କର୍କଟ ରୋଗୀଙ୍କ ପାଇଁ ଭଗବାନ, ଶବଙ୍କ ସାଥୀ... ଅଟକି ନାହାନ୍ତି କଟକର ଅଭିମନ୍ୟୁ

କଟକ(ଓଡ଼ିଶା ରିପୋର୍ଟର): ଗରିବ ଓ ଅସହାୟ କର୍କଟ ରୋଗୀଙ୍କ ପାଇଁ ସେ ଥିଲେ ଭଗବାନ! କାହାକୁ ଅସହାୟ ଅବସ୍ଥାରେ ଦେଖିଲେ ଧାଇଁ ଯାଉଥିଲେ ଓ ସହାୟତାର ହାତ ବଢ଼ାଇ ଦେଉଥିଲେ। ସେ ହେଉଛନ୍ତି କଟକର ସମାଜସେବୀ ଅଭିମନ୍ୟୁ ଦାସ। ୧୦,୦୦୦ରୁ ଅଧିକ କ୍ୟାନ୍‌ସର ରୋଗୀଙ୍କ ସେବା କରିଥିବା ବେଳେ ୩୦୦ରୁ ଅଧିକ ମୃତଦେହ ସତ୍କାର କରିଛନ୍ତି। ଅଭିମନ୍ୟୁଙ୍କ ଏପରି କାର୍ଯ୍ୟକୁ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ପ୍ରଶଂସା କରିଛନ୍ତି। ଅଭିମନ୍ୟୁ ଦାସ କ୍ୟାନ୍‌ସରରେ ନିଜ ମାଆଙ୍କୁ ହରାଇଥିଲେ। କେବଳ […]

Abhimanyu Da

Manoranjan Sial
  • Published: Monday, 08 November 2021
  • , Updated: 08 November 2021, 08:56 PM IST

କଟକ(ଓଡ଼ିଶା ରିପୋର୍ଟର): ଗରିବ ଓ ଅସହାୟ କର୍କଟ ରୋଗୀଙ୍କ ପାଇଁ ସେ ଥିଲେ ଭଗବାନ! କାହାକୁ ଅସହାୟ ଅବସ୍ଥାରେ ଦେଖିଲେ ଧାଇଁ ଯାଉଥିଲେ ଓ ସହାୟତାର ହାତ ବଢ଼ାଇ ଦେଉଥିଲେ। ସେ ହେଉଛନ୍ତି କଟକର ସମାଜସେବୀ ଅଭିମନ୍ୟୁ ଦାସ। ୧୦,୦୦୦ରୁ ଅଧିକ କ୍ୟାନ୍‌ସର ରୋଗୀଙ୍କ ସେବା କରିଥିବା ବେଳେ ୩୦୦ରୁ ଅଧିକ ମୃତଦେହ ସତ୍କାର କରିଛନ୍ତି। ଅଭିମନ୍ୟୁଙ୍କ ଏପରି କାର୍ଯ୍ୟକୁ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ପ୍ରଶଂସା କରିଛନ୍ତି।

ଅଭିମନ୍ୟୁ ଦାସ କ୍ୟାନ୍‌ସରରେ ନିଜ ମାଆଙ୍କୁ ହରାଇଥିଲେ। କେବଳ ମାଆ ନୁହଁନ୍ତି, ସାନବାପା, ଶ୍ୱଶୁର ଓ ଭିଣୋଇଙ୍କ ମୃତ୍ୟୁ ମଧ୍ୟ ହରାଇଥିଲେ। ୨୦୦୯-୧୦ ମସିହାରେ ଅଭିମନ୍ୟୁଙ୍କ ଭିଣୋଇ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ନିଜର ଭଣଜାମାନେ ଛୋଟ ଛୋଟ ହୋଇଥିବାରୁ ନିଜେ ଅଭିମନ୍ୟୁ ପାଖେ ପାଖେ ରହିଥିଲେ। ଆଉ ଭିଣୋଇଙ୍କ ସେବା କରୁଥିଲେ। ସେହି ସମୟରେ ସେ ଦେଖିଥିଲେ ମେଡିକାଲ୍‌ରେ କ୍ୟାନସର ରୋଗୀଙ୍କ ଦୁର୍ଦ୍ଦଶା। କିଏ ଆଟେଣ୍ଡାଣ୍ଟ ପାଇଁ ନିବେଦନ କରୁଥିଲା ତ ଆଉ କିଏ ବେଡ୍‌ ନେହୁରା ହେଉଥିଲେ।

