ହାଇକୋର୍ଟରେ ହାଜର ହେଲେ କ୍ରାଇମବ୍ରାଞ୍ଚ ଏଡିଜି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। ଭିଡିଓ କନ୍‌ଫରେନସିଂ ଜରିଆରେ ସେ ହାଜର ହୋଇ ପକ୍ଷ ରଖିଛନ୍ତି। ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ଓ ତଦନ୍ତ ଚାଲୁ ରହିଛି ବୋଲି ଏଡିଜି କୋର୍ଟଙ୍କୁ ଜଣାଇଛନ୍ତି। ଆସନ୍ତା ଜାନୁଆରୀରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ କୋର୍ଟ ଧାର୍ଯ୍ୟ ରଖିଛନ୍ତି। ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗତ ୧୩ ତାରିଖ ବିଳମ୍ୱିତ ରାତିରେ ୪ […]

OrissaHighCourt

Manoranjan Sial
  • Published: Wednesday, 16 December 2020
  • , Updated: 16 December 2020, 03:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଆଜି ହାଇକୋର୍ଟରେ ହାଜର ହୋଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। ଭିଡିଓ କନ୍‌ଫରେନସିଂ ଜରିଆରେ ସେ ହାଜର ହୋଇ ପକ୍ଷ ରଖିଛନ୍ତି। ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି ଓ ତଦନ୍ତ ଚାଲୁ ରହିଛି ବୋଲି ଏଡିଜି କୋର୍ଟଙ୍କୁ ଜଣାଇଛନ୍ତି। ଆସନ୍ତା ଜାନୁଆରୀରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ କୋର୍ଟ ଧାର୍ଯ୍ୟ ରଖିଛନ୍ତି।

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଗତ ୧୩ ତାରିଖ ବିଳମ୍ୱିତ ରାତିରେ ୪ ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ସେମାନଙ୍କ ଭିତରେ ଓଟିଭିର ୨ କର୍ମଚାରୀ ଥିବା ବେଳେ ୨ ସିକ୍ୟୁରିଟି ଗାର୍ଡ ଅଛନ୍ତି। ଏହି ସମସ୍ତ ଅଭିଯୁକ୍ତ ତଦନ୍ତରେ ସହଯୋଗ କରିଆସୁଥିବା ସତ୍ତ୍ୱେ ସେମାନଙ୍କୁ ରାତି ଅଧିଆ ଗିରଫ କରାଯାଇଥିଲା।

ପୂର୍ବରୁ ନାବାଳିକାଙ୍କ ମାଆ ଏହି ଘଟଣାରେ ପୁଲିସ କର୍ମଚାରୀ ଓ ତାଙ୍କର ଦୁଇ ସଯୋଗୀ ସଂପୃକ୍ତ ଥିବା FIRରେ ଦର୍ଶାଇଥିଲେ। ତେବେ ଏହି ଘଟଣାରେ ସଂପୃକ୍ତ ପୁଲିସ କର୍ମଚାରୀଙ୍କୁ କାହିଁକି ପଚରା ଉଚରା କରାଯାଉନାହିଁ କି ଗିରଫ କରାଯାଉନାହିଁ, ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି।

Related story