟନଗର ଶଶ୍ମାନରେ ଶବ ସଂସ୍କାର ପାଇଁ ଭିଡ଼ ଲାଗି ରହୁଛି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପଟିଆ ଶଶ୍ମାନକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତ କରାଯାଇ ଚଳିତମାସ ୨୫ତାରିଖ ସୁଦ୍ଧା କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି। ଏହି ପଟିଆ ଶଶ୍ମାନରେ କେବଳ ମୃତ ଓ ସନ୍ଦିଗ୍ଧ କୋଭିଡ୍ ରୋଗୀଙ୍କର ସଂସ୍କାର କରାଯିବ। ଏଲପିଜି ଚୁଲା ମାଧ୍ୟମରେ ଏହି ଶଶ୍ମାନରେ ଶବ ସଂସ୍କାର ହେବ।

ସୂଚନା ଅନୁସାରେ, କରୋନାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସତ୍ୟନଗର ଶଶ୍ମାନରେ ଶବ ସଂସ୍କାର ପାଇଁ ଭିଡ଼ ଲାଗି ରହୁଥିବାବେଳେ ସ୍ଥାନୀୟ ଲୋକମାନେ ଏନେଇ ଆପତ୍ତି ଉଠାଇଥିଲେ। ଯାହାକୁ ଦୃଷ୍ଟିରେ ରଖି ପଟିଆ ଶଶ୍ମାନକୁ ଶୀଘ୍ର ପ୍ରସ୍ତୁତ କରିବା ପାଇଁ ବିଏମସି ଉପରେ ଚାପ ପଡ଼ିଥିଲା। ବିଏମସି କମିଶନର ସଞ୍ଜୟ ସିଂ ଆଜି ପଟିଆ ଶଶ୍ମାନ ସ୍ଥଳୀକୁ ବୁଲି ଯାଇ ସେଠାରେ ଭିତ୍ତିଭୂମି କାର୍ଯ୍ୟ ତଦାରଖ କରିଥିଲେ।

ଏହି ପଟିଆ ଶଶ୍ମାନରେ ଶବ ସଂସ୍କାର ପାଇଁ ବାକି ଥିବା କାର୍ଯ୍ୟକୁ ତୁରନ୍ତ ସାରି ୨୫ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପଟିଆ ଶଶ୍ମାନରେ ଶବ ସଂସ୍କାର ଏଲପିଜି ଚୁଲା ମାଧ୍ୟମରେ କରାଯିବାର ଥିବାରୁ ମୃତ ଦେହ ଶୀଘ୍ର ପୋଡ଼ା ଯାଇପାରିବ। ସତ୍ୟନଗର ଶଶ୍ମାନରେ ଗତବର୍ଷ ଅଗଷ୍ଟ ମାସରୁ ଅଚଳ ହୋଇ ପଡ଼ିଥିବା ବିଦ୍ୟୁତ ଚୁଲାକୁ ସଚଳ କରାଯାଇଛି ଓ ଏହା ଏବେ ଶବ ସଂସ୍କାର ପାଇଁ ବ୍ୟବହାର ମଧ୍ୟ ହେଉଛି।

ପୁରୀ ସ୍ୱର୍ଗଦ୍ୱାରରେ ଶବ ସଂସ୍କାର ଉପରେ କଟକଣା ରହିଥିବାରୁ ସତ୍ୟନଗର ଶଶ୍ମାନରେ ଶବ ଭିଡ଼ ହେଉଛି ବୋଲି ବିଏମସି ପକ୍ଷରୁ କୁହାଯାଇଛି। ବିଏମସି ମଧ୍ୟ ଭରତପୁରଠାରେ ଥିବା ଶଶ୍ମାନକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Related story