ରୋଗୀଙ୍କ ଏପରି ବିକଳ ଚିତ୍ର ଅଭିମନ୍ୟୁଙ୍କୁ ବିଚଳିତ କରିଥିଲା। ଯାହା ତାଙ୍କୁ ଏହି ରାସ୍ତାକୁ ଆସିବା ପାଇଁ ବାଧ୍ୟ କରିଥିଲା। ତା’ପରଠାରୁ ପେସାକୁ ଆପଣାଇବା ସହିତ ଗରିବ ଓ ଅସହାୟ ରୋଗୀଙ୍କ ସେବାରେ ଲାଗି ପଡ଼ିଲେ। ନିଜ ବୁକ୍‌ ବାଇଡିଂ ପେସାରୁ ସମୟ ବାହାର କରି ସକାଳ ନଅଟାରୁ ଅପରାହ୍ନ ସାଢ଼େ ଦୁଇଟା ପର୍ଯ୍ୟନ୍ତ ରୋଗୀଙ୍କ ସେବାରେ ନିଜକୁ ନିୟୋଜିତ କଲେ। ପୁଣି ସନ୍ଧ୍ୟା ବେଳେ କାମରୁ ଫୁରସତ୍‌ ମିଳିଲେ ଚାଲି ଯାଉଥିଲେ ହସ୍ପିଟାଲ୍‌। ଆଉ ଲାଗି ଯାଇଥିଲେ କ୍ୟାନସର ରୋଗୀଙ୍କ ସେବାରେ।

https://twitter.com/VVSLaxman281/status/1457551850899591172?s=20

ଜୀବନ କାଳ ଭିତରେ ଅଭିମନ୍ୟୁ ୧୦,୦୦୦ରୁ ଅଧିକ ଅସହାୟ ଓ ଗରିବ ରୋଗୀଙ୍କ ସେବା କରିଛନ୍ତି। ୩୦୦ରୁ ଅଧିକ ଶବ ସତ୍କାର କରିଛନ୍ତି। ଯେଉଁମାନଙ୍କର କେହି ନଥିବେ ବା ମୃତଦେହ ଘରକୁ ନେବା ପାଇଁ ଅସହାୟ ପ୍ରକାଶ କରିବେ, ସେମାନଙ୍କୁ ସତ୍କାର କରିଥାଆନ୍ତି ଅଭିମନ୍ୟୁ।

ସେ କହିଛନ୍ତି, ସେବାକୁ ଆତ୍ମାର ସହିତ ନେଲେ ଭୟ ଲାଗିବ ନାହିଁ। ଯେତେଦିନ ପର୍ଯ୍ୟନ୍ତ ହାତ ଓ ଗୋଡ଼ ଚାଲୁଥିବ, ସେତେଦିନ ପର୍ଯ୍ୟନ୍ତ ଏ କାମ କରିବି ବୋଲି ଅଭିମନ୍ୟୁ କହିଛନ୍ତି।

ଅଭିମନ୍ୟୁଙ୍କ ଏହି କାର୍ଯ୍ୟକୁ ପୂର୍ବରୁ କ୍ରିକେଟିର ମହମ୍ମଦ କେଫ୍‌ ପ୍ରଶଂସା କରିଥିଲେ। ଏବେ ଭିଭିଏସ୍‌ ଲକ୍ଷ୍ମଣ ଟ୍ୱିଟ୍‌ କରି ଅଭିମନ୍ୟୁଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, କଟକର ୫୦ ବର୍ଷୀୟ ଅଭିମନ୍ୟୁ ଦାସ ଜଣେ ପୁରୁଣା ବହି ବାଇଣ୍ଡର। ଅସହାୟ ଓ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହକୁ ସଂସ୍କାର କରିଛନ୍ତି। ଏହାଛଡ଼ା ହଜାର ହଜାର କ୍ୟାନସର ରୋଗୀଙ୍କର ସେବା କରୁଛନ୍ତି। ତାଙ୍କର ନିଃସ୍ୱାର୍ଥପର ସେବାକୁ ସଲାମ ବୋଲି ଲେଖିଛନ୍ତି ଲକ୍ଷ୍ମଣ।

Related story